Odisha News

ନବୋଦୟ ସ୍କୁଲରେ ବ୍ୟାପିଲା ଝାଡାବାନ୍ତି, ସ୍ୱାସ୍ଥ୍ୟ ବିଭାଗର ସ୍ଥିତି ଅନୁଧ୍ୟାନ

ଚିପିଲିମା,୧୨/୮: ସମ୍ବଲପୁର ଜିଲ୍ଲା ଗୋଶାଳା ଜବାହର ନବୋଦୟ ସ୍କୁଲର ୯୩ ଜଣ ଛାତ୍ରଛାତ୍ରୀ ଶୁକ୍ରବାର ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଜଣାଯାଇଛି। ମିଳିଥିବା ସୂଚନା ଅନୁସାରେ, ଶୁକ୍ରବାର ସକାଳେ ପ୍ରାୟ ୧୫ ଜଣ ଛାତ୍ରଛାତ୍ରୀଙ୍କ ଝାଡ଼ାବାନ୍ତି ହୋଇଥିଲା।
ଏହା ଜାଣିବା ପରେ ସ୍କୁଲ କର୍ତ୍ତୃପକ୍ଷ ସିଡିଏମ୍ଓଙ୍କୁ ଜଣାଇଥିଲେ। ସିଡିଏମ୍ଓଙ୍କ ନିର୍ଦ୍ଦେଶରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏକ ଡାକ୍ତରୀ ଦଳ ସ୍କୁଲରେ ପହଞ୍ଚି ଥିଲେ। ତେବେ ସେତେବେଳକୁ ୯୩ ଜଣ ଛାତ୍ରଛାତ୍ରୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇସାରିଥିଲେ। ଚିକିତ୍ସା ପରେ ସମସ୍ତେ ସୁସ୍ଥ ଥିବା ଜଣାଯାଇଛି। ଫୁଡ୍ ପଏଜନିଂ ଯୋଗୁଁ ଏପରି ହୋଇଥିବା ଡାକ୍ତରମାନେ କହିଛନ୍ତି।

Related Posts

Seo wordpress plugin by www.seowizard.org.