Odisha News

ନୀଳଚକ୍ର ସାହିତ୍ୟ ସଂସଦର ପଞ୍ଚମ ବାର୍ଷିକ ଉତ୍ସବ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୨/୧୨: ବୌଦ୍ଧ ପାରିଜାତ ପେଲେସ ସମ୍ମିଳନୀ କକ୍ଷରେ ନୀଳଚକ୍ର ସାହିତ୍ୟ ସଂସଦର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।। ପ୍ରାରମ୍ଭିକ ସାରସ୍ବତ ସମାବେଶରେ ଡ.ଶ୍ୟାମା ପ୍ରସାଦ ମିଶ୍ର,ମୁଖ୍ୟ ଅତିଥି, ଡ.ସୁଶାନ୍ତ ଦାସ, ମୁଖ୍ୟ ବକ୍ତା, ଡ.ଅଶୋକ କୁମାର ପଣ୍ଡା, ସମ୍ମାନିତ ଅତିଥି, ଡ.ଅମରେଶ ସାହୁ,ସମୀକ୍ଷକ ଓ ସମ୍ମାନିତ ବକ୍ତା, ଡ.ଲକ୍ଷୀ ନାରାୟଣ ଦାଶ,ସମ୍ମାନିତ ଅତିଥି ଓ ଚିତ୍ତରଞ୍ଜନ ଦାଶ,ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ।ରଶ୍ମିତା କୁମାରୀ ବେହେରା ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ।
ଏହି ଉତ୍ସବରେ ଇଂ.ସଞ୍ଜୟ କୁମାର ପଣ୍ଡାଙ୍କ ଦ୍ବାରା ରଚିତ ବୌଦ୍ଧ ଭୂଖଣ୍ଡର ଇତିହାସ, ଗୋପାଳ ଅମାତଙ୍କ ରଚିତ ଶିଶୁ ପ୍ରହେଳିକା ପୁସ୍ତକ ଶବଦ ଖେଳରେ ଅମୂଲ କଥା ଓ ବୌଦ୍ଧଚକ୍ର,ତ୍ରୈମାସିକ ସାହିତ୍ୟ ପତ୍ରିକା ଉନ୍ମୋଚିତ ହୋଇଥିଲା।
ବୌଦ୍ଧ ଭୂଖଣ୍ଡର ଇତିହାସ ପୁସ୍ତକର ସମୀକ୍ଷା ଅତି ସୁନ୍ଦର ଭାବରେ ଡ.ଅମରେଶ ସାହୁ, ଅଧ୍ୟାପକ କରିଥିଲେ।ଏହି ଉତ୍ସବରେ ଡ.ସଞ୍ଜୟ କୁମାର ପଣ୍ଡା ସଭାପତିତ୍ୱ କରିଥିବା ବେଳେ ଦିଲ୍ଲୀପ କୁମାର ମହାନ୍ତି, ସାଧାରଣ ସମ୍ପାଦକ ମଞ୍ଚ ପରିଚାଳନା କରିଥିଲେ।ସାରସ୍ବତ ପ୍ରତିଭାମାନଙ୍କୁ ବିଭିନ୍ନ ବିଭାଗରେ ସମ୍ମାନିତ କରାଯାଇଥିଲା ।
ବିଜେପି ପକ୍ଷରୁ ରାଜ୍ୟସଭା ସାଂସଦ ଧିରଜ ସାହୁଙ୍କ କୁଶପୁତଳିକା ଦାହ: ୪ ମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ବିଜେପି
ବୌଦ୍ଧ,୧୨/୧୨ : ଆୟକର ବିଭାଗ ପକ୍ଷରୁ ରାଜ୍ୟସଭା ସାଂସଦ ଧୀରଜ ସାହୁ ଓ ତାଙ୍କ ମଦ ସାମ୍ରାଜ୍ୟ ଉପରେ ଚଢଉ କରାଯାଇ କୋଟି କୋଟି ଟଙ୍କାର କଳାଧନ ଜବତ ଘଟଣାକୁ ନେଇ ଆଜି ବୌଦ୍ଧଜିଲ୍ଲା ବିଜେପି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରାଜ୍ୟସଭା ସାଂସଦ ଧୀରଜ ସାହୁଙ୍କ କୁଶପୁତଳିକା ଦାହକରାଯାଇଥିଲା । ଏଥିସହିତ ରାଜ୍ୟ ସରକାରଙ୍କର ୪ ଜଣ ମନ୍ତ୍ରୀଙ୍କ ଇସ୍ତଫା ଦାବି କରାଯାଇଥିଲା ।
ଜିଲ୍ଲା ବିଜେପି ସଭାପତି ବିପ୍ରଚରଣ ମହାନ୍ତିଙ୍କ ନେତୃତ୍ୱରେ ଦଳର ନେତା ଓ କର୍ମୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଛି ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଧିରଜ ସାହୁଙ୍କ ସଭ୍ୟପଦ ରଦ୍ଦ କରିବାକୁ ଦାବି କରାଯାଇଥିଲା । ଏହା ସହ ରାଜ୍ୟ ମନ୍ତ୍ରୀ ମଣ୍ଡଳର ୪ ଜଣ ମନ୍ତ୍ରୀ ପ୍ରଦିପ କୁମାର ଅମାତ,ନିରଂଜନ ପୂଜାରୀ, ଟୁକୁନି ସାହୁ ଓ ରାଜେନ୍ଦ୍ର ଢୋଲକିଆଙ୍କ ଜିଲ୍ଲାରେ ମଦ ବ୍ୟବସାୟରେ କୋଟି କୋଟି ଟଙ୍କା ଟିକସ ଫାଙ୍କି ହୋଇଥିବା ନେଇ ଅଭିଯୋଗ କରିବା ସହ ମନ୍ତ୍ରୀଙ୍କ ଇସ୍ତଫା ଦାବୀ କରିଥିଲେ ଏହା ସହିତ ସର୍ବସାଧାରଣରେ ଏହି ମଦ କାରବାର ସହିତ ତାଙ୍କର ସଂପର୍କକୁ ସ୍ପଷ୍ଟ କରନ୍ତୁ ବୋଲି ଦାବି କରାଯାଇଛି ।
ନଚେତ ଜିଲ୍ଲାରେ ଆନ୍ଦୋଳନ ବ୍ୟାପକ କରାଯିବ ବୋଲି ଦାବି କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ରାଜ୍ୟ ବିଜେପି ଉପସଭାନେତ୍ରୀ ସୁକେଶୀ ଓରାମ, ରାଜ୍ୟ ଉପସଭାପତି କୃଷକ ମୋର୍ଚ୍ଚା ସୂର୍ଯ୍ୟନାରାୟଣ ମହାପତ୍ର, ସଂପାଦକ ପ୍ରେମାନନ୍ଦ ମିଶ୍ର, ମାଗୁଣି ଗାଇଗୌରିଆ,ଶିଶିର ଘୋଷ, ତାପସ ପଟ୍ଟନାୟକ, ମନୋରଂଜନ ଦାଶ, ନମିତାରାଣୀ ଦାଶ, ନିବେଦିତା ମହାକୁଡ, ବନମାଳି ରଣା, ତ୍ରିପୁରାରୀ ବେହେରା, ବିକାଶ ମହାକୁଡ, ଶ୍ୟାମସୁନ୍ଦର ପୁରୋହିତ ପ୍ରମୁଖ ଯୋଗଦେଇ ଥିଲେ ।
ବୌଦ୍ଧ ଧନୁଯାତ୍ରାର ଦ୍ୱିତୀୟ ସନ୍ଧ୍ୟା:ମଞ୍ଚସ୍ଥ ହେଲା ନାଟକ ସମ୍ଭବାମୀ ଯୁଗେ ଯୁଗେ
ବୌଦ୍ଧ,୧୨/୧୨: ବୌଦ୍ଧ ଭୈରବୀ ପଡିଆଠାରେ ସହରର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ମଦନ ମୋହନ ନାଟ୍ୟ କଳାପରିଷଦ ପକ୍ଷରୁ ଆରମ୍ଭ ହୋଇଥିବା ପ୍ରସିଦ୍ଧ ଧନୁଯାତ୍ରା ନାଟ୍ୟୋତ୍ସବର ସୋମବାର ଦିନ ଥିଲା ଦିତୀୟ ସଂନ୍ଧ୍ୟା । ଦ୍ୱିତୀୟ ସନ୍ଧ୍ୟାରେ ସ୍ଥାନୀୟ କଳାକାରଙ୍କୁ ନେଇ ନାଟକ ଆରମ୍ଭ ପୁର୍ବରୁ ଏକ ନୃତ୍ୟ ନାଟିକା ଭୃଗୁପତି ଭାର୍ଗବ ପରିବେଷିତ ହୋଇଥିଲା । ପରେ ନାଟକ ପରିବେଷଣ ହୋଇଥିଲା ସମ୍ଭବାମୀ ଯୁଗେ ଯୁଗେ ।
ଏହି ନାଟକରେ ବଳରାମ ଜନ୍ମ ଠାରୁ ଆରମ୍ଭ ହୋଇ କୃଷ୍ଣ ଜନ୍ମ , ନନ୍ଦ ଉତ୍ସବ, ପୁତନା ବଧ ସହ କୃଷ୍ଣଙ୍କ ଅନ୍ନପ୍ରାସନ୍ନ ସହ ଶକଟାଶୁର ବଧ ପର୍ଯ୍ୟନ୍ତ ପରିବେଷିତ ହୋଇଥିଲା । ଏହି ନାଟ୍ୟତ୍ସୋବରେ ସମସ୍ତ ନାଟକ ଗୁଡିକ ବୌଦ୍ଧଜିଲ୍ଲାର ଜଣାଶୁଣା ବରିଷ୍ଠ ନାଟ୍ୟକାର ହୃଦାନନ୍ଦ ମେହେରଙ୍କ ଦ୍ୱାରା ରଚିତ ହୋଇଥିବା ବେଳେ ଓ ଦେବାଙ୍ଗନ ମେହେର ନିର୍ଦ୍ଦେଶନା ଦେଇଛନ୍ତି । ଭଗବାନ ଶ୍ରୀକୃଷ୍ଣଙ୍କ ଲୀଳା ବା ପୌରାଣିକ କଥାବସ୍ତୁକୁ ନେଇ ଯାତ୍ରା ନାଟକ ଶୈଳୀରେ ପ୍ରତିଦିନ ପରିବେଷଣ ହେଉଛି ।
ନାଟକରେ କଂସ ଚରିତ୍ରରେ ବାବୁଲାଲ ପ୍ରଧାନ, ବସୁଦେବ ଭୁମିକାରେ ଲୋକନାଥ ମେହେର, ଦେବକୀ- ଆନନ୍ଦ ସିଂ, ନନ୍ଦ- ଇନ୍ଦ୍ରମଣୀ ମେହେର, ଯଶୋଦା -ସାନୁର୍ଯ୍ୟ ବାରିକ, ପୁତନା- ବିଶ୍ୱରଂଜନ ସାହୁ, ଶକଟାଶୂର ଭୁମିକାରେ ପିତବାସ ମେହେର ଅଭିନୟ କରିଥିଲେ ।
ଯାତ୍ରାକୁ ଅଧିକ ସରସ ସୁନ୍ଦର କରିବାକୁ ମିନାବଜାର ଓ ବାଣିଜ୍ୟମେଳାର ଆୟୋଜନ କରାଯାଇଛି । ଶୀତୁଆ ସନ୍ଧ୍ୟାରେ ନାଟକ ଦେଖିବା ପାଇ ଲୋକଙ୍କ ଗହଳି ହେଉଥିବା ଦେଖିବାକୁ ମିଳିଛି । ନାଟ୍ୟୋତ୍ସବର ସଭାପତି ବୃନ୍ଦାବନ ମେହେର ଓ ସଂପାଦକ ପଙ୍କଜ ମେହେରତ୍ତଓ ନାଟ୍ୟ ପରିଷଦର ସମସ୍ତ ସଦସ୍ୟ ତତ୍ୱବଧାନରେ ଏହି ଯାତ୍ରା ପରିଚାଳନା ହେଉଅଛି । ତୃତୀୟ ରଜନୀରେ ନାଟକ ମଥୁରାର କଳଚାନ୍ଦ ଗୋପରେ ବଢୁଛି ମଞ୍ଚସ୍ଥ ହେବ ବୋଲି ଅନୁଷ୍ଠାନର ସଂପାଦକ ପଙ୍କଜ ମେହେର ପ୍ରକାଶ କରିଅଛନ୍ତି ।
ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ୱାକାଥନ କାର୍ଯ୍ୟକ୍ରମ ଆୟୋଜିତ
ବୌଦ୍ଧ,୧୨/୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ବୌଦ୍ଧ ମର୍ଜାକୁଦ ବ୍ରିଜ ଛକ ଠାରେ ରବିବାର ସକାଳେ ଏକ ୱାକାଥନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏସପି ରାଜ ପ୍ରାସାଦ, ଉପଜିଲ୍ଲାପାଳ ରବିନ୍ଦ୍ର ନାଥ କହଁର ଯୋଗଦେଇ ୱାକାଥନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।
ୱାକାଥନ ମର୍ଜାକୁଦ ବ୍ରିଜ ଛକ ଠାରୁ ଆରମ୍ଭ ହୋଇ ୱାୟରଲେସ ଛକ, ବାଘଗୁଡା ଛକ, ଗାନ୍ଧିଛକ ଦେଇ ଟାଉନ ହଲ ଠାରେ ପହଁଚିଥିଲା । କାର୍ଯ୍ୟକ୍ରମରେ ଅତିଥି ଭାବେ ଭାରତୀୟ ରିଜର୍ଭ ବ୍ୟାଙ୍କ ଡିଜିଏମ୍ ସତ୍ୟବ୍ରତ ବରୁଆ, ମେନେଜର ଅଭିଷେକ ପରମାଣି, ଭାରତୀୟ ଷ୍ଟେଟ ବ୍ୟାଙ୍କର ଲିଡ ମେନେଜର କାର୍ତିକେଶ୍ୱର ପଣ୍ଡା, ଚିଫ ମେନେଜେର ସଂବିତ ପଟ୍ଟନାୟକ ଯୋଗଦେଇଥିଲେ । ୱାକାଥନରେ ବିଭିନ୍ନ ବ୍ୟାଙ୍କର ଅଧିକାରୀ , କର୍ମଚାରୀ, ସରକାରୀ କର୍ମଚାରୀ, ଛାତ୍ର ପ୍ରମୁଖ ସାମିଲ ହୋଇଥିଲେ ।
ବୌଦ୍ଧ ଆଦର୍ଶ ସ୍ନାତକ ମହାବିଦ୍ୟାଳୟରେ ରକ୍ତଦାନ ଶିବିର
ବୌଦ୍ଧ,୧୨/୧୨: ରାଷ୍ଟ୍ର ଯୁବଶକ୍ତି ଉପରେ ସବୁବେଳେ ନିର୍ଭର ଶୀଳ । ଯୁବଶକ୍ତି, ଯେତେ ସଶକ୍ତ ଓ ବିକଶିତ ହେବ ଗୋଟିଏ ରାଷ୍ଟ୍ର, ବି ସେତେ ସମୃଦ୍ଧଶାଳୀ ହେବ । ଏଇଥି ପାଇଁ ସେହି ଯୁବ ଶକ୍ତି କୁ ଶାରୀରିକ,ସାସ୍କୃତିକ ଓ ସାମାଜିକ ସବୁ ଦିଗ ରୁ ଆହୁରି ସମୃଦ୍ଧ କରି ସେମାନଙ୍କ ଅନ୍ତଃର୍ନିହିତ ପ୍ରତିଭା ଓ ସାମର୍ଥ୍ୟ କୁ ବିକଶିତ କରିବାର ସୁନ୍ଦର ପ୍ରୟାସ ହେଉଛି ନୂଆ–ଓ ଯୁବ ଓଡିଶା,ନବୀନ ଓଡିଶା ।
ଯାହାର ମୂଳ ଆଭିମୁଖ୍ୟ ଛାତ୍ର ଛାତ୍ରୀ ମାନଙ୍କୁ ସବୁ ଦିଗରୁ ରୁଦ୍ଧିମନ୍ତ କରି ଗଢି ତୋଳିବା । ସେଥିପାଇଁ ସେମାନଙ୍କୁ ସାମାଜିକ ଦିଗ ସହ ଯୋଡିବା ସହ ସମାଜ ସମର୍ପିତ ଭାବେ ଗଢି ତୋଳିବା ପାଇଁ ବୌଦ୍ଧ ଆଦର୍ଶ ସ୍ନାତକ ମହାବିଦ୍ୟାଳୟରେ ସୋମବାର ଦିନ ଏକ ରକ୍ତ ଦାନ ଶିବିର ର ଆୟୋଜନ କରା ଯାଇଥିଲା ।
ମୁଖ୍ୟ ଅତିଥି ଭାବରେ ସରସରା ଗ୍ରାମ ପଞ୍ଚାୟତ ର ସରପଞ୍ଚ ହରି ନାୟକ ଉଦଘାଟନ କରିଥିଲେ । ଅଧକ୍ଷ ରବୀନ୍ଦ୍ରନାଥ ସାହୁ ଏବଂ ମହା ବିଦ୍ୟାଳୟ ର ନୋଡାଲ୍ ଅଫିସର ଆସିଷ୍ଟାଣ୍ଟ-ପ୍ରଫେସର ପ୍ରମୋଦ ମେହେର ଉପସ୍ଥିତ ରହି ସମସ୍ତ ଙ୍କୁ ରକ୍ତ ଦାନ ପାଇଁ ଉତ୍ସାହିତ କରିଥିଲେ। ଶିବିରରେ ଚାଳିଶି ୟୁନିଟ ରକ୍ତ ସଂଗ୍ରହ କରାଯାଇ ଥିଲା ।
କାର୍ଯ୍ୟକ୍ରମକୁ ନୋଡାଲ୍ ଅଫିସର ଆସିଷ୍ଟାଣ୍ଟ ପ୍ରଫେସର ଡକ୍ଟର ଦୀପକ ସାହୁ । ସହଯୋଗ କରିଥିଲେ ଆସିଷ୍ଟାଣ୍ଟ ପ୍ରଫେସର ଡକ୍ଟର ଅଜୟ କୁମାର ଦାସ , ଆସିଷ୍ଟାଣ୍ଟ ପ୍ରଫେସର ସୁମିତ୍ରା ସେଠୀ, ଆସିଷ୍ଟାଣ୍ଟ ପ୍ରଫେସର ସୁନୀତା ଭୋଇ, ଲାଇବ୍ରେରୀଆନ୍ ଆଶୀଷ କୁମାର ସା, ଛାତ୍ର ପ୍ରତିନିଧି ସୋହମ୍ ପ୍ରଧାନ ଏବଂ ସିଦ୍ଧାର୍ଥ ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ ।

Related Posts