ଦ୍ବିତୀୟ ଥର ପାଇଁ କୋଭିଡ୍ ପଜିଟିଭ୍ ହେଲେ କାନାଡା ପ୍ରଧାନମନ୍ତ୍ରୀ
କାନାଡା ୧୪।୬: ଦ୍ବିତୀୟ ଥର ପାଇଁ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ପୁଣି ଥରେ କୋଭିଡ୍ ସଂକ୍ରମିତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ନିଜ ଆଧିକାରିକ ଟ୍ବିଟର ହ୍ୟାଣ୍ଡେଲରୁ ଟ୍ବିଟ୍ କରି ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, ମୁଁ କୋଭିଡ୍ ୧୯ ଦ୍ବାରା ସଂକ୍ରମିତ ହୋଇଛି । ମୁଁ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶାବଳୀର ପାଳନ କରିବି ଏବଂ ସଂଗରୋଧରେ ରହିବି । ମୋ ସ୍ବାସ୍ଥ୍ୟ ଠିକ୍ ରହିଛି । କାରଣ ମୁଁ କୋଭିଡ୍-୧୯ର ଡୋଜ୍ ନେଇସାରିଥିଲି ।
ସେ ଜନସାଧାରଣଙ୍କୁ ଅପିଲ୍ କରି କହିଛନ୍ତି ଯେ, ଯଦି ଆପଣ ଟିକା ନେଇନାହାନ୍ତି ତେବେ ଟିକା ନିଅନ୍ତୁ । ଯଦି ଆପଣ କରିପାରିବେ ତେବେ ଲୋକଙ୍କୁ ସଚେତନ କରନ୍ତୁ ।