ପ୍ରବାଦପୁରୁଷ ବିଜୁବାବୁଙ୍କ ଜୟନ୍ତୀ ଚାରିଛକଠାରେ ପାଳିତ
କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୫/୩ : ଓଡ଼ିଶାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ପ୍ରବାଦ ପୁରୁଷ ବିଜୁପଟନାୟକଙ୍କର ଏକଶତଦଶ ତମ ଜନ୍ମ ଜୟନ୍ତୀ ଆଜି ହରଭଙ୍ଗା ବ୍ଲକ ବିଜୁ ଜନତାଦଳ କମିଟି ପକ୍ଷରୁ ଚାରିଛକ ଠାରେ ସଭାପତି ପଙ୍କଜ କୁମାର ସାହୁଙ୍କ ସଭାପତିତ୍ବରେ ପାଳିତ ହୋଇଯାଇଛି ।
ଏହି ଅବସରରେ ଚାରିଛକସ୍ଥ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ଏବଂ ଧୂପଦାନ ସହ ବିଜୁ ବାବୁଙ୍କର ସ୍ମୃତିଗାନ କରାଯାଇଥିଲା ।
ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପରିଷଦ ଅଧକ୍ଷା ପ୍ରଭାସିନୀ ଦାସ ରବିଚନ୍ଦ୍ର ପ୍ରଧାନ ସୁଶାନ୍ତ ପ୍ରଧାନ ଅବକାଶ ସାହୁ ପ୍ରଦୀପ କୁମାର ସାହୁ ପୁରୁଣାକଟକ ସରପଞ୍ଚ ଅଶୋକ ସେଠି କରଞ୍ଜକଟା ସରପଞ୍ଚ ନିହାର ଘୋଷ ଗରୁଡ଼ ପ୍ରଧାନ ପ୍ରମୁଖଙ୍କ ନେତୃତ୍ୱରେ ଅନେକ କର୍ମୀ ଯୋଗଦେଇଥିଲେ ।




