Odisha News

ନୀଳଚକ୍ର ଉପରେ ଚଢ଼ିଗଲେ ପୂଜକ, ସିଂହଦ୍ୱାର ଥାନାରେ ଅଟକ ରଖିଲା ପୋଲିସ୍

ପୁରୀ ,୫/୧୦: ଶ୍ରୀମନ୍ଦିର ଚୂଡାରେ ଚଢିଗଲେ ଅଗ୍ନିଶ୍ୱର ମହାଦେବଙ୍କ ପୂଜକ ଚନ୍ଦ୍ରଶେଖର ପଣ୍ଡା। ଆଜି ଅପରାହ୍ନ ସମୟରେ ସେ ବଡ଼ଦେଉଳର ନୀଳଚକ୍ର ବାନା ଲାଗୁଥିବା ସ୍ଥାନକୁ ଚଢି ଯାଇଥିଲେ। ସେଠାରେ ବୁଲୁଥିବା ବେଳେ ଚୂନରା ସେବକମାନେ ଦେଖିବାକୁ ପାଇଲେଥିଲେ।
ତାକୁ ଓହ୍ଲାଇବାକୁ ପୁଲିସ ଓ ଜେଟିପି ବାରମ୍ଵାର କହିଥିଲେ। ପ୍ରଥମେ ସେ ଓହ୍ଲାଇ ନଥିଲେ। ପରେ ଚନ୍ଦ୍ରଶେଖର ଦକ୍ଷିଣଘର ଛାତ ଦେଇ ମୁକ୍ତିମଣ୍ଡପ ସମ୍ମୁଖରେ ଓହ୍ଲାଇଥିଲେ। ସିଂହ ଦ୍ୱାର ଥାନା ପୁଲିସ ତାକୁ ଅଟକ ରଖି ପଚରାଉଚରା କରୁଛି।

Related Posts

Seo wordpress plugin by www.seowizard.org.