Odisha News

ବୌଦ୍ଧ ର ବିଭିନ୍ନ ମାଟ୍ରିକ ପରୀକ୍ଷା କେନ୍ଦ୍ର ପରିଦର୍ଶନ କଲେ ଜିଲ୍ଲାପାଳ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୨/୨ : ଶୁକ୍ରବାର ଦିନ ୧୦ ଘଣ୍ଟା ସମୟରେ ବୌଦ୍ଧ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ବୌଦ୍ଧ ସହରର ବିଭିନ୍ନ ମାଟ୍ରିକ ପରୀକ୍ଷା କେନ୍ଦ୍ର ପରିଦର୍ଶନ କରିଛନ୍ତି ।
ଆଜି ଠାରୁ ସମଗ୍ର ରାଜ୍ୟ ତଥା ଜିଲ୍ଲାରେ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ପରୀକ୍ଷା ପରିଚାଳନା ଅନୁଧ୍ୟାନ ପାଇଁ ଜିଲ୍ଲାପାଳ ଶ୍ରୀ ପଣ୍ଡା ପ୍ରଥମେ ଯୋଗୀନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟ ଠାରେ ହୋଇଥିବା ପରୀକ୍ଷା କେନ୍ଦ୍ର ପରିଦର୍ଶନ କରିଥିଲେ । ତାପରେ ଜିଲ୍ଲାପାଳ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ,ପରେ ପରେ ଜାନକୀ ଭିକାରୀ ଉଚ୍ଚ ବିଦ୍ୟାଳୟ, ମାଉଲସିଙ୍ଗା ଏବଂ ଶେଷରେ ବାବା ବୈଦ୍ୟନାଥ ନୋଡାଲ ହାଇସ୍କୁଲ, ସରସରା ର ପରୀକ୍ଷା କେନ୍ଦ୍ରକୁ ପରିଦର୍ଶନ କରିଥିଲେ ।
ସେଠାରେ ପରୀକ୍ଷା ପରିଚାଳନା, ପାନୀୟ ଜଳ,ଓ ଆର ଏସ ପ୍ୟାକେଟ ଆଦି ବିଷୟରେ ବୁଝିବା ସହ ସମସ୍ତ ସିସିଟିଭି ଯାଞ୍ଚ କରିଥିଲେ । କୌଣସି ଯାଗା ରେ କପି ନ ହେବା, ପରୀକ୍ଷା କେନ୍ଦ୍ର ରେ ବାହାର ର କୌଣସି ଲୋକ ନ ଯିବା, ଏପରିକି ପରୀକ୍ଷା ରେ କୌଣସି ପ୍ରକାର କପି ନ ହେବା ଏବଂ ଶାନ୍ତି ଶୃଙ୍ଖଳା ର ସହ ପରୀକ୍ଷା ହେଉଥିବା ରୁ ସେ ଖୁସି ବ୍ୟକ୍ତ କରିଥିଲେ ।
ଜିଲ୍ଲାପାଳଙ୍କ ଏହି ପରିଦର୍ଶନ ସମୟରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରି ତାକାନ୍ତି ବଳିୟାର ସିଂହ ସାମିଲ ହୋଇଥିବା ବେଳେ ଯୋଗୀନ୍ଦ୍ର ଦେବ ହାଇସ୍କୁଲ ପରିଦର୍ଶନ ସମୟରେ ଅତିରିକ୍ତ ତହସିଲଦାର ତଥା କାର‌୍ୟ୍ୟନିର୍ବାହୀ ମାଜିଷ୍ଟ୍ରେଟ ମହମ୍ମଦ ରାଜେ ରସୁଲ ଉପସ୍ଥିତ ଥିଲେ ।

Related Posts