Trending Now

ଖୋରଧା ଜିଲ୍ଲା ସ୍ତରୀୟ ଐତିହ୍ୟ ଗଣ ଦୌଡ଼ ଅନୁଷ୍ଠିତ

ପଞ୍ଚାୟତ ସ୍ତରୀୟ ଖଡିଛୁଆଁ ଓ ପ୍ରବେଶ ଉତ୍ସବ ପାଳିତ

Israel says Haifa residential building suffers direct hit in Iran attack

ବୌଦ୍ଧରେ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନର ନାମ ଫଳକ ଓଡିଆରେ ଲେଖିବା ପାଇଁ ସଚେତନତା ଶୋଭାଯାତ୍ରା

ଫିଫ୍ଟି ଡିଗ୍ରୀ ହିଟ୍ ହେଇଯିବ ନୁରି ବୁଲବ ପାନି

Cash, liquor and other inducements seizures cross Rs 650 crore ahead of Assembly polls: ECI

logo
  • Top Stories
  • Business News
  • National News
  • Ollywood News
  • Sports News
  • Odisha News
  • Bollywood
  • Advertise
Home Odisha News
Odisha News

ବଦଳିଲା ନବୀନ ପଟ୍ଟନାୟକଙ୍କ ସୋଶିଆଲ ମିଡିଆ ପ୍ରୋଫାଇଲ୍ ଷ୍ଟାଟସ୍

By Odisha News Online Jun 12, 2024 470

ଓଡ଼ିଶା, ୧୨/୬ : କ୍ଷମତା ଯିବା ପରେ ବଦଳିଗଲା ସୋଶାଲ ମିଡିଆ ପ୍ରୋଫାଇଲ୍ ଷ୍ଟାଟସ୍ । ପୂର୍ବରୁ ସୋଶାଲ ମିଡିଆରେ ଷ୍ଟାଟସ୍ରେ ମୁଖ୍ୟମନ୍ତ୍ରୀ, ଓଡ଼ିଶା ଲେଖୁଥିବା ନବୀନ ପଟ୍ଟନାୟକ ଏବେ ଏହାକୁ ବଦଳାଇ ଦେଇଛନ୍ତି।
ଏହା ସ୍ଥାନରେ ବିଜୁ ଜନତାଦଳ ସଭାପତି ବୋଲି ସେ ଉଲ୍ଲେଖ କରିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୋଶାଲ ମିଡିଆ ପ୍ରୋଫାଇଲ୍ ଷ୍ଟାଟସ୍ ଏବେ ଚର୍ଚ୍ଚାର କାରଣ ପାଲଟିଛି।
ଦୀର୍ଘ ଅଢେଇ ଦଶନ୍ଧି ଧରି ରାଜ୍ୟର ମୁଖ୍ୟମନ୍ତ୍ରୀ ଥିବା ନବୀନ ପଟ୍ଟନାୟକ ଏଥର କିନ୍ତୁ ଗାଦିଚ୍ୟୁତ ହୋଇଛନ୍ତି। ଏହାପରେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ସାରିଛନ୍ତି।
ଜନାଦେଶ ବିଜେପି ସପକ୍ଷରେ ଯାଇଥିବା ବେଳେ ଆଜିଠୁ ରାଜ୍ୟରେ ଆରମ୍ଭ ହେବ ବିଜେପି ଶାସନ । ଆଜି ଏକ ଭବ୍ୟ ସମାରୋହରେ ଶପଥ ନେବେ ଭାବୀ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ଏହା ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ପାଲଟି ଯାଇଥିବା ନବୀନ ପଟ୍ଟନାୟକ ଇସ୍ତଫା ଦେବା ପରେ ନିଜ ସୋଶାଲ ମିଡିଆ ପ୍ରୋଫାଇଲ୍ ଷ୍ଟାଟସ୍କୁ ବଦଳାଇ ଦେଇଛନ୍ତି। ଉଭୟ ଏକ୍ସ ଓ ଇନଷ୍ଟାଗ୍ରାମରେ ନବୀନ ପଟ୍ଟନାୟକ ନିଜକୁ ବିଜୁ ଜନତା ଦଳ ସଭାପତି ବୋଲି ଲେଖିଛନ୍ତି ।
ଆଜିଠୁ ରାଜ୍ୟରେ ମୋହନ ମାଝୀଙ୍କ ସରକାର ଆରମ୍ଭ ହେବାକୁ ଯାଉଥିବା ବେଳେ ଏହି ସମାରୋହରେ ସାମିଲ ହେବାକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରାଯାଇଛି।
ଏହି ସମାରୋହରେ ପ୍ରଧାନମନ୍ତ୍ରୀ, ଗୃହ ମନ୍ତ୍ରୀଙ୍କ ସମେତ ବହୁ କେନ୍ଦ୍ର ମନ୍ତ୍ରୀ, ଏମ୍ପି ଓ ୯ ରାଜ୍ୟର ମୁଖ୍ୟମନ୍ତ୍ରୀ ବି ଯୋଗ ଦେବେ। ସେଥିନିମନ୍ତେ ଭୁବନେଶ୍ୱରରେ ୬୭ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି।

Tags: Bhubaneswar ex chief minister naveen patnaik change his profile from social media ODISHA

Post navigation

Previous Previous post:

Chandrababu Naidu takes oath as Andhra Chief Minister, PM, NDA allies present

Next Next post:

Several Indians among 41 dead, dozens injured in Kuwait building fire

Related Posts

ମୌଳିକ ସୁବିଧାରୁ ବଞ୍ଚିତ ମହାଳିକପଡା ବାସୀଙ୍କର ଟେଲିଫୋନ ଟାୱାର ତୁରନ୍ତ କାର୍ଯ୍ୟକ୍ଷମ ଦାବୀରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ ଓ କୁଶପୁତ୍ତଳିକା ଦାହ

By Odisha News Online Sep 5, 2024

ବାହାନଗା ଟ୍ରେନ୍ ଟ୍ରାଜେଡି; ଚାର୍ଜଶିଟ୍ ଦାଖଲ କଲା ସିବିଆଇ

By Odisha News Online Sep 2, 2023

ବାଙ୍ଗିରିପୋଷି ଘାଟି ଉପରେ ଟ୍ୟାଙ୍କର-ଟ୍ରକ୍ ଧକ୍କା, ଜିଅନ୍ତା ଜଳିଗଲେ ଡ୍ରାଇଭର

By Odisha News Online Jan 4, 2024

Join Us

  • Facebook Like us on Facebook
  • Twitter Follow us on Twitter

Recent Posts

  • ଖୋରଧା ଜିଲ୍ଲା ସ୍ତରୀୟ ଐତିହ୍ୟ ଗଣ ଦୌଡ଼ ଅନୁଷ୍ଠିତ

    Apr 5, 2026

  • ପଞ୍ଚାୟତ ସ୍ତରୀୟ ଖଡିଛୁଆଁ ଓ ପ୍ରବେଶ ଉତ୍ସବ ପାଳିତ

    Apr 5, 2026

  • Israel says Haifa residential building suffers direct hit in Iran attack

    Apr 5, 2026

Trending Now

  • Kohli credits team effort for historic ODI series win vs Proteas

    Feb 14, 2018

  • Rohit Sharma ends SA hoodoo

    Feb 14, 2018

  • 4 hockey players from Odisha in Team India for Azlan Shah Cup

    Feb 20, 2018

Quick Links

  • Top Stories
  • Business News
  • National News
  • Ollywood News
  • Sports News
  • Odisha News
  • Bollywood
  • Advertise

Recent Posts

  • ଖୋରଧା ଜିଲ୍ଲା ସ୍ତରୀୟ ଐତିହ୍ୟ ଗଣ ଦୌଡ଼ ଅନୁଷ୍ଠିତ
  • ପଞ୍ଚାୟତ ସ୍ତରୀୟ ଖଡିଛୁଆଁ ଓ ପ୍ରବେଶ ଉତ୍ସବ ପାଳିତ
  • Israel says Haifa residential building suffers direct hit in Iran attack
  • ବୌଦ୍ଧରେ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନର ନାମ ଫଳକ ଓଡିଆରେ ଲେଖିବା ପାଇଁ ସଚେତନତା ଶୋଭାଯାତ୍ରା
  • ଫିଫ୍ଟି ଡିଗ୍ରୀ ହିଟ୍ ହେଇଯିବ ନୁରି ବୁଲବ ପାନି
© Copyright 2015  - Odisha News Online
  • Privacy policy
  • Advertising
  • Contact us