Odisha News

ନିସାଦ୍ରୀ ବାଳିକା ଶିକ୍ଷା ସୌଧର ସଫଳତା

ପ୍ରମୋଦ କୁମାର ସାହୁକାରଙ୍କ ରିପୋର୍ଟ
ମୁନିଗୁଡା/ରାୟଗଡ଼ା,୨୧/୪ : ରାୟଗଡ଼ା ଜିଲ୍ଲାର ମୁନିଗୁଡା ନିକଟବର୍ତ୍ତୀ ହୁକୁମତୋଳା ଠାରେ ଅବସ୍ଥିତ ନିସାଦ୍ରୀ ବାଳିକା ଶିକ୍ଷା ସୌଧର ଜନଜାତି ଛାତ୍ରୀମାନେ ଚଳିତ ଶିକ୍ଷା ବର୍ଷରେ ସର୍ବାଧିକ କୃତିତ୍ୱ ହାସଲ କରିଥିବା ଜଣା ପଡ଼ିଛି ।
ଭାରତ ସରକାରଙ୍କ ଜନଜାତି ମନ୍ତ୍ରଣାଳୟ ସହାୟତା ଏବଂ ସ୍ୱେଚ୍ଛାସେବୀ ସଂଗଠନ ନିସାଦ୍ରୀ ଦ୍ୱାରା ପରିଚାଳିତ ଉକ୍ତ ଆବାସିକ ବିଦ୍ୟାଳୟର ୫ ଜଣ ଛାତ୍ରୀ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଏବଂ ୧୧ ଜଣ ଛାତ୍ରୀ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ପ୍ରବେଶିକା ପରୀକ୍ଷାରେ କୃତିତ୍ୱ ହାସଲ କରିବା ସହ ନାମ ଲେଖା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ।
ଛାତ୍ରୀ ମାନଙ୍କର ଏହି ସଫଳତା ପାଇଁ ଅନୁଷ୍ଠାନର ନିଦ୍ଦେର୍ଶକ ଶ୍ରୀ ସାରଙ୍ଗଧର ସାମଲ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସମେତ ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ଅଭିନନ୍ଦନ ଜ୍ଞାପନ କରିଛନ୍ତି । ପ୍ରକାଶ ଥାଉକି କେତେବେଳ ଅନୁସୂଚିତ ଜନଜାତିର ଗରିବ ଶ୍ରେଣୀ ଛାତ୍ରୀ ମାନଙ୍କ ପାଇଁ ଉଦ୍ଦିଷ୍ଟ ଏହି ବିଦ୍ୟାଳୟ ୩ ଦଶନ୍ଧି ଧରି ଏହି ଅଞ୍ଚଳରେ ଆବାସିକ ବ୍ୟବସ୍ଥା ସହ ଶିକ୍ଷା ପ୍ରଦାନ କରି ଆସୁଛି ।

Related Posts