Odisha News

ନୟାଗଡ଼ ବାସୀଙ୍କୁ ସୁରକ୍ଷିତ ଓ ସଚେତନତା ଲାଗି ମନ୍ତ୍ରୀ ଡ.ଅରୁଣ ସାହୁ ଭିଡିଓ କନଫରେନ୍ସ ଦ୍ୱାରା ଦଳୀୟ କର୍ମୀ ଙ୍କ ସହ ଆଲୋଚନା

ନୟାଗଡ଼,୬/୭: ରାଜ୍ୟରେ କରୋନା ପ୍ରଭାବ ବୃଦ୍ଧି ହେଉଥିବା ବେଳେ ନୟାଗଡ଼ ଜିଲ୍ଲାରେ ଦିନକୁଦିନ କରୋନାର ପ୍ରଭାବ କାୟା ବିସ୍ତାର କରିବାରେ ଲାଗିଛି । ବିଶେଷ କରି ସ୍ଥାନୀୟ ସଂକ୍ରମଣ ସଂଖ୍ୟା ଏବଂ ଜଣ କର ମୃତ୍ୟୁ ହେବାପରେ ଜିଲ୍ଲାବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି । ନୟାଗଡ଼ ବାସୀଙ୍କୁ ସୁରକ୍ଷିତ ଏବଂ ସଚେତନତା କରିବା ଲାଗି ନୟାଗଡ ବିଧାୟକ ତଥା କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ.ଅରୁଣ କୁମାର ସାହୁ ଭିଡିଓ କନଫରେନ୍ସ ମାଧ୍ୟମରେ ନିର୍ବାଚନ ମଣ୍ଡଳୀର ଦଳୀୟ କର୍ମୀ ଙ୍କ ସହ ଆଲୋଚନା କରିଛନ୍ତି । ନିର୍ବାଚନ ମଣ୍ଡଳୀରେ ସମସ୍ତ ଙ୍କୁ ସଚେତନତା ଓ ସାହାଯ୍ୟ କରିବାପାଇଁ କର୍ମୀ ମାନଙ୍କୁ ଉତ୍ସାହିତ କରିଥିଲେ । ରାଜ୍ୟ ସରକାର କୃଷି କୁ କଟକଣା ମୁକ୍ତ କରିଥିବାରୁ ସମ ଦୂରତା ରକ୍ଷା କରି କୃଷି କାର‌୍ୟ୍ୟ କରିବାକୁ କୃଷକମାନଙ୍କୁ ସଚେତନତା କରାଇଛନ୍ତି।

Related Posts

Seo wordpress plugin by www.seowizard.org.