Odisha News

ଫାଇଟର୍ସ ଗୃପ ର ସ୍ତନ କର୍କଟ ସଚେତନତା କାର୍ଯ୍ୟକ୍ରମକୁ ମହିଳାମାନଙ୍କର ଉତ୍ସାହପ୍ରଦ ସମର୍ଥନ 

By Ashwini Darjee

ବରଗଡ଼,୨୭/୧୦: ଆଜି ସାରା ବିଶ୍ବରେ କ୍ୟାନ୍ସର ରୋଗ ନିଜର କାୟା ବିସ୍ତାର କରିସାରିଥିବା ବେଳେ ଏହି ଅସାଧ୍ୟ କ୍ୟାନ୍ସର ରୋଗରୁ ରକ୍ଷା ପାଇବା ପାଇଁ ବିଭିନ୍ନ ପ୍ରକାରର କେନ୍ସର ଉପରେ ସଚେତନତା ନିହାତି ଆବଶ୍ୟକ ହୋଇପଡିଛି  ।  ଅନେକ ପ୍ରକାରର  କ୍ୟାନ୍ସର ରୋଗ ମଧ୍ୟରୁ ମହିଳା ମାନକ ମଧ୍ୟରେ ସର୍ବାଧିକ ସ୍ତନ କର୍କଟ ଦେଖାଦେଉଥିବା ବେଳେ ସ୍ତନ କର୍କଟ ଉପରେ ମହିଳା ମାନଙ୍କୁ ସଚେତନ କରାଇବା ଉଦ୍ୟେଶ ନେଇ ପ୍ରତିବର୍ଷ ଅକ୍ଟୋବର ମାସ କୁ World Breast Cancer Awareness Month ରୂପେ ପାଳନ କରାଯାଏ ।

ଏହି ମାସ ସାରା ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ କରାଯାଇ ଥାଏ । ଆମ ଦେଶରେ ସାଧାରଣତଃ ମହିଳା ମାନେ ଲଜ୍ଜା ବଶତଃ ସ୍ତନ ସଂପର୍କୀତ ସମସ୍ୟାକୁ ଲୁଚାଇ ରଖନ୍ତି, ଯାହାକି ପରେ କେନସରର ରୂପ ନେଇଥାଏ । ଏଭଳି ସମସ୍ୟା ଗୁଡିକ ସଂପର୍କରେ ଡାକ୍ତରଙ୍କ ପରାମର୍ଶ ତଥା ସଚେତନ ରହିବା ନିହାତି ଆବଶ୍ୟକ । ଏଥିପାଇଁ ମହିଳା ମାନଙ୍କୁ ଆକର୍ଷିତ କରିବା ଭଳି ସଚେତନତା କାର୍ଯ୍ୟକ୍ରମ ମାନ କରିବାର ଏକ ଛୋଟିଆ ପ୍ରୟାସ ଆରମ୍ଭ କରିଛନ୍ତି ବରଗଡ ଜିଲ୍ଲାର କ୍ୟାନ୍ସର ସରଭାଇବର୍ସଙ୍କ ଦ୍ବାରା ଗଠିତ ଫାଇଟର୍ସ ଗୃପ  ।  କ୍ୟାନ୍ସର ସରଭାଇବର୍ସ  ମାନଙ୍କ ଦ୍ବାରା ଗଠିତ ବରଗଡର  ଏହି  ଫାଇଟର୍ସ ଗୃପ  Social media ଏବଂ Digital Forums ମାନଙ୍କରେ ସ୍ତନ କର୍କଟ ଉପରେ ସଚେତନତା ଓ ଏହାର ପ୍ରଚାର ପ୍ରସାର ପାଇଁ ନିଷ୍ପତ୍ତି ନେଇଛି । ଫାଇଟର୍ସ ଗୃପର ଏହି ସ୍ତନ କର୍କଟ ସଚେତନତା

କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ର ରେ କାର୍ଯ୍ୟରତ ମହିଳା ବ୍ୟକ୍ତି ବିଶେଷ, ମହିଳା କେନସର ପିଡୀତା ଓ ବିଭିନ୍ନ ସାମାଜିକ ସଂସ୍ଥା ସମର୍ଥନ ଜଣାଇ ନିଜ ନିଜର ଫେସବୁକ, ଇଷ୍ଟାଗ୍ରାମ, ଟ୍ବିଟର ପ୍ରଭୁତି ଡିଜିଟାଲ ମିଡିଆ ମାଧ୍ୟମରେ ହଜାର ସଂଖ୍ୟାରେ ସମର୍ଥନ ଜଣାଉଛନ୍ତି । ଏହା ଅକ୍ଟୋବର ମାସ ଶେଷ ସୁଦ୍ଧା ଚାଲିବ। ଏଭଳି କାର୍ଯ୍ୟକ୍ରମ ରାଜ୍ୟରେ ପ୍ରଥମଥର ହେଉଥିବା ବେଳେ ମହିଳା ମାନଙ୍କର ଉତ୍ସାହପ୍ରଦ ସମର୍ଥନ ମଧ୍ୟ ପରିଲକ୍ଷିତ ହେଉଛି।

ଫାଇଟର୍ସ ଗୃଫ  ସବୁ ବର୍ଗର ମହିଳା ମାନଙ୍କୁ ଏଥିରେ ସାମିଲ ହେବା ପାଇଁ ଅନୁରୋଧ କରିଛି ।   ଫାଇଟର୍ସ ଗୃଫ  ପକ୍ଷରୁ ସୂଚିତ କରାଯାଇଛି ଯେ, ବିଶେଷଜ୍ଞ  ସର୍ଭେ ଅନୁସାରେ ଭାରତରେ ବର୍ତ୍ତମାନ ମଧ୍ୟ ୭୬ ପ୍ରତିଶତ ମହିଳା ସ୍ତନ ସଂବଦ୍ଧିତ ସମସ୍ୟା କୁ ପ୍ରାଥମିକ ସ୍ତରରୁ ଲଜ୍ଜା ବଶତଃ ଲୁଚାଇ ରଖନ୍ତି, ଯାହାକି ପରେ କର୍କଟ ରୂପ ଧାରଣ କରି ଥାଏ। ଏଭଳି କ୍ଷେତ୍ର ରେ ଏହି ୭୬ ପ୍ରତିଶତ ମହିଳା ପିଡୀତା ଙ୍କ ମଧ୍ୟ ରୁ ପ୍ରାୟ ୮୦ ପ୍ରତିଶତ ଙ୍କ ମ୍ରୃତ୍ୟୁ ହୋଇଥାଏ। ଏଣୁ ଆମର ଉଦ୍ଦେଶ୍ୟ ଏଭଳି ମହିଳା ମାନେ ସଚେତନ ରୁହନ୍ତୁ।

Related Posts

Seo wordpress plugin by www.seowizard.org.