Odisha News

ପରଖ ରାଷ୍ଟ୍ରୀୟ ସର୍ବେକ୍ଷଣ ଚନ୍ଦ୍ରପୁର

ପ୍ରମୋଦ ସାହୁକାରଙ୍କ ରିପୋର୍ଟ
ଋାୟଗଡ଼ା, ୫/୧୨: ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଥିବା ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକର ଆଶ୍ରମ ବିଦ୍ୟାଳୟ ବୁଡୁବାଲି ଓ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଚନ୍ଦ୍ରପୁର ଠାରେ ତିରିଶ ଜଣ ୩ୟ ଓ ୩୦ଜଣ ୯ମ ଶ୍ରେଣୀ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ” ପରଖ ରାଷ୍ଟ୍ରୀୟ ସର୍ବେକ୍ଷଣ-୨୦୨୪” ଶୃଙ୍ଖଳାର ସହିତ ସମାପନ ହୋଇଯାଇଛି।
ଏହି ସର୍ଭେକ୍ଷଣରେ ଏଫ୍ ଆଇ ଥିଲେ ଲିଲି ହିଆଲ ଓ ସଞ୍ଜୀବ ଗାଡକା । ଅବଜରଭର ଥିଲେ ଇନଫ୍ରାନଟା ଜର୍ସି ଓ ବିଷ୍ଣୁ ପ୍ରସାଦ ମାଳି ।
ୟଏହି ସର୍ବେକ୍ଷଣରେ ଦୁଇଟି ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ସୁଦର୍ଶନ ଅଡଙ୍ଗକା ଓ ଅଧ୍ୟକ୍ଷ ଶ୍ରୀଯୁକ୍ତ କେଶବ ବେହେରା ମଣ୍ଡଳ ପୂର୍ଣ୍ଣ ସହଯୋଗ କରିଥିଲା ବେଳେ ଚନ୍ଦ୍ରପୁର ବ୍ଲକ୍ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଗଣେଶ ଶବର ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଉମାକାନ୍ତ ମିଶାଇ , ଶ୍ରୀଯୁକ୍ତ ବାଳକୃଷ୍ଣ ବିହାରୀ ଓ ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀଯୁକ୍ତ ସିଙ୍ଗନା ତାଡିଙ୍ଗି ଉଭୟ ବିଦ୍ୟାଳୟକୁ ପରିଦର୍ଶନ କରିଥିଲେ।
ଏହି ସର୍ଭେକ୍ଷଣରେ ବ୍ଲକ୍ ନୋଡାଲ ଅଫିସର ଶ୍ରାମତୀ ମଧୁମିତା ବଳ ଓ ଗୁଣୁପୁରର ଶିକ୍ଷକ ପ୍ରଶିକ୍ଷଣ ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀଯୁକ୍ତ ମନୋଜ କୁମାର ଗମାଙ୍ଗୋ ପରିଦର୍ଶନ କରିଥିଲେ।

Related Posts

Seo wordpress plugin by www.seowizard.org.