Odisha News

ପୁରୀ ବେଳାଭୁମିରେ ବୁଲି ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କଲେ ରାଷ୍ଟ୍ରପତି, କହିଲେ ମିଳିଛି ଆତ୍ମତୃପ୍ତି

ପୁରୀ,୮/୭: ଗତକାଲି ରଥଯାତ୍ରା ଦେଖିବାକୁ ଆସି ପୁରୀ ରାଜଭବନରେ ରହିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆଜି ସକାଳେ ସୁମଦ୍ରକୂଳରେ ସେ ପ୍ରାତଃ ଭ୍ରମଣ କରୁଥିବାର ଦେଖିବାକୁ ମିଳିଥିଲା।
ଅବଶ୍ୟ ତାଙ୍କ ସାଙ୍ଗରେ ସୁରକ୍ଷା କର୍ମୀ ବି ଥିଲେ। ଏହାଛଡ଼ା ସମୁଦ୍ର କୂଳରେ ସୁରକ୍ଷା ବ୍ୟବସ୍ଥା ଲାଗୁ ହୋଇଥିଲା। ରାଷ୍ଟ୍ରପତିଙ୍କ ପ୍ରାତଃ ଭ୍ରମଣ ସମୟରେ କୌଣସି ପର୍ଯ୍ୟଟକଙ୍କୁ ସମୁଦ୍ରକୂଳକୁ ଯିବାକୁ ଅନୁମତି ନଥିଲା। ତେବେ ମହାମହିମଙ୍କୁ ଦେଖିବାକୁ ଦୂରରେ ଅପେକ୍ଷା କରିଥିଲେ ଅନେକ ଲୋକ।

Related Posts

Seo wordpress plugin by www.seowizard.org.