ବିଧାନସଭାରେ କାମ ଚଳା ବଜେଟ୍ ଉପସ୍ଥାପିତ, କାଳିଆ ଯୋଜନା ପାଇଁ ୧୮୭୪ କୋଟିର
ଭୁବନେଶ୍ୱର, ୩୦/୦୩: ବିଧାନସଭାରେ ରାଜ୍ୟର କାମଚଳା ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ରାଜ୍ୟର ଅଭିବୃଦ୍ଧି ହାର ବୃଦ୍ଧି ସମ୍ଭାବନା ରହିଥିବା ସେ ଗୃହରେ ପ୍ରକାଶ କରିଛନ୍ତି । ବିଭିନ୍ନ ବିଭାଗ ପାଇଁ ବ୍ୟୟ ଅଟକଳ କରାଯାଇଛି ।
. ଏହି ଲେଖାନୁଦାନରେ ଯୋଜନା ବ୍ୟୟ ପାଇଁ ମୋଟ ୧ ଲକ୍ଷ କୋଟିର ବ୍ୟୟବରାଦ କରାଯାଇଛି ।
. କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ପାଇଁ ୨୦,୩୪୪ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।
. କାଳିଆ ଯୋଜନା ପାଇଁ ୧୮୭୪ କୋଟିର ବ୍ୟୟବରାଦ କରାଯାଇଛି ।
. ଜଳସେଚନ ପାଇଁ ୮୫୨୩ କୋଟିର ବ୍ୟୟବରାଦ କରାଯାଇଛି ।
. ବିଜୁ କୃଷକ କଲ୍ୟାଣ ଯୋଜନା ପାଇଁ ୪୨୨ କୋଟିର ବ୍ୟୟବରାଦ କରାଯାଇଛି ।
. ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ ୨୬,୪୯୨ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।
. ସ୍ବାସ୍ଥ୍ୟ ପାଇଁ ୧୨,୨୪୧ କୋଟିର ବ୍ୟୟବରାଦ କରାଯାଇଛି । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ୧୮୬୪ କୋଟି ।
. ବସୁଧା ଓ ଜଳ ଜୀବନ ମିଶନ ଅଧିନରେ ପାନୀୟ ଜଳ ଯୋଗାଣ ପାଇଁ ୮,୨୫୫ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।
. ଅନୁସୂଚୀତ ଜାତି ଓ ଜନଜାତି ବର୍ଗର ବିକାଶ ପାଇଁ ଉଦ୍ଦିଷ୍ଟ କେତେକ ନିର୍ଦ୍ଦିଷ୍ଟ ଯୋଜନା ନିମନ୍ତେ ୩୩,୨୦୩ କୋଟିର ବ୍ୟୟବରାଦ କରାଯାଇଛି ।
. ମିଶନ ଶକ୍ତି ପାଇଁ ୨୦୦୦ କୋଟିର ବ୍ୟୟବରାଦ କରାଯାଇଛି ।
. ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ଓ ବିଜୁ ପକ୍କାଘର ଯୋଜନା ପାଇଁ ମିଳିତଭାବେ ୫୯୦୬ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।
. ମନରେଗା ପାଇଁ ୨୦୦୧ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।
. ଶିଳ୍ପ ଭିତ୍ତିଭୂମି ପାଇଁ ୧୬୩୫ କୋଟିର ବ୍ୟୟବରାଦ କରାଯାଇଛି ।
. ବିପର୍ୟ୍ୟୟ ପରିଚାଳନା ପାଇଁ ୩୨୧୦ କୋଟିର ବ୍ୟୟବରାଦ କରାଯାଇଛି । ଏହା ମଧ୍ୟରୁ ରାଜ୍ୟ ବିପର୍ୟ୍ୟୟ ପରିଚାଳନା ପାଣ୍ଠି ପାଇଁ ୨୨୪୬ କୋଟି ଟଙ୍କା ଓ ଜାତୀୟ ବିପର୍ୟ୍ୟୟ ପରିଚାଳନା ପାଣ୍ଠି ପାଇଁ ୯୬୪ କୋଟି ଅନ୍ତର୍ଭୁକ୍ତ ।