Odisha News

ବର୍ଷାରେ ଭିଜିଭିଜି ରୁକୁଣା ରଥ ଟାଣିଲେ ଶ୍ରଦ୍ଧାଳୁ

ଭୁବନେଶ୍ବର,୨୬/୩: ପବିତ୍ର ଅଶୋକାଷ୍ଟମୀ ଅବସରରେ ଗଡ଼ିଲା ମହାପ୍ରଭୁ ଶ୍ରୀଲିଙ୍ଗରାଙ୍କ ରୁକୁଣା ରଥ । ମାଉସୀ ମନ୍ଦିର ଅଭିମୁଖେ ଗଡୁଛିଶ୍ରୀଲିଙ୍ଗରାଙ୍କ ରଥ।ଏକାମ୍ର କ୍ଷେତ୍ରର ରଥଦାଣ୍ଡରେ ଗଡ଼ିଲା ଅଣଲେଉଟା ରୁକୁଣା ରଥ । ରଥରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ସହ ବିରାଜିଛନ୍ତି ଶକ୍ତିସ୍ବରୂପିଣୀ ମା’ ରୁକ୍ମିଣୀ ଓ ପ୍ରଭୁ ବାସୁଦେବ । ରଥ ଉପରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ ଶ୍ରୀଲିଙ୍ଗରାଜ ।
ଲକ୍ଷଲକ୍ଷ ଭକ୍ତଙ୍କ ସମାଗମରେ ସାଙ୍ଗକୁ ପାରମ୍ପରିକ ବାଦ୍ୟ ମୃଦଙ୍ଗ କମ୍ପୁଛି ରଥଦାଣ୍ଡ । ରୁକୁଣା ରଥକୁ ଶ୍ରଦ୍ଧାରେ ଟାଣି ନେଉଛନ୍ତି ଶ୍ରଦ୍ଧାଳୁ । ହରିବୋଲ, ହୁଳହୁଳି ଶବ୍ଦ ସାଙ୍ଗକୁ ପାରମ୍ପରିକ ବାଦ୍ୟ ମୃଦଙ୍ଗ, ଝାଞ୍ଜ, ଢୋଲ ଶବ୍ଦରେ ପ୍ରକମ୍ପିତ ହୋଇଉଠିଛି ରଥଦାଣ୍ଡ ।
ସେପଟେ ରାଜଧାନୀରେ କାଳବୈଶାଖୀ ବର୍ଷା । ରଥଦାଣ୍ଡରେ ଭିଜିଲେ ଭକ୍ତ ଆଉ ଭଗବାନ । ପ୍ରବଳ ବର୍ଷାରେ ଭିଜିଭିଜି ରୁକୁଣା ରଥକୁ ଟାଣି ଟାଣି ଆଗକୁ ନେଉଛନ୍ତି ଶ୍ରଦ୍ଧାଳୁ । ଏଥିରୁ ବାରିହୋଇ ପଡ଼ୁଛି ଭଗବାନଙ୍କ ପ୍ରତି ଭକ୍ତଙ୍କ ଶ୍ରଦ୍ଧା । ବର୍ଷା ହେବା ସତ୍ତ୍ବେ ରଥ ଟାଣୁଛନ୍ତି ଭକ୍ତ ।

Related Posts