Odisha News

ଗଞ୍ଜେଇ ସହ ଦୁଇଟି ଦେଶୀବନ୍ଧୁକ ଜବତ : ୪ ଜଣ ଗଞ୍ଜେଇ ବେପାରୀ ଫେରାର

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା:୩୧/୩: ସାଧାରଣ ନିର୍ବାଚନକୁ ଶାନ୍ତି ଶୃଙ୍ଖଳା ସହ ପରିଚାଳନା କରିବା ପାଇଁ କନ୍ଧମାଳ ଏସପିଙ୍କ ନିର୍ଦେଶ କ୍ରମେ ବାଲିଗୁଡା ପୁଲିସ ପକ୍ଷରୁ ପାଟ୍ରୋଲିଂ କୁ କଡାକଡି କରିବା ସହ ଅବକାରୀ ଚଢାଉ କୁ ମଧ୍ୟ ଜୋରଦାର କରାଯାଇଛି ।
ଏହି ଆଧାରରେ ବାଲିଗୁଡା ଥାନା ଅଧିକାରୀ ସୁଶାନ୍ତ ସାହୁଙ୍କ ସହ ଏକ ଟିମ ପାଟ୍ରୋଲିଂ କରୁଥିବା ସମୟ ରେ ଖବର ପାଇ ବାଲିଗୁଡା ଥାନା ଅନ୍ତର୍ଗତ ମୁସୁକୁଲି ଜଙ୍ଗଲ ରାସ୍ତା ପାର୍ଶ୍ଵ ରେ ଚାଲାଣ କରିବା ପାଇଁ ପ୍ରସ୍ତୁତ ହେଉଥିବା ସମୟରେ ୧୫୦୪ କେଜି ଗଞ୍ଜେଇ ସହ ଦୁଇଟି ଦେଶିବନ୍ଧୁକକୁ ଜବତ କରିଛନ୍ତି । ପୋଲିସ ଚଢ଼ାଉ ଖବର ଜାଣି ସେଠାରୁ ୪ ଜଣ ଗଞ୍ଜେଇ ବ୍ୟବାସାୟୀ ଫେରାର ହୋଇଯାଇଥିଲେ ।
ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧କୋଟି ୫୦ ଲକ୍ଷ ଟଙ୍କାର ହେବ ବୋଲି ବାଲିଗୁଡା ଏସଡିପିଓ ରାହୁଲ ଗୋଏଲ ସୂଚନା ଦେଇଛନ୍ତି ।
ଏ ନେଇ ବାଲିଗୁଡା ପୋଲିସ କେଶ ନଂ.୮୪/୨୪ ପ୍ରକାରେ ଏକ ମକଦ୍ଦମା ରୁଜୁ କରି ଫେରାର ହୋଇଥିବା ଗଞ୍ଜେଇ ବ୍ୟବାସାୟୀ ଙ୍କୁ ଖୁବ ଶିଘ୍ର ଧରିବା ପାଇଁ ଯୋଜନା କରୁଥିବା ଜଣାପଡିଛି ।

Related Posts

Seo wordpress plugin by www.seowizard.org.