Odisha News

ବନ୍ଧୁକ ମୁନରେ ଲୁଟିନେଲେ ୧୫ ଲକ୍ଷ

ନବରଙ୍ଗପୁର, ୧୫/୧ : ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକ ଅନ୍ତର୍ଗତ ପଠାନ ସାହିରେ ବନ୍ଧୁକ ମୁନରେ ହୋଇଛି ବଡ଼ ଧରଣର ଲୁଟ୍ ।
୬ ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ଜଣେ ବ୍ୟବସାୟୀଙ୍କଠାରୁ ଲୁଟି ନେଇଛନ୍ତି ୧୫ ଲକ୍ଷ ଟଙ୍କା । ଏ ନେଇ ବ୍ୟବସାୟୀ ଅବଦୁଲ ଅନସାରୀ ଥାନାରେ ଅଭିଯୋଗ କରିଛନ୍ତି ।
ମିଳିଥିବା ପ୍ରାଥମିକ ସୂଚନା ମୁତାବକ, ଅବଦୁଲ ଅନସାରୀ ତାଙ୍କର ଦୁଇ ଜଣ ସାଥୀଙ୍କ ସହିତ ସାପ୍ତାହିକ ହାଟକୁ ଯାଉଥିଲେ ।
ଏହି ସମୟରେ ୬ଜଣ ମାସ୍କ ପିନ୍ଧା ଲୁଟେରା ସେମାନଙ୍କୁ ପିଛା କରି ବାଟରେ ଅଟକାଇ ଥିଲେ । ଦୁର୍ବୃତ୍ତମାନେ ସେମାନଙ୍କୁ ଠେଙ୍ଗାରେ ଆକ୍ରମଣ କରିବା ସହିତ ବନ୍ଧୁକ ଦେଖାଇ ଅବଦୁଲଙ୍କଠାରୁ ୧୫ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ।
ଲୁଟେରାଙ୍କ ଆକ୍ରମଣରେ ଅବଦୁଲ ଆହତ ହୋଇଛନ୍ତି । ତାଙ୍କୁ ରାଇଘର ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଏ ନେଇ ଥାନାରେ ଅଭିଯୋଗ ହୋଇଛି । ପୋଲିସ ଲୁଟ୍ ଘଟଣାର ଛାନଭିନ୍ କରୁଛି ।
ଅନ୍ୟପକ୍ଷରେ ସୁବର୍ଣ୍ଣପୁର ଜିଲ୍ଲା ହିକୁଡ଼ି ଫାଣ୍ଡି ଧର୍ମଶାଳାରେ ବଡ଼ ଧରଣର ଡକାୟତି ହୋଇଛି । କିଓସ୍କ ବ୍ୟାଙ୍କର ମାଲିକ ନୀଳାମ୍ବର ମହାପାତ୍ର ଗୁରୁତର ଆହତ ହୋଇଛନ୍ତି ।
ନୀଳାମ୍ବର ଗତକାଲି କିଓସ୍କ ବ୍ୟାଙ୍କରେ ଥିବାବେଳେ କିଛି ଦୁର୍ବୃତ୍ତ ପଶି ଟଙ୍କା ଦେବାକୁ ଧମକ ଦେଇଥିଲେ । ସେ ରାଜି ନ ହେବାରୁ ତାଙ୍କୁ ନିସ୍ତୁକ ମାଡ଼ ମାରିବା ସହିତ ଦେଢ଼ ଲକ୍ଷ ଟଙ୍କା ଓ ୩ଟି ଏଟିଏମ୍ କାର୍ଡ ନେଇ ଯାଇଥିଲେ । ଏହା ପରେ ସ୍ଥାନୀୟ ଲୋତ ତାଙ୍କୁ ଉଦ୍ଧାର କରିବା ସହିତ ମେଡ଼ିକାଲରେ ଭର୍ତ୍ତି କରିଥିଲେ । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଏ ନେଇ ସେ ପୋଲିସରେ ଅଭିଯୋଗ କରିଛନ୍ତି ।

Related Posts

Seo wordpress plugin by www.seowizard.org.