Odisha News

ଦେଶବାସୀଙ୍କୁ ହୋଲି ଅଭିନନ୍ଦନ ଜଣାଇଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ ୧୮/୩: ଶୁକ୍ରବାର ଭାରତର ଅନେକ ରାଜ୍ୟରେ ହୋଲି ପାଳନ କରାଯାଉଛି । ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଶୁଭକାମନା ଜଣାଇଛନ୍ତି ।
ରାଷ୍ଟ୍ରପତି ଟ୍ୱିଟ୍ କରି କହିଛନ୍ତି ଯେ, ହୋଲି ଅବସରରେ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା । ରଙ୍ଗର ପର୍ବ ହୋଲି ସଦଭାବନା ଓ ବନ୍ଧୁତ୍ୱର ଜୀବନ୍ତ ଉଦାହରଣ ଅଟେ । ଏହା ବସନ୍ତ ଋତୁ ଆଗମନର ଶୁଭ ସମାଚାର ନେଇ ଆସିଥାଏ । ଏହି ପର୍ବ ସମସ୍ତଙ୍କ ଜୀବନରେ ଆନନ୍ଦ ଉଲ୍ଲାସ ଓ ଶକ୍ତି ଆଣିଦେଉ ।
ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ୍ କରିଛନ୍ତି ଯେ, ସମସ୍ତଙ୍କୁ ହୋଲିର ଶୁଭକାମନା । ପରସ୍ପର ସହ ଭଲ ପାଇବା, ସ୍ନେହ, ଭାଇଚାରାକ ପ୍ରତୀକ ହେଉଛି ହୋଲି । ସମସ୍ତଙ୍କ ଜୀବନରେ ହୋଲି ରଙ୍ଗ ଭରିଦେଉ ।

Related Posts

Seo wordpress plugin by www.seowizard.org.