Odisha News

ଦିଲ୍ଲୀ ସମେତ ସମସ୍ତ ୨୩ ଏମ୍ସର ବଦଳିବ ନାମ, କେନ୍ଦ୍ର ସରକାରଙ୍କ ପ୍ରସ୍ତୁତି ଜାରି

ନୂଆଦିଲ୍ଲୀ, ୨୨/୮: ଦିଲ୍ଲୀ ସମେତ ସମସ୍ତ ୨୩ଟି ଏମ୍ସର ନାଁରେ ହେବ ପରିବର୍ତ୍ତନ । ସ୍ଥାନୀୟ ସ୍ୱାଧିନତା ସଂଗ୍ରାମୀ, ବୀର ପୁରୁଷ ଏବଂ ଐତିହାସିକ ଘଟଣା ଅନୁସାରେ ନାଁରେ ପରିବର୍ତ୍ତନ ହେବା ନେଇ ସୂଚନା ମିଳିଛି । କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଦ୍ୱାରା ଏହି ମାମଲାରେ ପରାମର୍ଶ ମଗାଯାଇଛି ।
ସୂତ୍ରାନୁସାରେ, ଏବେ କିଛି ଏମ୍ସ ଏପରି ରହିଛି ଯାହା ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନାରେ ସ୍ଥାପନା କରାଯାଇଥିଲା । ଆଉ କିଛି ପୂର୍ବରୁ ରହିଥିଲା ।
ଏହି ସବୁ ସାଧାରଣ ନାଁ କିମ୍ବା ସ୍ଥାନୀୟ ନାଁରେ ପରିଚିତ ହେଉଛି ।ଏବେ କେନ୍ନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ସମସ୍ତ ସେବା ଓ ସୁବିଧା ଯୋଗାଉଥିବା ୨୩ଟି ଏମ୍ସକୁ ସ୍ୱତନ୍ତ୍ର ନାଁ ଦେବା ପାଇଁ ପ୍ରସ୍ତାବ ପଠାଇଛନ୍ତି । ଏଥିରେ ଦିଲ୍ଲୀ ସମେତ ଦେଶର ସବୁ ଏମ୍ସ ସ୍ଥାନ ପାଇଛି ।
୬ଟି ନୂଆ ଏମ୍ସ ବିହାରର ପାଟନା, ଛତିଶଗଡର ରାୟପୁର, ମଧ୍ୟପ୍ରଦେଶର ଭୋପାଳ, ଓଡିଶାର ଭୁବନେଶ୍ୱର, ରାଜସ୍ଥାନର ଯୋଧପୁର ଓ ଉତ୍ତରାଖଣ୍ଡର ଋଷିକେଶରେ ପ୍ରତିଷ୍ଠା ହୋଇଛି ।
୨୦୧୫ରୁ ୨୦୨୨ ମଧ୍ୟରେ ପ୍ରତିଷ୍ଠା କରାଯାଇଥିବା ୧୬ ଏମ୍ସରେ ଏମବିବିଏସ ଓ ଆଉଟ ପେସେଣ୍ଟ ସେବା ଆରମ୍ଭ ହୋଇଯାଇଛି । ଅନ୍ୟ ଦୁଇଟିରେ କେବଳ ଏମବିବିଏସ କ୍ଲାସ୍ ଚାଲିଛି । ଶେଷ ତାରିଟି ଏମ୍ସରେ ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି ।

Related Posts

Seo wordpress plugin by www.seowizard.org.