Odisha News

ପୋକସୋ ଓ ବାଲ୍ୟ ବିବାହ ଆଇନ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ଅକ୍ଷୟ ରାଉତଙ୍କ ରିପୋର୍ଟ

ଯାଜପୁର, ୨/୪ : ବାଲ୍ୟ ବିବାହ ନିରୋଧ ଏବଂ ଶିଶୁ ମାନଙ୍କୁ ଯୈାନ ଅପରାଧରୁ ସୁରକ୍ଷା ତଥା ବ୍ୟାପକ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଏକ ପ୍ରଶିକ୍ଷଣ ଶିବିର ଜିଲ୍ଳାପାଳଙ୍କ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଥିଲା ।
ଶନିବାର ପୂର୍ବାହ୍ନରେ ଜିଲ୍ଳା ଶିଶୁ ସୁରକ୍ଷା ଅଧିକାରୀ ନିରଂଜନ କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରଶିକ୍ଷଣ ଶିବିରରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଳାପାଳ(ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକ ଯୋଗଦେଇ କହିଲେ ଯେ, ଶିଶୁ ଯୈାନ ନିର୍ଯ୍ୟାତନା ଓ ବାଲ୍ୟ ବିବାହ ଆମ ଆଖପାଖରେ ଘଟି ଚାଲିଥିଲେ ହେଁ ଆମେ ଏହାକୁ ରୋକିବାରେ ଶତପ୍ରତିଶତ ସପଂଳ ହୋଇପାରୁନାହୁଁ ।
ଏ ଦିଗରେ ଆମେ ସମସ୍ତେ ସଚେତନ ହେବା ସହ ଆଇନକୁ ସମ୍ମାନ ଦେଇ ଆଗକୁ ଚାଲନ୍ତେ ତେବେ ନିଶ୍ଚିତ ଭାବେ ଏହାର ଅନ୍ତ ହୁଅନ୍ତା ।
ଏଥିପାଇଁ ପ୍ରତିଅଂଚଳରେ କର୍ମଶାଳା ଆୟୋଜନ କରିବା ସହ ପାୟତ ପ୍ରତିନିଧି ମାଧ୍ୟମରେ ସଚେତନତା, ପ୍ରଚାର ଓ ପ୍ରସାର କରାଗଲେ ଆହୁରି ସୁପଂଳ ମିଳିପାରନ୍ତା ବୋଲି ସେ କହିଥିଲେ ।
ସଚେତନତା ଯେତେ ବଢିବ ଯୈାନ ଶୋଷଣ କମିବା ସଂଗେ ସଂଗେ ଦୋଷୀକୁ ଦୃଷ୍ଟାନ୍ତ ମୂଳକ ଦଣ୍ଡ ଦେବାକୁ ସେ ଜିଲ୍ଳାର ସ୍ୱତନ୍ତ୍ର କିଶୋର ପୋଲିସ ଅଧିକାରୀ ମାନଙ୍କୁ ଆହ୍ୱାନ ଦେଇଥିଲେ । ଅନ୍ୟତମ ଅତିଥି ଭାବେ ଜିଲ୍ଳା ସମାଜ ମଙ୍ଗଳ ଅଧିକାରୀ କହିଲେ ଯେ, ବାଲ୍ୟ ବିବାହ ହେବାଦ୍ୱାରା ଅନେକ ଶାରିରୀକ ଓ ମାନସିକ ସମସ୍ୟା ମାନ ଦେଖା ଦେଇଥାଏ ।
ଅପରିପକ୍ୱ ଅବା ଅବାଂଚ୍ଥିତ ମାତୃତ୍ୱ ଦ୍ୱାରା ଊଭୟ ମା ଓ ଶିଶୁ ବିପଦରେ ପଡିଥାନ୍ତି । ଏଥିପାଇଁ ଆଶା, ଅଙ୍ଗନୱାଡି ଓ ଶିଶୁ ବିକାଶ ସୁରକ୍ଷା ଅଧିକାରୀ ମାନେ ସମନ୍ୱିତ ଊଦ୍ୟମ ସହ ଏ ଦିଗରେ ଯତ୍ôନବାନ ହେବା ଆବଶ୍ୟକ ।
ଶିଶୁ ମଙ୍ଗଳ କମିଟିର ବରିଷ୍ଠ ସଭ୍ୟ ଡଃ ରୁଦ୍ର ନାରାୟଣ ପୃଷ୍ଟି ବାଲ୍ୟ ବିବାହ ଆୟୋଜନ ହେଊଥିବା ମନ୍ଦିର ଏବଂ ଟେଣ୍ଟ ହାଊସ୍ର କର୍ମକର୍ତ୍ତା ମାନଙ୍କୁ ଏହି ପ୍ରଶିକ୍ଷଣ ଶିବିରକୁ ଡାକି ତାଲିମ ଦେବାର ଆବଶ୍ୟକତା ରହିଚ୍ଥି ବୋଲି କହିଥିଲେ ।
ଜାତୀୟ ଆଇନ ବିଶ୍ୱ ବିଦ୍ୟାଳୟର ବରିଷ୍ଠ ଗବେଷକ ପ୍ରମୋଦ କିଶୋର ଆଚାର୍ଯ୍ୟ ପୋକ୍ସୋ ଓ ଚାଇଲ୍ଡ ପ୍ରୋଟେକ୍ସନ ଆକ୍ଟର ବିଭିନ୍ନ ଦିଗ ଊପରେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ ।
ଏହି ପ୍ରଶିକ୍ଷଣ ଶିବିରରେ ଜିଲ୍ଳାର ସ୍ୱତନ୍ତ୍ର କିଶୋର ପୋଲିସ ୟୁନିଟର ଅଧିକାରୀ, ବାଲ୍ୟ ବିବାହ ନିରୋଧ ଅଧିକାରୀ, ଜିଲ୍ଳା ଆଇନସେବା ପ୍ରାଧିକରଣର ଅଧିବକ୍ତା, ଏକକ ରହଣି କେନ୍ଦ୍ର, ଯାଜପୁରର କେନ୍ଦ୍ର ଅଧିକ୍ଷକ, ଚାଇଲ୍ଡ ଲାଇନର ସଂଯୋଜକ, ସ୍ୱଧାର ଗୃହର ଅଧିକ୍ଷକ, ତପନ କୁମାର ପଣ୍ଡା, ଜିଲ୍ଳା ଶିଶୁ ସୁରକ୍ଷା ଯୁନିଟର କର୍ମଚାରୀ ମିହିର କୁମାର ଜେନା, ରବିନ୍ଦ୍ର ନାଥ ସେଠୀ ଏବଂ ଶିଶିର କୁମାର ମଲ୍ଳିକ ପ୍ରମୁଖ ଶିବିରରେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

Related Posts

Seo wordpress plugin by www.seowizard.org.