Odisha News

ଦିଲ୍ଲୀ ମହାନଗର ନିଗମ ନିର୍ବାଚନ:ଆଗରେ ଅଛି ଆପ୍

ନୂଆଦିଲ୍ଲୀ, ୭/୧୧: ଦିଲ୍ଲୀ ମହାନଗର ନିଗମରେ(ଏମସିଡି) ପାଇଁ ଭୋଟ ଗଣତି ଚାଲିଛି । ବିଜେପିକୁ ପଛରେ ପକାଇ ଦେଇଛି ଆମ୍ ଆଦମି ପାର୍ଟି । ଚଳିତ ଏମସିଡି ନିର୍ବାଚନ କାଣ୍ଟେକି ଟକ୍କର ହୋଇଛି। ବିଜେପି ପାଇଁ ମୁଖ୍ୟ ଚାଲେଞ୍ଜ ହୋଇଛି ଆମ ଆଦମୀ ପାର୍ଟି(ଆପ୍)। ଆଜି ସକାଳଠାରୁ ଚାଲିଥିବା ଟ୍ରେଣ୍ଟିଂରେ ଘଡ଼ିକେ ଘୋଡ଼ା ଛୁଟୁଛି। ପ୍ରଥମେ ଆପ୍ ଟ୍ରେଣ୍ଡିରେ ଆଗୁଆ ଥିବା ବେଳେ ପରେ ବିଜେପି ଅତିକ୍ରମ କରିଥିଲା । ସମ୍ପ୍ରତି ଟ୍ରେଣ୍ଡିଂ ଅନୁଯାୟୀ ବିଜେପିକୁ ପଛରେ ପକାଇ ଦେଇଛି ଆପ୍। ଏହି ଟ୍ରେଣ୍ଡି ଅନୁଯାୟୀ, ଆପ୍ ୧୩୫ଟିରେ ଆଗୁଆ ଥିବା ବେଳେ , ବିଜେପି ୧୦୩ ଏବଂ କଂଗ୍ରେସ ୯ ଟିରେ ଆଗୁଆ ରହିଛି।
ଦିଲ୍ଲୀ ମ୍ୟୁନିସପାଲ କର୍ପୋରେସନର ୨୫୦ଟି ୱାର୍ଡ ପାଇଁ ଭୋଟ ଗଣତି ଚାଲିଛି । ଏଥିପାଇଁ ୪୨ଟି ଭୋଟଗଣତି କେନ୍ଦ୍ର କରାଯାଇଛି। ଦିଲ୍ଲୀରେ ଆପ୍ ସରକାର ଥିବା ବେଳେ ପୂର୍ବରୁ ମ୍ୟୁନିସାପାଲ କର୍ପୋରେସନ ବିଜେପି ଦଖଲରେ ଥିଲା। ତେଣୁ ଦିଲ୍ଲୀ ସରକାର ଏବଂ ଦିଲ୍ଲୀ ମ୍ୟୁନିସପାଲ କର୍ପୋରେସନ ମଧ୍ୟରେ ବିବାଦ ଲାଗି ରହୁଥିଲା।
ତେବେ ଚଳିତ ଏମସଡି ନିର୍ବାଚନରେ ଆପ୍ ଦିଲ୍ଲୀ ମ୍ୟୁନିସପାଲ କର୍ପୋରେସନକୁ ଦଖଲ କରିବା ପାଇଁ ସବୁ ଦମ ଲଗାଇଛି। ଏମସିଡି ନିର୍ବାଚନ ପ୍ରତିଦ୍ୱନ୍ଦିତାରେ ୧୩୪୯ଜଣ ଭାଗ୍ୟ ନିର୍ଦ୍ଧାରଣ ହେବ । ଭୋଟ୍ ଗଣତି ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଗତ ୪ ତାରିଖରେରେ ଦିଲ୍ଲୀ ମହାନଗର ନିଗମର ୨୫୦ ୱାର୍ଡ ପାଇଁ ନିର୍ବାଚନ ହୋଇଥିଲା ।

Related Posts