Odisha News

ବନ୍ଧୁ ପତ୍ନୀଙ୍କ ସହ ପରକୀୟା ପ୍ରୀତି: ଏଲନ୍ ମସ୍କଙ୍କ ପାଇଁ ଭାଙ୍ଗିଲା ଗୁଗୁଲ୍ ସହ-ପ୍ରତିଷ୍ଠାତାଙ୍କ ଘର

ନୂଆଦିଲ୍ଲୀ,୨୫/୭: ଗୁଗଲ କୋ-ଫାଉଣ୍ଡର ପତ୍ନୀଙ୍କ ପ୍ରେମରେ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଏଲନ୍ ମସ୍କ। କୋ-ଫାଉଣ୍ଡର ସର୍ଗେଇ ବ୍ରିନ୍ ତାଙ୍କ ପତ୍ନୀ ନିକୋଲ ଶନହାନଙ୍କ ଠାରୁ ଛାଡପତ୍ର ନେବେ।
ଏହି ଛାତପତ୍ର ପାଇଁ କୁଆଡେ ଏଲନ୍ ମସ୍କ ଦାୟୀ। ଏଲନ୍ ମସ୍କଙ୍କ ସହ ପ୍ରେମ ସମ୍ପର୍କ ହେତୁ ଏବେ ଉଭୟ ପତି-ପତ୍ନୀଙ୍କର ଛାଡ଼ପତ୍ର ହେବାକୁ ଯାଉଛି ବୋଲି ଶୁଣିବାକୁ ମିଳୁଛି।
ୱଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲର ରିପୋର୍ଟ ଅନୁସାରେ ୨୦୦୮ ମସିହାରେ ଏଲନ୍ ମସ୍କ ଆର୍ଥିକ ସଙ୍କଟ ଦେଇ ଗତି କରୁଥିଲେ। ଏତିକି ବେଳେ ଗୁଗୁଲ୍ର ସହ ନିର୍ମାତା ସର୍ଗେଇ ବ୍ରିନ୍ ତାଙ୍କୁ ସାହାଯ୍ୟ କରି ତାଙ୍କର ଇଲେକ୍ଟ୍ରିକ୍ କାର୍ କମ୍ପାନୀ ଟେସ୍ଲାକୁ ବନ୍ଦ ହୋଇ ଯିବାରୁ ବଞ୍ଚାଇଥିଲେ।
ଏହାପରେ ଉଭୟଙ୍କ ମଧ୍ୟରେ ବନ୍ଧୁତା ଗଢ଼ି ଉଠିଥିଲା। ଏଲନ୍ ମସ୍କ ଓ ଗୁଗଲ କୋ-ଫାଉଣ୍ଡର୍ ସର୍ଗେଇ ବ୍ରେନ ଦୀର୍ଘ ସମୟ ଧରି ପରସ୍ପରର ବନ୍ଧୁ ଥିଲେ।
ମସ୍କ ନିୟମିତ ରୂପେ ବ୍ରିନ୍ଙ୍କ ସିଲିକନ୍ ଭେଲି ସ୍ଥିତ ଘରକୁ ଯିବା ଆସିବା କରୁଥିଲେ। ଏହାରି ଭିତରେ ନିକୋଲ୍ଙ୍କର ମସ୍କଙ୍କ ସହ ପରିଚୟ ହୋଇଥିଲା। ପରବର୍ତ୍ତୀ ମୁହୂର୍ତ୍ତରେ ଦୁହିଁଙ୍କ ଭିତରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା।
ରିପୋର୍ଟ ଅନୁସାରେ ମସ୍କ ଓ ନିକୋଲଙ୍କ ଭିତରେ ପ୍ରେମ ସମ୍ପର୍କ ଗତବର୍ଷ ଡିସେମ୍ବର ମାସରେ ମିଆମିରେ ଆର୍ଟ ବେସଲରେ ଆରମ୍ଭ ହୋଇଥିଲା।
କିନ୍ତୁ ପରେ ବ୍ରିନ୍ ଏହି କଥା ଜାଣିବା ପାରେ ମସ୍କ ଏକ କାର୍ଯ୍ୟକ୍ରମ ତାଙ୍କୁ କ୍ଷମା ମଧ୍ୟ ମାଗିଥିଲେ। ହେଲେ ପରେ ମସ୍କ ଓ ନିକୋଲ ମଧ୍ୟରେ ପ୍ରେମ ସମ୍ପର୍କ ଆହୁରି ନିବିଡ ହେବାରେ ଲାଗିଥିଲା।
ଏଥିଯୋଗୁ ଗୁଗଲ କୋ-ଫାଉଣ୍ଡର୍ ତାଙ୍କ ପତ୍ନୀଙ୍କୁ ଛାଡପତ୍ର ଦେବାକୁ ଯାଉଛନ୍ତି। ଶେନହାନ ବର୍ତ୍ତମାନ ଛାଡପତ୍ର ପାଇଁ ବ୍ରିନ୍ଙ୍କ ଠାରୁ ଏକ ବିଲିଅନ୍ ଡଲାରରୁ ଅଧିକ ଦାବି କରିଥିବା କୁହାଯାଇଛି।
ସେପଟେ ଶେନହାନଙ୍କ ସହ ପରକୀୟାପ୍ରୀତିକୁ ନେଇ ମୁହଁ ଖୋଲିଛନ୍ତି ଏଲନ୍ ମସ୍କ। ତାଙ୍କ ବିରୋଧରେ ଆସିବା ଏଭଳି ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି।
ସେ କହିଛନ୍ତି, ‘ସର୍ଗେଇ ମୋର ଜଣେ ଭଲ ବନ୍ଧୁ। ଗତ ରାତିରେ ଆମେ ଏକାଠି ପାର୍ଟି କରିଥିଲେ। ମୁଁ ତିନି ବର୍ଷ ମଧ୍ୟରେ କେବଳ ଦୁଇ ଥର ନିକୋଲଙ୍କୁ ଦେଖିଛି। ଏହି ଦେଖାସାକ୍ଷାତ ବି ଅନେକ ଲୋକଙ୍କ ଉପସ୍ଥିତିରେ ହୋଇଛି। ଆମ ମଧ୍ୟରେ ଏଭଳି କିଛି ସମ୍ପର୍କ ନାହିଁ। ଏ ସବୁକିଛି କେବଳ ବୁଲ୍ ସିଟ୍ଟ୍ଟ।’
ଉଲ୍ଲେଖଯୋଗ୍ୟ, ଟ୍ୱିଟର୍ ସହ ହୋଇଥିବା ୪୪ ବିଲିୟନ୍ ଡିଲ୍ରୁ ଗତ କିଛି ଦିନ ତଳେ ଓହରି ଯାଇଛନ୍ତି ଏଲନ୍ ମସ୍କ। ପ୍ରଖ୍ୟାତ ସାମାଜିକ ଗଣମାଧ୍ୟମ କମ୍ପାନି ‘ଟ୍ୱିଟର୍’କୁ ୪୪ ବିଲିୟନ୍ ଡଲାର୍ ବିନିମୟରେ କିଣିବେ ବୋଲି ଏଲନ୍ ମସ୍କ୍ ଚୁକ୍ତି କରିଥିଲେ। କିନ୍ତୁ, ‘ଟ୍ୱିଟର୍’ ପ୍ଲାଟ୍ଫର୍ମରେ ଥିବା ଜାଲ୍ ଆକାଉଣ୍ଟ୍ ସଂକ୍ରାନ୍ତରେ ‘ଟ୍ୱିଟର୍’ କମ୍ପାନି ତଥ୍ୟ ନ ଦେବାରୁ ସେ ଉକ୍ତ ଚୁକ୍ତିରୁ ଓହରି ଯାଇଥିବା ଘୋଷଣା କରିଥିଲେ। ସେଥିପାଇଁ ତାଙ୍କ ନାମରେ ମାମଲା ରୁଜୁ କରିବ ବୋଲି ‘ଟ୍ୱିଟର୍’ ଧମକ ଦେଇଥିଲା।

Related Posts

Seo wordpress plugin by www.seowizard.org.