Odisha News

ବାଲିଗୁଡା ରେ ବିଜୁବାବୁଙ୍କ ୧୧୦ ତମ ଜୟନ୍ତୀ ପାଳିତ : ଜନସାଧାରଣଙ୍କ ହକ ପାଇଁ ବିଜେଡି ସଦାସର୍ବଦା ଲଢେ଼ଇ ଜାରି ରଖିବ

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୫/୩: କନ୍ଧମାଳ ଜିଲ୍ଲା ବାଲିଗୁଡା ନିର୍ବାଚନ ମଣ୍ଡଳୀ ସ୍ଥିତ ମହାସିଙ୍ଗ ଠାରେ ମହାନ ଜନନାୟକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ଉତ୍ସବ ମହାଆଡମ୍ବର ସହକାରେ ପାଳିତ ହୋଇ ଯାଇଛି ।
ଏହି ଅବସରରେ ଜିଲ୍ଲା ବିଜେଡି ଉପସଭାପତି ଟୁନା ଦାସ ଙ୍କ ନେତୃତ୍ୱରେ ଆୟୋଜିତ ସଭାରେ ପ୍ରବାଦ ପୁରୁଷ ବିଜୁ ବାବୁ ଙ୍କ ଫୋଟୋ ଚିତ୍ର ରେ ଦୀପ ଧୂପ ପ୍ରଜ୍ବଳନ ପୂର୍ବକ ପୁଷ୍ପ ମାଲ୍ୟାର୍ପଣ କରି ବିଜେଡି ର ସଂଗଠନ କୁ ଅଧିକ ମଜବୁତ କରିବା ସହ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଙ୍କ ହାତ ମୁଠା କୁ ଟାଣ କରିବାକୁ ଶପଥ ପାଠ କରିଥିଲେ ବିଜେଡି କର୍ମୀ ।
ବିଜେପି ସରକାର ର କୋଡିଏ ମାସ ମଧ୍ୟରେ କୌଣସି ପ୍ରତିଶୃତି ପାଳନ କରିନାହିଁ ବିଜେପି କ୍ଷ ବରଂ ବିଜେପି ସରକାରରେ ନାରୀ ନିର‌୍ୟାତନା ବୃଦ୍ଧି ପାଇବା ସହ , ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡ଼ିଛି, ଚାଷୀ ଆଜି ହତାଶ ହୋଇଛନ୍ତି ବୋଲି ବିଜେଡି ଜିଲ୍ଲା ଉପସଭାପତି ଟୁନା ଦାସ କହିଛନ୍ତି ।
ବାଲିଗୁଡା ନିର୍ବାଚନ ମଣ୍ଡଳୀରେ ଜବର ଦଖଲ ଉଛେଦ, ଚାଷୀ ଙ୍କ ସମସ୍ୟା ପରି ଅନେକ ସମସ୍ୟା ନେଇ ଜନସାଧାରଣ ଙ୍କ ପାଇଁ ବିଜେଡି ସଦା ସର୍ବଦା ଲଢେଇ ଜାରୀ ରଖିବ ।
ଆବଶ୍ୟକ ପଡିଲେ ଲୋକଙ୍କ ନ୍ୟାର୍ଯ୍ୟ ଦାବି ସହ ହକ ପାଇଁ ରାଜ ରାସ୍ତା କୁ ମଧ୍ୟ ଓଲ୍ହାଇବ ବୋଲି ଆହ୍ୱାନ ଦେଇଛନ୍ତି ବିଜେଡି ଜିଲ୍ଲା ଉପସଭାପତି ଟୁନା ଦାସ ।
ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଳିକ, ପୂର୍ବତନ ବିଧାୟକ ରାଜୀବ ପାତ୍ର, ବରିଷ୍ଠ ବିଜେଡି ନେତା ପ୍ରମୋଦ ସାହୁ, ବାଲିଗୁଡା ନଗର ବିଜେଡି ସଭାପତି ଏମଡି ସାବେଜ ଉଦିନ, ବାଲିଗୁଡା ବ୍ଲକ ବିଜେଡି ସଭାପତି ଅବନୀକାନ୍ତ ନାୟକଙ୍କ ସମେତ ବାଲିଗୁଡା ନିର୍ବାଚନ ମଣ୍ଡଳୀ ର ଚାରି ଗୋଟି ବ୍ଲକ ର ବିଜେଡି ନେତା ଓ କର୍ମୀ ପ୍ରମୁଖ ଯୋଗ ଦେଇନିଜ ନିଜର ସୁଚିନ୍ତିତ ମତାମତ ରଖିଥିଲେ ।
ଆବର୍ଜନା କୁଣ୍ଡରେ ପରିଣତ ହୋଇଛି ପୁରୁଣା ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ
ବାଲିଗୁଡା, ୫/୩ : ଗୋଟିଏ ପଟେ ରାଜ୍ୟ ସରକାର ସରକାରୀ ସମ୍ପତ୍ତିର ସୁରକ୍ଷା ଓ ଭିତ୍ତିଭୂମିର ବିକାଶ ପାଇଁ କୋଟି କୋଟି ଟଙ୍କା ବ୍ୟୟ ବରାଦ କରୁଥିବା ବେଳେ, ଅନ୍ୟପଟେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ବ୍ଲକର ବିଭାଗୀୟ ଉଦାସୀନତାର ଏକ ଚରମ ନମୁନା ଦେଖିବାକୁ ମିଳିଛି ।
ଟିକାବାଲି ବଜାର ସ୍ଥିତ ଦୁର୍ଗା ମଣ୍ଡପ ନିକଟରେ ଥିବା ପୁରୁଣା ରାଜସ୍ୱ ନିରୀକ୍ଷକ (ଆର.ଆଇ) ଙ୍କ କାର୍ଯ୍ୟାଳୟ ଏବେ ସମ୍ପୂର୍ଣ୍ଣ ପରିତ୍ୟକ୍ତ ଓ ଅବହେଳିତ ଅବସ୍ଥାରେ ପଡ଼ିରହିଛି। ରକ୍ଷଣବେକ୍ଷଣ ଅଭାବରୁ ଏହି କୋଠାଟି ଏବେ ଅସାମାଜିକ ବ୍ୟକ୍ତିଙ୍କ ପରିସ୍ରାଗାର ସାଜିବା ସହ ଏକ ବଡ଼ ଧରଣର ଆବର୍ଜନା କୁଣ୍ଡରେ ପରିଣତ ହୋଇଛି। ସୂଚନା ଅନୁଯାୟୀ, ଦୀର୍ଘ ବର୍ଷ ଧରି ଏହି କାର୍ଯ୍ୟାଳୟଟି ବ୍ୟବହାର ନହେବା ଫଳରେ ଏହାର ଚତୁପାର୍ଶ୍ୱରେ କୁଢ କୁଢ ପ୍ଲାଷ୍ଟିକ୍ ଗ୍ଲାସ, ପ୍ଲେଟ୍ ଏବଂ ବ୍ୟବହୃତ ଅଳିଆ ଆବର୍ଜନା ଜମା ହୋଇ ରହିଛି।
ବିଶେଷ କରି ବଜାର ଅଞ୍ଚଳ ଓ ଦୁର୍ଗା ମଣ୍ଡପ ଭଳି ଏକ ସମ୍ବେଦନଶୀଳ ସ୍ଥାନ ପାଖରେ ଏଭଳି ଅପରିଷ୍କାର ପରିବେଶ ସ୍ଥାନୀୟ ବାସିନ୍ଦା ଓ ବ୍ୟବସାୟୀଙ୍କ ପାଇଁ ଦୁର୍ଗନ୍ଧର କାରଣ ସାଜିଛି।
କୋଠାଟିର କାନ୍ଥଗୁଡ଼ିକ ଏବେ ଦୁର୍ବଳ ହେବା ଆରମ୍ଭ କଲାଣି ଏବଂ ଚାରିପଟେ ଅନାବନା ଗଛଲତା ମାଡ଼ି ଯିବା ଫଳରେ ଏହା ଏକ ଭୂତକୋଠି ଭଳି ଭୟଙ୍କର ଦୃଶ୍ୟ ସୃଷ୍ଟି କରୁଛି। ଜନସାଧାରଣଙ୍କ ଟିକସ ପଇସାରେ ନିର୍ମିତ ଏହି ସରକାରୀ ସମ୍ପତ୍ତିର କୌଣସି ବି ବିକଳ୍ପ ବ୍ୟବହାର କରାଯାଉ ନଥିବାରୁ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ଯଦି ଏହି କୋଠାକୁ ସଂସ୍କାର କରି ଅନ୍ୟ କୌଣସି ସରକାରୀ ବିଭାଗର କାର୍ଯ୍ୟାଳୟ କିମ୍ବା ପାଠାଗାର ଭଳି କାର୍ଯ୍ୟରେ ବ୍ୟବହାର କରାଯାଇ ପାରନ୍ତା, ତେବେ ଏହା ସରକାରଙ୍କ ପାଇଁ ଏକ ସମ୍ପତ୍ତି ଭାବେ ରହି ପାରିବ । ମାତ୍ର ବିଭାଗୀୟ ଉଦାସୀନତା ଯୋଗୁଁ କୋଠାଟି ଦିନକୁ ଦିନ ମାଟିରେ ମିଶିବାକୁ ବସିଲାଣି।ସରକାରୀ ସମ୍ପତ୍ତିକୁ ଏଭଳି ନଷ୍ଟ ନକରି ଏହାକୁ ତୁରନ୍ତ ସଫା କରାଯିବା ସହ ବ୍ୟବହାର ଉପଯୋଗୀ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।
ବିଭିନ୍ନ ସମୟରେ ଏହି ସ୍ଥାନରେ ଅଳିଆ ପକାଯାଉଥିବାରୁ ପରିବେଶ ପ୍ରଦୂଷିତ ହେଉଛି।
ତେଣୁ ରାଜସ୍ୱ ବିଭାଗ ଓ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ କୋଠାଟିର ପୁନରୁଦ୍ଧାର ପାଇଁ ପଦକ୍ଷେପ ନେବେ କି ନାହିଁ, ତାହା ଦେଖିବାକୁ ବାକି ରହିଲା। ଅବହେଳିତ ଅବସ୍ଥାରେ ଥିବା ଏହି କାର୍ଯ୍ୟାଳୟଟି କେବେ ପୁଣି ଥରେ କାର‌୍ୟ୍ୟକ୍ଷମ ହେଉଛି, ତାହା ଏବେ ଟିକାବାଲି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
ପଥିକ ଙ୍କୁ କଲବଲ କଲାଣି ମହୁମାଛି ଆତଙ୍କ : ବନ ବିଭାଗ ର ଦୃଷ୍ଟି ପଡୁ
ବାଲିଗୁଡା, ୫/୩ : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକର ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ ଦେଖାଯାଇଛି।
ଏକାଧିକ ବଡ଼ ବଡ଼ ଗଛରେ ମହୁମାଛି ବସା ବାନ୍ଧିଛନ୍ତି । ଏହି ବସା ଗୋଟିଏ କି ୨ଟି ନୁହେଁ, ଶହ ଶହ ବନ୍ଧା ବାନ୍ଧିଥିବା ଜଣାପଡ଼ିଛି।
ଗାଁ ସାରା ମହୁମାଛି ବୁଲି ବୁଲି ଖାଦ୍ୟ ସଂଗ୍ରହ କରୁଥିବାବେଳେ ଲୋକଙ୍କୁ ଆକ୍ରମଣ କରୁଛନ୍ତି। ସେହି ରାସ୍ତା ଦେଇ ବିଦ୍ୟାଳୟକୁ ଛାତ୍ରୀଛାତ୍ର ବିଦ୍ୟାଳୟକୁ ଯାଉଥିବା ବେଳେ ହଳଦୀ ପଦର ଓ ଜଙ୍ଗଲକୁ ଲୋକଙ୍କ କାର୍ଯ୍ୟପାଇଁ ଯିବା ବେଳେ ଆକ୍ରମଣର ଶିକାର ହେଉଛନ୍ତି।
ସେହିପରି ଉକ୍ତ ରାସ୍ତା ଦେଇ କୋଟଗଡ଼ ବ୍ଲକ ପକାରୀ, ରାଣିପାଙ୍ଗା ଆଦି ଅଞ୍ଚଳକୁ ଲୋକଙ୍କ ଯାତାୟାତ ରହୁଥିବାବେଳେ ଗାଡି ଶବ୍ଦରେ ମହୁମାଛି ଆହୁରି ଉଗ୍ର ହେଉଥିବା ଗ୍ରାମବାସୀ କହିଛନ୍ତି, ଗତ କିଛି ଦିନ ହେଲା ଏହି ମହୁମାଛି ଦଳ ଦଳ ହୋଇ ଲୋକଙ୍କୁ ଆକ୍ରମଣ କରିବା ସହ କଲବଲ କରୁଛନ୍ତି। ଏଥିପ୍ରତି ବନ ବିଭାଗ ତୁରନ୍ତ ପଦକ୍ଷେପ ନେବାକୁ ଗ୍ରାମବାସୀ ନିବେଦନ କରିଛନ୍ତି।

Related Posts