Odisha News

ଗଜପତି : ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥ ଶୁଭାରମ୍ଭ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୧୩/୬ : ଗଜପତି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥକୁ ପାରଳାଖେମୁଣ୍ଡି ଠାରେ ଶୁଭାରମ୍ଭ କରାଯାଇଛି ।
ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ବିଜୟ କୁମାର ଦାଶ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।
ଶିଶୁ ଶ୍ରମିକ ନିରାକରଣ ନେଇ ବିଭିନ୍ନ ଆଇନ୍ ଓ ନିଆ ଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ବନ୍ଧରେ ଜନସାଧାରଣଙ୍କୁ ସଚେତନତା କରାଯିବା ସହ ଡାକବାଜି ଯନ୍ତ୍ର ଦ୍ୱାରା ପ୍ରଚାର କରାଯିବ ।
ହୋଟେଲ , ଠିକାଦାର , ଦୋକାନୀ , କାରଖାନା , ଶିଳ୍ପ , ଭଳି ଯେ କୌଣସି ଘରୋଇ ମାଲିକ , ଶିଶୁ ମାନଙ୍କୁ କୌଣସି କାର୍ଯ୍ୟରେ ଶ୍ରମିକ ଭାବି ନିୟୋଜିତ ନ କରନ୍ତି ସେ ବିଷୟରେ ଏହି ରଥ ବିଭିନ୍ନ ସ୍ଥାନରେ ପରିକ୍ରମା କରି ଜନସାଧାରଣଙ୍କ ନିକଟରେ ସଚେତନତା କରାଯିବ।
ଶିଶୁ ଶ୍ରମିକ ଉଚ୍ଛେଦ ନୀତିର ଉଲଙ୍ଘନ କଲେ ଦୋଷୀଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ସମ୍ବନ୍ଧରେ ମଧ୍ୟ ଅବଗତ କରାଯାଇଛି ।
୧୪ ବର୍ଷରୁ କମ୍ ପିଲାଙ୍କୁ କାମରେ ଲଗାଇବା , ୧୫ ରୁ ୧୮ ବର୍ଷ କିଶୋର ମାନଙ୍କୁ ବିପଦ ସଙ୍କୁଳ ବୃତ୍ତି କାର୍ଯ୍ୟରେ ନିଯୁକ୍ତ କରିବା ଘଟଣା ଦୃଷ୍ଟି ଗୋଚର ହେଲେ ତୁରନ୍ତ ଜିଲ୍ଲା ଶ୍ରମ ଅଧିକାରୀ , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ କିମ୍ବା ଜିଲ୍ଲାପାଳଙ୍କୁ ଅବଗତ କରି ପାରିବେ କିମ୍ବା ନିଶୁକ୍ଳ ଶ୍ରମିକ ସହାୟତା ହେଲ୍ପ ଲାଇନ୍ ନମ୍ବର ୧୫୫୩୬୮ ଏବଂ ଚାଇଲ୍‌ଡ଼ ଲାଇନ୍ ନମ୍ବର ୧୦୯୮ ସହିତ ଯୋଗାଯୋଗ କରିବା ପାଇଁ କୁହାଯାଇଛି ।
ବିଭିନ୍ନ ସମୟରେ ପ୍ରଶାସନ ତରଫରୁ ଏହି ଧରପଗଡ଼ କରାଯାଇ ମଧ୍ୟ ଶିଶୁ ଶ୍ରମିକ ମାନଙ୍କୁ ଉଦ୍ଧାର କରାଯାଇ ସେମାନଙ୍କ ଥଇଥାନ ବ୍ୟବସ୍ଥା ସହ ପାଠପଢ଼ା ଓ ଅନ୍ୟାନ୍ୟ ଦାୟିତ୍ୱ ସରକାରଙ୍କ ତରଫରୁ ବହନ କରାଯାଉଛି ।
ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଫାଲଗୁନି ମାଝୀ , ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀମତୀ ଭାରତୀ ବେହେରା , ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀ ପ୍ରଦୀପ କୁମାର ସାହୁ , ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ମନୋରମା ଦେବୀ , ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ , ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର କର୍ମଚାରୀଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Related Posts