Odisha News

ଫେବୃଆରୀ ୧୫ରେ ପୂରିବ ରାସନ କାର୍ଡ ଇ-କେୱାଇସି କଣ୍ଟ, ଅଯୋଗ୍ୟ ହିତାଧିକାରୀ କାର୍ଡ ନଫେରାଇଲେ ଆକ୍ସନ

ଭୁବନେଶ୍ୱର, ୯/୨: ରାସନକାର୍ଡକୁ ଇ-କେୱାଇସି ସହ ସଂଯୋଗ କରିବା ନେଇ ରାଜ୍ୟ ସରକାର ଆଉ ଦେବେ ନାହିଁ ସମୟ ।
ଆସନ୍ତା ଫେବୃୟାରୀ ୧୫ ତାରିଖ ସୁଦ୍ଧା ଯଦି ଇ-କେୱାଇସି ନ କରିବେ ଦେବେ ସରକାର ରାସନକାର୍ଡରୁ ହିତାଧିକାରୀଙ୍କ ନାମକୁ ତାଙ୍କ ତରଫରୁ କାଟିଦେବେ । ଆଉ ନୂଆ ତାଲିକାରେ ପ୍ରକାଶ କରିବେ ବୋଲି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ।
ମନ୍ତ୍ରୀଙ୍କ ସୂଚନା ମୁତାବକ, ଫେବୃୟାରୀ ୧୫ ତାରିଖ ଇ-କେୱାଇସିର ଶେଷ ତାରିଖ ରହିଛି । ରବିବାର (ଫେବୃୟାରୀ ୮) ସୁଦ୍ଧା ୩୭ ଲକ୍ଷ ୮୫ ହଜାର ୪୯୬ ଜଣ ଇ-କେୱାଇସି କରି ନାହାଁନ୍ତି । ଯେଉଁମାନେ ପ୍ରକୃତ ହିତାଧିକାରୀ ନୁହଁନ୍ତି ସେମାନେ ବୋଧ ହୁଏ ଇ-କେୱାଇସି କରି ନାହାଁନ୍ତି ।
ବାରମ୍ବାର ଅନୁରୋଧ କରିବା ପରେ ମଧ୍ୟ କିଛି ଲୋକ କରୁ ନାହାଁନ୍ତି । ଯେଉଁମାନେ ନିର୍ଦ୍ଧାରିତ ସମୟ ଅବଧି ମଧ୍ୟରେ ଇ-କେୱାଇସି ନ କରି ନ ଥିବେ ସେମାନଙ୍କୁ ସରକାର ବାଧ୍ୟ ହୋଇ ତାଲିକାରୁ କାଟି ଦେବେ ।
ଏହା ପରେ ପୋର୍ଟାଲ ଖୋଲାଯିବ । ପ୍ରାୟ ୬ ଲକ୍ଷ ନୂତନ ହିତାଧିକାରୀ ଆବେଦନ କରିଛନ୍ତି । ସେମାନଙ୍କୁ ରାସନକାର୍ଡ ତାଲିକା ଅନ୍ତର୍ଭୁକ୍ତ କରାଯିବ । ପ୍ରାୟ ୮ ଲକ୍ଷ ଭଳି ହିତାଧିକାରୀ ଆୟକରଦାତା ରହିଛନ୍ତି । ତେଣୁ ସ୍ୱତଃପ୍ରତ ଭାବେ ଲୋକମାନେ ନିଜର କାର୍ଡ ଦାଖଲ କରୁଛନ୍ତି । ଯାହାକି ସ୍ୱାଗତ ଯୋଗ୍ୟ ପଦକ୍ଷେପ ।
ପୂର୍ବରୁ ସମୟ ବଢ଼ାଇବାକୁ ଲୋକମାନେ କଲ୍ କରୁଥିଲେ । ସେଥିପାଇଁ ସରକାର ଇ-କେୱାଇସି ପାଇଁ ସମୟ ଦେଉଥିଲେ । କିନ୍ତୁ ବର୍ତ୍ତମାନ ଏ ମାସରେ ଆଉ ସେମିତି ଫୋନ୍ ଆସି ନାହିଁ । ତେଣୁ ଆଉ ଅବଧି ବଢ଼ିବ ନାହିଁ ବୋଲି କହିଛନ୍ତି ମନ୍ତ୍ରୀ ।

Related Posts