Odisha News

ନବରାତ୍ର ଉପଲକ୍ଷେ ଶିବାଳୟରେ ବିଶେଷ ସତସଙ୍ଗ ଓ ଯୋଗ ଭଟ୍ଟି

ବରଦା ଦାସଙ୍କ ରିପୋର୍ଟ
କଟକ, ୪/୧୦: ଗତକାଲି ଗାୟତ୍ରୀ ଦେବୀ ଙ୍କ ଆରାଧନା ଉପଲକ୍ଷେ ନବରାତ୍ର ୨ୟ ଦିବସରେ ବେପାରୀ ସାହି ବ୍ରହ୍ମା କୁମାରୀ ଇଶ୍ୱରିୟ ବିଶ୍ଵ ବିଦ୍ୟାଳୟରେ ସ୍ଵତନ୍ତ୍ର ସାମୁହିକ ଧ୍ୟାନ ସାଙ୍ଗକୁ ସତସଙ୍ଗ ସଭା ଅନୁଷ୍ଠିତ ହୋଇଯାଇଛି ।
ବି କେ ଅରବିନ୍ଦ ନିମନ୍ତ୍ରିତ ବକ୍ତା ଭାବେ ଯୋଗ ଦେଇ ଗାୟତ୍ରୀ ଦେବୀ ଉପବେଶନ କରିଥିବା ପଦ୍ମ ଫୁଲ,ହଂସ ହାତରେ ଧରିଥିବା କମଣ୍ଡଳୁ, ବେଦ ପୁସ୍ତକ ର ତାତ୍ପଯ ସମ୍ପର୍କରେ କହିଥିଲେ । ଏହି ଆଶ୍ରମ ଶିବାଳୟରେ ମୁରଲୀ ଚର୍ଚ୍ଚା ଶ୍ରବଣ ଓ ଧ୍ୟାନ ର ଗୁରୁତ୍ଵ ବିଷୟରେ ଆଲୋଚନା କରି ଶ୍ରୋତା ମାନଙ୍କୁ ମୁଗ୍ଧ କରିଦେଇଥିଲେ ।
ବୀକେ ଖୁନୁ ଦୀର୍ଘ ସମୟଧରି ଧ୍ୟାନ ସହ ବିବରଣୀ ପ୍ରଦାନ କରିଥିଲେ । ମଧୁବନର ସ୍ବର୍ଗତ ବରିଷ୍ଠ ଭ୍ରାତା ବି କେ ନିରବର୍ ଭାଇଙ୍କ ଫଟୋ ଚିତ୍ର ରେ ସମସ୍ତେ ଫୁଲ ଦେଇ ଶ୍ରଦ୍ଧା ସୁମନ ଜଣାଇଥିଲେ ।
ବି କେ ରମେଶ,ବରଦା, ସୁଶାନ୍ତ,ପ୍ରତିମା ,ଜୟନ୍ତୀ ଆଦି ସହାୟତା କରିଥିଲେ । ଶେଷରେ ସମସ୍ତେ ବ୍ରହ୍ମା ଭୋଜନ କରିଥିଲେ ।

Related Posts

Seo wordpress plugin by www.seowizard.org.