Odisha News

ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବଙ୍କ କ୍ଷେତ୍ର ପରିଦର୍ଶନ ଓ ନିର୍ମାଣ କାର୍ଯ୍ୟ ସମୀକ୍ଷା

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୭/୧୨: ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂହ ଆଜି ବୌଦ୍ଧ ଜିଲ୍ଲା ପରିଦର୍ଶନ କରି ଗ୍ରାମ୍ୟ ଉନ୍ନୟନ ବିଭାଜନ, ବୌଦ୍ଧର ନିର୍ମାଣ କାର୍ଯ୍ୟ ସମୀକ୍ଷା କରିଛନ୍ତି । ଏହି ଅବସରରେ ସେ ଉକ୍ତ ଗ୍ରାମ୍ୟ ଉନ୍ନୟନ ବିଭାଜନ ଅଧୀନସ୍ଥ ଗ୍ରାମ୍ୟ ଭନ୍ନୟନ ବିଭାଗର ସମସ୍ତ ପ୍ରକଳ୍ପ ଓ ନିର୍ମାଣ କାର୍ଯ୍ୟର ସବିଶେଷ ସମୀକ୍ଷା କରିଥିଲେ ।
ଏହି ପରିଦର୍ଶନ ଅବସରରେ ପ୍ରମୁଖ ଶାସନ ସଚିବ ଶ୍ରୀ ସିଂହ ସେତୁ ବନ୍ଧନ ଯୋଜନା ଅଧୀନରେ ନିର୍ମାଣଧୀନ ଥିବା ଚଉଦ ଗୋଟି ସେତୁ ନିର୍ମାଣର ସମୀକ୍ଷା କରିଥିଲେ ।
ଏହା ସହ ରାଜ୍ୟ ଯୋଜନା ଅଧୀନରେ କାର‌୍ୟ୍ୟକାରୀ ହେଉଥ‌ିବା ତେର ଗୋଟି ରାସ୍ତା ନିର୍ମାଣ କାର୍ଯ୍ୟର ମଧ୍ୟ ସମୀକ୍ଷା ହୋଇଥିଲା । ଏହା ସହ ସେ ଦୀର୍ଘମିଆଦି ଭିତ୍ତିଭୂମି ନିର୍ମାଣ ପାଇଁ ସ୍ଵତନ୍ତ୍ର ଅନୁଦାନ (ଝଇଉଓ)ରେ ଚାଲୁଥିବା ସାତ ଗୋଟି ରାସ୍ତା ନିର୍ମାଣ କାର୍ଯ୍ୟର ମଧ୍ୟ ସମୀକ୍ଷା କରିଥିଲେ ।
୨୦୨୪-୨୫ ବର୍ଷରେ ନିର୍ମାଣ ହେବାକୁ ଥିବା ଅନ୍ୟ ସେତୁ ଓ ରାସ୍ତାର ଡିପିଆର୍ ପ୍ରସ୍ତୁତି ଓ ଅନ୍ୟ ଆନୁଷଙ୍ଗିକ ଦିଗର ମଧ୍ୟ ସମୀକ୍ଷା ହୋଇଥିଲା । ଏହା ମଧ୍ୟରେ ସେତୁ ବନ୍ଧନ ଯୋଜନା ଅଧୀନରେ ଛଅ ଗୋଟି, ମୁଖ୍ୟମନ୍ତ୍ରୀ ସଡକ ଯୋଜନା – ସିୟୁଭିଡିଏ ଅଧୀନରେ ତେର ଗୋଟି ପ୍ରକଳ୍ପ ଓ ରାଜ୍ୟ ଯୋଜନା ଅଧୀନରେ ସାତ ଗୋଟି ନୂତନ ପ୍ରକଳ୍ପ ନିର୍ମାଣର ସମୀକ୍ଷା କରାଯାଇଥିଲା । ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ଅଧୀନସ୍ଥ ପ୍ରକଳ୍ପଗୁଡିକ ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା ।
ପ୍ରାଥମିକତା ଭିତ୍ତିରେ ଏହି ସମସ୍ତ ସେତୁ ଓ ରାସ୍ତା ନିର୍ମାଣର ମାନ ପ୍ରତି ବିଶେଷ ଯତ୍ନବାନ ହୋଇ କାର୍ଯ୍ୟ କରିବା ପାଇଁ ପ୍ରମୁଖ ଶାସନ ସଚିବ ଉପସ୍ଥିତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହା ସହ ସେ ନିର୍ମାଣ କାର୍ଯ୍ୟକୁ ନିଦ୍ଧିଷ୍ଟ ସମୟସୀମ ମଧ୍ୟରେ ଶେଷ କରିବା ଉପରେ ବିଶେଷ ଧ୍ୟାନ ଦେବା ପାଇଁ ନିର୍ଦେଶ ଦେଇଥିଲେ ।
ଏହି ସମୀକ୍ଷା ଅବସରରେ ପ୍ରମୁଖ ଶାସନ ସଚିବଙ୍କୁ ବୌଦ୍ଧ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଜନ ଅଧ୍ୟକ୍ଷଣ ଯନ୍ତ୍ରୀ ଶ୍ରୀ ସୁଧାକର ନାଏକ, ଉପ‌ବିଭାଜନ ଅଧିକାରୀ ଶ୍ରୀ ସାଗୁ ନାଏକ ଓ ଶ୍ରୀ ବିଦ୍ୟାଧର ମହାନ୍ତି ପ୍ରମୁଖ ବୌଦ୍ଧ ଗ୍ରାମ୍ୟ ଉନ୍ନୟନ ବିଭାଜନର ଉକ୍ତ ସମସ୍ତ ପ୍ରକଳ୍ପର ନିର୍ମାଣ ସ୍ଥିତି ବିଷୟରେ ଅବଗତ କରାଇଥିଲେ ।

Related Posts

Seo wordpress plugin by www.seowizard.org.