Odisha News

ଗଜପତି: ମାଗଣା ଗ୍ଲୁକୋମା ଓ ପରଳ ଚକ୍ଷୁ ପରୀକ୍ଷା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧/୧୨: ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ୍ ଅନ୍ତର୍ଗତ ଗୁରାଣ୍ଡୀ ଗ୍ରାମ ସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ଏପିଜେ: ଅବଦୁଲ କଲାମ ଚାରିଟେବୁଲ୍ ଟ୍ରଷ୍ଟ , ଖଲିକୋଟ , ଶଙ୍କର ଚକ୍ଷୁ ଚିକିତ୍ସାଳୟ ସମରଝୋଳ ହିଞ୍ଜିଳିକାଟୁ ଓ ସାଇଟ ସେଭର୍ସ ଇଣ୍ଟର୍ନ୍ୟାସନାଲଙ୍କ ମିଳିତ ଆନୁକୂଲ୍ୟରେ ଏକ ମାଗଣା ଗ୍ଳୁକୋମା ଓ ପରଳ ଚକ୍ଷୁ ପରୀକ୍ଷା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଉକ୍ତ ଶିବିରକୁ ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ାଃ ପ୍ରଦୀପ କୁମାର ପାତ୍ର , ଗୁରାନ୍ଦି ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ମେଡିକାଲ ଅଫିସର ଡ଼ାଃ ପତିତପାବନ ବାରିକ , ଗୁରାଣ୍ଡି ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ଶିଳ୍ପ ପାତ୍ର , ସ୍ୱାସ୍ଥ୍ୟକେନ୍ଦ୍ରର ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀଣୀ ମମତା ପାଢ଼ୀ , ଏପିଜେ ଅବଦୁଲ କଲାମ ଚାରିଟେବୁଲ୍ ଟ୍ରଷ୍ଟ ନିର୍ଦ୍ଦେଶକ ଶ୍ରୀ ପୂର୍ଣ୍ଣଚନ୍ଦ ବେହେରା , ଶ୍ରୀ ଏନ: ଶ୍ରୀନିବାସ ( ବାମ) , ସମାଜସେବୀ ଶ୍ରୀ ଭଗବତ ପାଢି ଓ ଶ୍ରୀ ବିନୋଦ ଜେନା ଙ୍କ ସମେତ, ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।
ଏହି ଶିବିର କାର୍ଯ୍ୟକ୍ରମରେ ସମସ୍ତ ପ୍ରକାର ଚକ୍ଷୁର ପରୀକ୍ଷା ନିଃଶୁଳ୍କ ଭାବେ କରା ଯାଇଥିଲା ଏବଂ ଏଥିରେ ମୋଟ ୧୨୫ ଜଣଙ୍କର ଚକ୍ଷୁ ପରୀକ୍ଷା କର ଯାଇଥିବା ବେଳେ ସାନଙ୍କ ମଧ୍ୟରୁ ମୋଟ ୨୧ ଜଣଙ୍କୁ ଚସମା ଦିଆ ଯାଇଥିଲା ଏବଂ ମୋଟ ୬୮ ଜଣଙ୍କ ପରଳ ବା ମୋତିଆ ବିନ୍ଦୁ ଚିହ୍ନଟ କରା ଯାଇଥିଲା । ଏଥି ସହିତ ୩୦ ଜଣଙ୍କୁ ଆସ୍ତ୍ରୋପଚାର ପାଇଁ ସମ୍ପୂର୍ଣ୍ଣ ମାଗଣା ଚିକିତ୍ସା ନିମନ୍ତେ ଜିଲ୍ଲାମୁଖ୍ୟ ଚିକିତ୍ସାଳୟକୁ ପଠା ଯାଇଥିଲା ଏବଂ ମୋଟ ୨୯ ଜଣଙ୍କର ଗ୍ଳୁକୋମା ଚକ୍ଷୁ ପରୀକ୍ଷା କରାଯାଇ ସେମାନଙ୍କ ଫୋଟ ସଂଗ୍ରହ କରାଯିବା ସହ ୯ ଜଣଙ୍କର ରେଟୈନା ଚେକ-ଅପ କରା ଯାଇଥିଲା ।
ଶଙ୍କର ଚକ୍ଷୁ ଚିକିତ୍ସାଳୟର ଷ୍ଟାଫ ଶ୍ରୀ ନଳିନୀ କାନ୍ତ ରାଉତ (କ୍ୟାମ୍ପ ମ୍ୟାନେଜର) , ଶ୍ରୀ ଅନିଲ କୁମାର ସାହୁ (ଚିଫ ଅପଟୋମେଟ୍ରିଷ୍ଟ) , ପାୟଲ ଗୌଡ଼ , ମିନାକ୍ଷୀ ପାଣିଗ୍ରାହୀ , ପାର୍ବତୀ ସ୍ୱାଇଁ , ଆରଧନା ସାହୁ , ଏନ: ମୁନା , ଇପିଲି ସାକିଲି , ସୁଶାନ୍ତ ଡାକୁଆ (ଚକ୍ଷୁ ଟେକ୍ନିସିଆନ) ପ୍ରମୁଖ ଉପସ୍ଥିତ ରହି ଶିବିରର ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା ଓ ସହଯୋଗ କରିଥିଲେ ।

Related Posts

Seo wordpress plugin by www.seowizard.org.