ବୌଦ୍ଧ ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଟ୍ରଫି ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ ,ବିଏସଏସଏ ବୌଦ୍ଧ ଚାଂପିଆନ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧୫/୪ : ଗତ ୭ ତାରିଖରୁ ଜିଲ୍ଲା ଷ୍ଟାଡିଅମ ବୌଦ୍ଧ ଠାରେ ଚାଲିଥିବା ୧୫ ବର୍ଷରୁ କମ୍ ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଟ୍ରଫି ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ଉଦ୍ଯାପିତ ହୋଇଯାଇଛି ।
ଆଜି ଫାଇନାଲ୍ ମ୍ୟାଚ ବିଏସ୍ଏଏ ବୌଦ୍ଧ ଓ ଫ୍ରେଣ୍ଡ କ୍ଲବ ମୁଣ୍ଡାପଡା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଏସ୍ଏଏ ବୌଦ୍ଧ ୩-୧ ଗୋଲ୍ରେ ମୁଣ୍ଡାପଡାକୁ ହରାଇ ଚଂପିଆନ ହୋଇଛି ।
ଆଜିର ମ୍ୟାଚରେ ମୁଖ୍ୟଅତିଥି ଭାବେ କଣ୍ଟାମାଳ ବିଧାୟକ କହ୍ନାଇଚରଣ ଡାଙ୍ଗ ଯୋଗ ଦେଇଥିବାବେଳେ ସମ୍ମାନୀତ ଅତିଥି ଭାବେ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ, ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା,ଉପ-ଜିଲ୍ଲାପାଳ ପ୍ରବୀଣ କୁମାର ବାଣୁଆ, ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ, ଜିଲ୍ଲା କ୍ରୀଡା ଅଧିକାରୀ ସୁଦାମ କୁମାର ସ୍ୱାଇଁ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିଆରସିଂ, ସିଏମଟ୍ରଫି ସଂଗଠନ ସଂପାଦକ ଯୁଗଳ କିଶୋର ସାମଲ ଯୋଗଦେଇ ଖେଳାଳୀମାନଙ୍କ ସହିତ ପରିଚିତ ହେବାସହ ଖେଳାଳୀଙ୍କୁ ଉତ୍ସାହିତ କରିଥିଲେ ।
ଆଜିର ଫାଇନାଲ ମ୍ୟାଚରେ ମ୍ୟାଚ କମିଶନର ଭାବେ ଲମ୍ବୋଦର ପୁରୋହିତ ଦାୟିତ୍ୱ ତୁଲାଇଥିଲେ ।
ମୁଖ୍ୟରେଫରୀ ଭାବେ ଚନ୍ଦନ ମହାରଣା ମ୍ୟାଚ ପରିଚାଳନା କରିଥିବାବେଳେ ଲାଇନରେ ପ୍ରମୋଦ ବେହେରା ଓ ବଳରାମ ବେହେରା ସହାୟତା କରିଥିଲେ ।
ସେହିପରି ଚତୁର୍ଥ ରେଫରୀ ଭାବେ ସମୀର କୁମାର ପ୍ରଧାନ ମ୍ୟାଚ ପରିଚାଳନା କରିଥିଲେ ।
ସୂଚନାଯୋଗ୍ୟ ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବସେବା ବିଭାଗ, ଫୁଟବଲ୍ ଆସୋସିଏସନ ଓ ଜିଲ୍ଲା ପ୍ରଶାସନର ମିଳିତ ଆୟୋଜନରେ ୧୫ ବର୍ଷରୁ କମ୍ ବାଳକ ବିଭାଗର ଏହି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ମୋଟ ୮ଟି ଦଳ ଅଂଶଗ୍ରହଣ କରିଥିଲେ । ବିଜେତା ବିଏସ୍ଏଏ ବୌଦ୍ଧ ଓ ଉପବିଜେତା ଫ୍ରେଣ୍ଡ କ୍ଲବ ମୁଣ୍ଡାପଡା ଦଳକୁ ଅତିଥିମାନେ ଟ୍ରଫିଦେଇ ପୁରସ୍କୃତ କରିଥିଲେ । ସେହିପରି ବେଷ୍ଟ ଡିଫେନସ ଭାବେ ଜୀତେଶ ଭୁକ୍ତା, ବେଷ୍ଟ ଗୋଲକିପର ରାଜୀବ ସାହୁ, ବେଷ୍ଟ ସ୍କୋରର ଓ ପ୍ଲେୟାର ଅଫ୍ ଦି ଫାଇନାଲ ଆଶୀର୍ବାଦ ମହାକୁଡ, ଇମରଜେନସି ପ୍ଲେଆର ଭାବେ ପ୍ରଜ୍ଞା ଭୋକ୍ତା, ଡିସିପ୍ଲିନ ଟିମ୍ ଭାବେ ଜିଏମସି ବୌଦ୍ଧ, ପ୍ଲେଆର ଅଫ ଦି ଟୁର୍ଣ୍ଣାମେଣ୍ଟ ଭାବେ ବିଶ୍ୱଜିତ ସେଠୀ ଅତିଥିମାନଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ ।