ନମ୍ୱର ପ୍ଲେଟ୍ ଅବଧି ପୁଣି ବଢ଼ାଇଲେ ରାଜ୍ୟ ସରକାର

ଭୁବନେଶ୍ୱର, ୨୯/୧୦: ଗାଡ଼ିରେ ହାଇସିକ୍ୟୁରିଟି ରେଜିଷ୍ଟ୍ରସନ ପ୍ଲେଟ ଲଗାଇବା ନେଇ ବଢ଼ିଲା ଅବଧି । ଗାଡ଼ି ନମ୍ୱର ଶେଷରେ ୧, ୨, ୩, ୪ ଥିଲେ ଶେଷ ତାରିଖ ନଭେମ୍ବର ୩୦କୁ ବୃଦ୍ଧି କରାଯାଇଛି । ସେହିପରି ୫, ୬ ନମ୍ବର ପାଇଁ ଶେଷ ତାରିଖ ଡିସେମ୍ବର ୩୧ ରଖାଯାଇଛି ।
୭, ୮ ଥିଲେ ୨୦୨୩ ଜାନୁଆରି ୩୧ ଶେଷ ତାରିଖ ଏବଂ ୯ ଓ ୦ ଥିଲେ ଶେଷ ତାରିଖ ୨୦୨୩ ଫେବୃଆରି ୨୮ ତାରଖକୁ ଅବଧି ବୃଦ୍ଧି ହୋଇଛି । ଏନେଇ ରାଜ୍ୟ ପରିବହନ ବିଭାଗ ବିଜ୍ଞପ୍ତି ଜାରି କରିଛି ।