Odisha News

ବାଲିଗୁଡା : ସହିଦ ଦିବସ ପୂର୍ବରୁ କନ୍ଧମାଳରେ ମାଓ ପୋଷ୍ଟର

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୨୬/୭:ଚଳିତମାସ ୨୮ ତାରିଖରୁ ୪ ତାରିଖ ଯାଏ ମାଓବାଦୀ ମାନେ ସହିଦ ସପ୍ତାହ ପାଳନ କରିବେ । ଏହି ପରିପ୍ରେକ୍ଷୀରେ ସହିଦ ସପ୍ତାହ ଆରମ୍ଭ ପୂର୍ବରୂ କନ୍ଧମାଳ ର ବିଭିନ୍ନ ସ୍ଥାନ ରେ ମାଓ ପୋଷ୍ଟର ଦେଖିବାକୁ ମିଳିଛି । କୋଟଗଡ଼ ଥାନା ଅନ୍ତର୍ଗତ ରଡ଼ିଗୁମା ଠାରେ ମାଓ ପୋଷ୍ଟର ଦେଖିବାକୁ ମିଳିଛି ।
ଯାହାକି, ଅଞ୍ଚଳବାସୀ ଭୟଭୀତ ହୋଇପଡିଛନ୍ତି କ୍ଷରଡ଼ିଗୁମା ଉପସ୍ବାସ୍ଥ୍ୟକେନ୍ଦ୍ର ପାଚେରୀ ରେ ଦୁଇଟି, ସିନାଗୁଡ଼ା ପ୍ରାଥମିକ ବିଦ୍ୟାଳୟ ଓ ଛକ ରେ ଗୋଟିଏ ଲେଖାଏଁ ମାଓ ପୋଷ୍ଟର ମରାଯାଇଥିବା ଦେଖିବାକୁ ମିଳିଥିଲା । ଏ ସବୁ ପୋଷ୍ଟର ରେ ରଡ଼ିଗୁମା ର ରମେଶ ନାୟକ ଓ ଓଁଡାଙ୍ଗମାଳ ର ଜଣଙ୍କ ନାମରେ ଚେତାବନୀ ଦିଆଯାଇଛି ।
ସେଥିରେ ପୋଲିସ ର ଇନଫରମର ନ ସାଜିବା, ଝିଅ ବୋହୁ ଙ୍କ ବଦନାମ ହେଲା ପରି କାମ ନ କରିବା, ଆଦି ଜନ ବିରୋଧୀ କାର୍ଯ୍ୟ ନକରିବା କୁହାଯିବା ସହ ଅଞ୍ଚଳ ଛାଡି ଚାଲିଯିବା ଲାଗି ଧମକ ମଧ୍ୟ ଦିଆଯାଇଛି ।
ଏକଥା ନ ଶୁଣିଲେ ଜନ ଅଦାଲତ ରେ ମୃତ୍ୟୁଦଣ୍ଡ ଦିଆଯିବ ବୋଲି ଚେତାବନୀ ଦିଆଯାଇଛି କ୍ଷତଳେ ସିପିଆଇ ମାଓବାଦୀ, ବାଘଉନା ଡିଭିଜନ କମିଟି ବୋଲି ଉଲ୍ଲେଖ ରହିଛି । ଆଗକୁ ମାଓବାଦୀଙ୍କ ସହିଦ ସପ୍ତାହ ଆରମ୍ଭ ହେଉଥିବାରୁ ଏ ସମୟ ମଧ୍ୟରେ ମାଓବାଦୀ ମାନେ କିଛି ଅଘଟଣ ଘଟାଇବା ଆଶଙ୍କା କରାଯାଉଛି । ଏଣୁ ଚଳିତ ମାସ ୨୮ ରୁ ୪ ତାରିଖ ପର‌୍ୟ୍ୟନ୍ତ ମାଓ ଇଲାକା ଦେଇ ଯାଉଥିବା ସମସ୍ତ ସରକାରୀ ବସ ସେବା ଯାତାୟାତ ବନ୍ଦ ରହିବ ବୋଲି ଜଣାପଡିଛି ।
ପୋଲିସ ମଧ୍ୟ ମାଓ ଇଲାକା କୁହାଯାଉଥିବା କୋଟଗଡ଼, ତୁମୁଡିବନ୍ଧ, ବେଲଘର, ଫିରିଙ୍ଗିଆ, ଗୋଛାପଡା,ବାଲିଗୁଡା,ଦାରିଙ୍ଗବାଡି, ବ୍ରାହ୍ମଣୀଗାଁ ଆଦି ଥାନା ଅଞ୍ଚଳ ରେ ସତର୍କ ଦ୍ରୁଷ୍ଟି ରଖିବା ସହ କମ୍ବିଂ ଅପରେସନ କୁ ଜୋରଦାର କରିଥିବା ବିଷୟ କନ୍ଧମାଳର ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ।
ବାଲିଗୁଡା ଉପଖଣ୍ଡ ଡାକ୍ତର ଖାନାରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ: ଡାକ୍ତର ମରୁଡି ଯୋଗୁଁ ତେଜୁଛି ଅସନ୍ତୋଷ
ବାଲିଗୁଡା,୨୬/୭:ଓଡିଶାର ସର୍ବ ବୃହତ୍ତମ ଉପଖଣ୍ଡ ର ମାନ୍ୟତା ପାଇଥିବା ବାଲିଗୁଡା ଉପଖଣ୍ଡ ରେ ଦିନକୁ ଦିନ ସ୍ୱାସ୍ଥ୍ୟସେବା ବିପର‌୍ୟ୍ୟସ୍ତ ହେବାକୁ ଲାଗିଛି । ଡାକ୍ତର ଖାନାରେ ଆବଶ୍ୟକ ସଂଖ୍ୟକ ଡାକ୍ତର ଓ କର୍ମଚାରୀ ମରୁଡି ଯୋଗୁଁ ରୋଗୀ ସେବାରେ ବ୍ୟାହତ ହେଉଥିବା ଦେଖିବାକୁ ମିଳିଛି ।
ଜରୁରୀକାଳୀନ ରୋଗୀଙ୍କୁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଛି । ଅନେକ ରୋଗୀ ଅପେକ୍ଷା ନକରି ପାରି ଘରକୁ ଫେରୁଛନ୍ତି । ଡାକ୍ତର ଖାନା ପ୍ରତି ଲୋକଙ୍କ ଭରଷା ତୁଟିଗଲାଣି । ଡଚକ୍ତର ପଦବୀ ସଂଖ୍ୟା ୨୪ ଥିବାବେଳେ ମାତ୍ର ୩ ଜଣ ଡାକ୍ତର ରୋଗୀସେବା କରୁଛନ୍ତି । ସେହି ୩ ଜଣ ଡାକ୍ତର ମଧ୍ୟରୁ ପାଳିକରି ଜଣେ ଡାକ୍ତର ରୋଗୀସେବା କରୁଥିବା ନେଇ ଅଭିଯୋଗ ହେଉଛି ।
ସୋମବାର ଦିନ ଅପରାହ୍ନ ୪ ଟା ବେଳେ ମେଡିକାଲ ରେ ରୋଗୀ ସଂଖ୍ୟା ଅଧିକ ଥିବା ବେଳେ ଜଣେ ମାତ୍ର ଡାକ୍ତର ରୋଗୀ ସେବା କରୁଥିବା ଦେଖିବାକୁ ମିଳିଥିଲା । ଅନ୍ୟ ଦୁଇ ଡାକ୍ତରଙ୍କ ଦେଖା ମିଳିନଥିଲା । ଆମ ପ୍ରତିନିଧି ଫୋଟ ଉତ୍ତୋଳନ ଖବର ପାଇ ଦୁଇ ଡାକ୍ତର ଆସିଥିଲେ ।
ବର୍ଷା ଦିନ ହୋଇଥିବାରୁ ଜ୍ଜର ଓ ଡ଼ାଇରିଆ ରୋଗୀଙ୍କ ସଂଖ୍ୟା ବଢିବାକୁ ଲାଗିଛି । ଉପଖଣ୍ଡ ମେଡିକାଲର ଏହି ଅବସ୍ଥା ଯୋଗୁଁ ରୋଗୀମାନେ ଡାକ୍ତର ଖାନା କୁ ଆସିବାକୁ ଉଚିତ ମନେ କରୁନାହାନ୍ତି । ସାଧାରଣ ଜ୍ଜର ଓ ପେଟ ବ୍ୟଥା ଓ ଆସନ୍ନ ପ୍ରସବା ମହିଳାଙ୍କୁ ଫୁଲବାଣୀ ରେଫର କରାଯାଉଥିବା ଅଭିଯୋଗ ହେଉଛି ।
ଉପଖଣ୍ଡ ଡାକ୍ତର ଖାନାଟି ୫ଟି ଅଧୀନରେ ଚାଲିଛି ବୋଲି ସରକାର ଡିଣ୍ଡିମ ପିଟୁଥିବା ବେଳେ ଉପରେ ଚିକଣ ଭିତରେ ଫମ୍ପା । କେବଳ ବିଲଡିଂ ଓ କାନ୍ଥ ରେ ଚୂନମାରି ସରକାର ବିକାଶ କରୁଛି ବୋଲି କହୁଛି । ଡାକ୍ତରଖାନା ଉପରେ ଜ଼ିଲ୍ଲାର ନଅ ଗୋଟି ବ୍ଲକ ଓ ପଡୋଶୀ ବୌଦ୍ଧ କଳାହାଣ୍ଡି ଓ ରାୟଗଡା ଜ଼ିଲ୍ଲାର ସୀମାନ୍ତ ଅଞ୍ଚଳ ର ଶହଶହ ଲୋକେ ନିର୍ଭରଶିଳ ।
ଡାକ୍ତର ପଦବୀ ପୂରଣ ନେଇ ବାଲିଗୁଡା ର ବିଭିନ୍ନ ସଂଗଠନ ତରଫରୁ ବାରମ୍ବାର ଆନ୍ଦୋଳନ ଧାରଣା କରିଛନ୍ତି କିନ୍ତୁ ମିଳିଛି କେବଳ ପ୍ରତିଶୃତି । ପ୍ରଶାସନ ର ଚରମ ଅବହେଳା ନିର୍ବାଚିତ ଜନ ପ୍ରତିନିଧି ଙ୍କ ବୈମାତୃକ ମନୋଭାବ ଯୋଗୁଁ ଡାକ୍ତର ଖାନାର ଉନ୍ନତି ହେଉନାହିଁ । ଦୀର୍ଘ ଦିନ ହେବ ମେଡିକାଲ ପରିସର ମଧ୍ୟରେ ଥିବା ସୁଲଭ ଶୌଚାଳୟ ମଧ୍ୟ କାର୍ଯ୍ୟକ୍ଷମ ହେଉନି ଫଳରେ ଲୋକେ ହୀନସ୍ତା ଭୋଗୁଛନ୍ତି ଯାହାକି, ଅସନ୍ତୋଷର ଦାନା ବାନ୍ଧୁଛି ।
ଆଗାମୀ ଦିନରେ ବଡ଼ ଧରଣର ଜନ ଆନ୍ଦୋଳନ ପାଇଁ ଲୋକେ ସଜବାଜ ହେଉଥିବା ନେଇ ଜଣାପଡିଛି । ଏହି ଉପଖଣ୍ଡ ମେଡିକାଲ ଉପରେ ନିର୍ଭରଶିଳ ଦୁଇଟି ନିର୍ବାଚନ ମଣ୍ଡଳୀ ବାଲିଗୁଡା ଓ ଘୁ.ଉଦୟଗିରି ବିଧାୟକ ତଥା କନ୍ଧମାଳ ସାଂସଦ ଏଥି ପ୍ରତି ଦୃଷ୍ଟି ଦେବା ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବୀ ମହଲ ରେ ଦାବୀ ହୋଇଛି ।

ଛଅ ଦଫା ଦାବୀନେଇ କନ୍ଧମାଳ ଜ଼ିଲ୍ଲାପାଳଙ୍କୁ ଭେଟିବ କନ୍ଧମାଳର ଜ଼ିଲ୍ଲା ପାରମ୍ପରିକ ଲୋକ କଳାକାର ସଂଘ
ବାଲିଗୁଡା,୨୬/୭:କନ୍ଧମାଳ ଜ଼ିଲ୍ଲା ସଂସ୍କୃତି ଅଧିକାରୀ ଙ୍କ ମନମୁଖୀ କାର‌୍ୟ୍ୟକଳାପ ଏବଂ କଳାକାର ଙ୍କୁ ଅସଭ୍ୟ ଆଚରଣ ଅସଭ୍ୟ ଭାଷାରେ ଗାଳି ଗୁଲଜ ଏବଂ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଇ-ରେଜିଷ୍ଟେସନ ମାଧ୍ୟମରେ କନ୍ଧମାଳ ଜ଼ିଲ୍ଲା ରେ କଳାକାର ଚୟନ ପ୍ରକ୍ରିୟା ରେ ଲୋକ କଳାକାର ସଂକୀର୍ତ୍ତନ ମଣ୍ଡଳୀ ଙ୍କୁ ସୁଯୋଗ ରେ ବଞ୍ଚିତ କରିବା ଏସବୁ ଦାବୀ ନେଇ ଆସନ୍ତା ଗୁରୁବାର ଦିନ ଜ଼ିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଙ୍କୁ ଭେଟିବେ ଜ଼ିଲ୍ଲା ପାରମ୍ପରିକ ଲୋକ କଳାକାର ସଂଘ କ୍ଷ ଏକ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା ରେ ଫୁଲବାଣୀ ମାଦିକୁନ୍ଦା ଛକରୁ ବାହାରି ଜ଼ିଲ୍ଲା ପାଳଙ୍କ କାର‌୍ୟାଳୟ ରେ ପହଂଚି ଦାବିପତ୍ର ଦିଆଯିବ ବୋଲି ଜ଼ିଲ୍ଲା ପାରମ୍ପରିକ ଲୋକକଳା ସଂଘ ର ସଭାପତି ଅକ୍ଷୟ କର୍ଣ୍ଣ ଏକ ପ୍ରେସ ବିଜ୍ଞପ୍ତି ରେ ସୂଚନା ଦେଇଛନ୍ତି କ୍ଷ ସଂସ୍କୃତି କୁ ଉଜ୍ଜୀବିତ କରିବା ସହିତ ଦୁସ୍ଥ ପେସାଦାର କଳାକାର ଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ରାଜ୍ୟ ସରକାରଙ୍କ ସାଧୁ ଉଦ୍ୟମ କୁ ଲୋକେ ପ୍ରଶଂସା କରିଛନ୍ତି କ୍ଷ ସରକାର ଓଡିଶା ରେ ୪୬୧ ପ୍ରକାର ଲୋକ କଳାକୁ ଚି଼ହ୍ନଟ କରିଛନ୍ତି କ୍ଷ ବିଲୁପ୍ତ ପ୍ରାୟ କଳାକୁ ଉଦ୍ଧାର ପାଇଁ ପ୍ରକ୍ରିୟା ଚାଲିଥିବା ବେଳେ ଓଡିଶାର ସର୍ବ ପୁରାତନ ପରମ୍ପରା ସଂକୀର୍ତ୍ତନ କଳାକାର ଙ୍କୁ ଚୟନ ପ୍ରକ୍ରିୟା ରେ ବାଦ ଦିଆଯାଇଛି କ୍ଷ ଇ-ରେଜିଷ୍ଟେସନ ବେଳେ ସଂକୀର୍ଣ୍ଣନ କଳାକାର ଙ୍କୁ ରେଜିଷ୍ଟ୍ରେସନ ପାଇଁ ଜ଼ିଲ୍ଲା ସଂସ୍କୃତି ଅଧିକାରୀ ଅକ୍ଷୟ କୁମାର ସେଠୀ ମନା କରିଥିବା ନେଇ କଳାକାର ମାନେ ଅଭିଯୋଗ କରିଛନ୍ତି କ୍ଷ କଳାକାର ପାଇଁ ଖାଇବା ବ୍ୟବସ୍ଥା କରା ଯାଇ ନଥିବାରୁ ଦୂର ଦୁରାନ୍ତ ରୁ ଅଡିସନ ରେ ଭାଗ ନେଇଥିବା କଳାକାର ଭୋକ ଉପବାସରେ ଫେରିଥିଲେ କ୍ଷ କନ୍ଧମାଳ ଜ଼ିଲ୍ଲା ରେ ନାମ ସଂକୀର୍ତ୍ତନ ମାଧ୍ୟମ ରେ କଳା ଓ ସଂସ୍କୃତି କୁ ଵଞ୍ଚାଇ ରଖିଥିବା କଳାକାରଙ୍କୁ ବାଦ ଦିଆଯାଇଥିବାରୁ କଳାକାରଙ୍କ ମହଲ ରେ ଅସନ୍ତୋଷ ଦାନା ବାନ୍ଧୁଛି କ୍ଷ ସଂସ୍କୃତି ଅଧିକାରୀ ଅକ୍ଷୟ କୁମାର ସେଠୀ ଙ୍କୁ ତୁରନ୍ତ ବଦଳି ଓ ସଂକୀର୍ତ୍ତନ ଦଳକୁ ଚୟନ ପ୍ରକ୍ରିୟା ରେ ସାମିଲ କରାନଗଲେ ଆଗାମୀ ଦିନରେ ଜ଼ିଲ୍ଲାର ସମସ୍ତ ସଂକୀର୍ତ୍ତନ ମଣ୍ଡଳୀ ଜ଼ିଲ୍ଲା ସଂସ୍କୃତି କାର‌୍ୟାଳୟ କୁ ଘେରାଉ କରିବାକୁ କଳାକାର ମାନେ ଚେତାବନୀ ଦେଇଛନ୍ତି କ୍ଷ

Related Posts

Seo wordpress plugin by www.seowizard.org.