ଦୁଇ ଗୁଣା ହେବ ମାଇକ୍ରୋସପ୍ଟ କର୍ମଚାରୀଙ୍କ ଦରମା

ନୂଆଦିଲ୍ଳୀ,,୧୭/୫: ମାଇକ୍ରୋସଫ୍ଟ କର୍ମଚାରୀଙ୍କ ପାଇଁ ଖୁସି ଖବର। ଖୁବ୍ ଶୀଘ୍ର ସେମାନଙ୍କର ଦରମା ଦୁଇ ଗୁଣ ବଢ଼ିବାକୁ ଯାଉଛି। ଏ ନେଇ ସୂଚନା ପ୍ରଦାନ କରିଛନ୍ତି କମ୍ପାନିର ସିଇଓ ସତ୍ୟ ନାଡେଲା। ସେ ତାଙ୍କର କର୍ମଚାରୀମାନଙ୍କୁ ଏକ ଇମେଲ୍ କରି ସୂଚନା ଦେଇଛନ୍ତି ଯେ କମ୍ପାନି ସେମାନଙ୍କ ଦରମା ପାଖାପାଖି ଦ୍ବିଗୁଣ କରିବାର ଯୋଜନା କରିଛି। କର୍ମଚାରୀମାନଙ୍କ ଇସ୍ତଫାକୁ ରୋକିବାକୁ କମ୍ପାନି ଏପରି ନିଷ୍ପତ୍ତି ନେଇଥିବା ଜାଣିବାକୁ ମିଳିଛି।
ସିଇଓ ତାଙ୍କ କର୍ମଚାରୀମାନଙ୍କୁ ଇମେଲ୍ କରି ଲେଖିଛନ୍ତି, ‘ଆମର ଗ୍ରାହକ ଏବଂ ଅଂଶୀଦାରମାନଙ୍କୁ ସଶକ୍ତ କରିବାକୁ ଆପଣଙ୍କ କାର୍ୟ୍ୟ ପ୍ରଶଂସାଯୋଗ୍ୟ। ଆପଣମାନଙ୍କ ଉତ୍ସର୍ଗୀକୃତ ମନୋଭାବ ହେତୁ ବଜାରରେ ଆମର ଚାହିଦା ବୃଦ୍ଧି ପାଇଛି। ନେତୃତ୍ବ ଦଳଗୁଡ଼ିକ ମଧ୍ୟରେ ଆପଣମାନଙ୍କ ପ୍ରଭାବ ସୀକୃତିଯୋଗ୍ୟ ଏବଂ ପ୍ରଶଂସିତ। ମୁଁ ସେଥିପାଇ ଆପଣମାନଙ୍କୁ କୃତଜ୍ଞତା ଜଣାଉଛି। ସେଥିପାଇଁ ଆମେ ଆପଣମାନଙ୍କ ଉପରେ କିଛି ପୁଞ୍ଜି ବିନିଯୋଗ କରିବାର ନିଷ୍ପତ୍ତି ନେଇଛୁ। କମ୍ପାନି ଆପଣମାନଙ୍କ ଦରମା ପାଖାପାଖି ଦ୍ବିଗୁଣ କରିବାକୁ ଚିନ୍ତା କରିଛି।’