Odisha News

ପ୍ରାଇସ ଇଂଲିଶ ମିଡିଅମ ସ୍କୁଲର ବାର୍ଷିକୋତ୍ସବ : ଅସହାୟ ବୃଦ୍ଧ ବୃଦ୍ଧା ମାନଙ୍କୁ ଦିଆଗଲା ଅନ୍ନବସ୍ତ୍ର ଦାନ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୨/୩ : ବୌଦ୍ଧ ବ୍ଲକ ତେଲିବନ୍ଧ ପଂଚାୟତ କମଳପୁର ପ୍ରାଇସ ଇଂଲିଶ ମିଡିଅମ ସ୍କୁଲର ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ରବିବାର ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ଅତିଥିମାନେ ଶ୍ରୀ ଶ୍ରୀ ପ୍ରଭାତ ରଞ୍ଜନ ସରକାର ଆନନ୍ଦ ମୂର୍ତ୍ତି ଜୀଙ୍କଠାରେ ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।
ଏହା ପରେ ବିଦ୍ୟାଳୟ ଛାତ୍ରଛାତ୍ରୀ ମାନେ ସ୍ଵାଗତ ସଙ୍ଗୀତ ଗାନ କରିଥିଲେ । ଏହି ଉପଲକ୍ଷେ ପରିଚାଳନା କମିଟି ସଭାପତି ବିଭୁତିଭୂଷଣ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସାଂସ୍କୃତିକ ସଭାରେ ବୌଦ୍ଧ ଜିଲ୍ଲାପାଳ ବିଭୁତି ଭୂଷଣ ନାଏକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମ ଉଦଘାଟଣ କରିଥିଲେ ।
ମୁଖ୍ୟବକ୍ତା ଭାବେ ବୌଦ୍ଧ ଆଦର୍ଶ ମହାବିଦ୍ୟାଳୟର ଅଧ୍ୟାପିକା ଜ୍ୟୋତିମୟୀ କହଁର, ସମ୍ମାନିତ ଅତିଥି ଭାବେ ବୌଦ୍ଧଗଡ଼ ବିଜ୍ଞାପିତ ଅଂଚଳ ପରିଷଦ, ନଗରପାଳ ମୃତ୍ୟୁଞ୍ଜୟ ମିଶ୍ର, ଗନ୍ଧରାଢ଼ୀ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଭାତ କୁମାର ଶତପଥୀ, ଆନନ୍ଦମାର୍ଗ ସନ୍ୟାସୀ ଆଚାର‌୍ୟ୍ୟ ଲୋକତିତାନନ୍ଦ ଅବଧୂତ, ପୂର୍ବତନ ସରପଞ୍ଚ ବିଦ୍ୟାଧର ସ୍ୱାଇଁ, ସାମାଜିବ କର୍ମୀ କେଦାରନାଥ ସାହୁ, ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ।
ଶିକ୍ଷକ ସନ୍ତୋଷ କର୍ଣ୍ଣ ସ୍ବାଗତ ଭାଷଣ, ଅତିଥି ପରିଚୟ ଓ ମଞ୍ଚ ପରିଚାଳନା କରିଥିବା ବେଳେ ବିଦ୍ୟାଳୟ ପରିଚାଳକ କିଶୋର ପ୍ରଧାନ ବିଦ୍ୟାଳୟ ଲକ୍ଷ ଓ ଉଦ୍ୟେଶ ଜ୍ଞାପନ କରିଥିଲେ । ବିଦ୍ୟାଳୟ ଅଧ୍ୟକ୍ଷ ମନୋଜ କୁମାର ପ୍ରଧାନ ବାର୍ଷିକ ବିବରଣୀ ପାଠ କରିଥିଲେ ।
ଏହି ଅବସରେ ସ୍ଥାନୀୟ ଅଂଚଳର ୧୫୦ ଜଣ ଅସହାୟ, ବୃଦ୍ଧ, ବୃଦ୍ଧକ୍ଷ, ମାନଙ୍କୁ ଅନ୍ନ ଓ ବସ୍ତ୍ର ପ୍ରଦାନ କରାଯାଇଥିଲା । ସେହିପରି ସମାଜସେବୀ ଓ ସାମାଜିକ କର୍ମୀ ମାନଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।
ଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିବା ବେଳେ ବିଭିନ୍ନ କ୍ଷେତ୍ରରେ ସଫଳତା ପାଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥିଗଣ ପୁରସ୍କୃତ କରିଥିଲେ ।
ବିଦ୍ୟାଳୟ ଶିକ୍ଷକ ଈଶ୍ୱର ନାଏକ, ବାସୁଦେବ ଖେତୀ, ଶିକ୍ଷୟତ୍ରୀ ଜ୍ୟୋତିର୍ମୟୀ ବାଘ, ବନିତା ପ୍ରଧାନ, ସରୋଜିନୀ ଜେନା ପ୍ରମୁଖ ସହଯୋଗ କରିଥିଲେ ।
କାର୍ଯ୍ୟକ୍ରମରେ ସମସ୍ତ ଅବିଭାବକ ଅଭିଭାବିକା ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ଶେଷରେ ସମାଜସେବୀ ବିଶିକେସନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Related Posts