Odisha News

ଗଜପତି: ପୁରାଣ ପ୍ରସିଦ୍ଧ ମହେନ୍ଦ୍ରଗିରି ଶିଖରରେ ଓଡିଶା ସିଏସଆର, ଫୋରମ ପକ୍ଷରୁ ବନ-ମହୋତ୍ସବ କାର୍ଯ୍ୟକ୍ରମ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨୩/୭: ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅନ୍ତର୍ଗତ କଇଁପୁର ପଞ୍ଚାୟତ ଅଞ୍ଚଳରେ ଥିବା ପୁରାଣ ପ୍ରସିଦ୍ଧ ଐତିହାସିକ ଶୈବପୀଠ ମହେନ୍ଦ୍ରଗିରି ଶିଖରରେ ଆଜି ଭୁବନେଶ୍ୱର ସ୍ଥିତ ଓଡିଶା କରପୋରେଟ ସୋସିଆଲ ରେସପୋନସିବିଲିଟି (ସିଏସଆର:) ଫୋରମ ପକ୍ଷରୁ ଓଡିଶା ପରିବେଶ ସମିତି ଓ ଗଜପତି ଜିଲ୍ଲା ବନଖଣ୍ଡିୟ କାର୍ଯ୍ୟାଳୟର ମିଳିତ ସହଯୋଗରେ ବନ-ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ଶିଖରରେ ଥିବା ମହେନ୍ଦ୍ର ଆଶ୍ରମ ପରିସରରେ ମହେନ୍ଦ୍ରଗିରିର ସର୍ବାଙ୍ଗୀନ ବିକାଶ ସମ୍ପର୍କିତ ଏକ ଏକ ସଚେତନତା ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏହି କାର୍ଯ୍ୟକ୍ରମରେ ସିଏସଆର: ଫୋରମର ସଭାପତି ଶ୍ରୀ ବ୍ରଜେନ୍ଦ୍ର କୁମାର ମିଶ୍ରଙ୍କ ଅଧ୍ୟକ୍ଷତା କରିଥିବା ବେଳେ କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ ଫୋରମର ସମ୍ପାଦକ ଶ୍ରୀ ସୁକାନ୍ତ କୁମାର ପଟନାୟକ ।
କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଗଜପତି ଡିଆରଡିଏର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ରୋମାଞ୍ଚଳ ଖମାରୀ ଯୋଗ ଦେଇଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଗଜପତି ଜିଲ୍ଲା ବନଖଣ୍ଡିୟ କାର୍ଯ୍ୟାଳୟର ଏସିଏଫଓ: ଶ୍ରୀ ଅଶୋକ କୁମାର ବେହେରା , ମହେନ୍ଦ୍ର ଆଶ୍ରମର ସାଧକ ପୂଜ୍ୟସନ୍ଥ ଲକ୍ଷ୍ମୀବାବା ଭାସ୍କର ତୀର୍ଥ , ଓଡିଶା ପରିବେଶ ସମିତିର ମୁଖ୍ୟ ଡଃ ପି: ସୁନ୍ଦର ନାରାୟଣ ପାତ୍ର , ସିସିଡ଼ି ଅନୁଷ୍ଠାନ ମୁଖ୍ୟ ଶ୍ରୀ ଏ: ଜଗନ୍ନାଥ ରାଜୁ ଏବଂ ରାୟଗଡ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ପୂର୍ଣ୍ଣବାସୀ ନାୟକ ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗଦେଇ , ମହେନ୍ଦ୍ରଗିରିର ସର୍ବାଙ୍ଗୀନ ବିକାଶ ଦିଗରେ ଆଲୋଚନା କରି ଏହା କିଭଳି ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଭାବେ ଗଢିଉଠି ବହୁ ସଂଖ୍ୟାରେ ଦେଶୀ ଓ ବିଦେଶୀ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବାରେ ସହାୟକ ହୋଇପାରିବ ।
ସେ ସମ୍ପର୍କରେ ଆଲୋଚନା କରିଥିଲେ ।
ଆଲୋଚନା ଗୁଡିକ ମଧ୍ୟରେ ମୁଖ୍ୟତଃ ମହେନ୍ଦ୍ରଗିରି ଶିଖର ପର୍ଯ୍ୟନ୍ତ ୫ଟି ପ୍ରକଳ୍ପ ଯଥା:- ବିଦ୍ୟୁତକରଣ , ପାନୀୟଜଳ , ଯୋଗାଯୋଗ ପାଇଁ ଭଲରାସ୍ତା , ବୃକ୍ଷ ରୋପଣ ଏବଂ ହେରିଟେଜର ସୁରକ୍ଷା ପ୍ରଭୃତି କରାଯିବା ସହ ମହେନ୍ଦ୍ରଗିରି ଶିଖରରେ ପ୍ରଶାସନିକ ସ୍ତରରେ ସ୍ଥାନ ନିରୂପଣ କରାଯିବା ପ୍ରକାରେ ଭଗବାନ ପର୍ଶୁରାମଙ୍କ ଏକ ମୂର୍ତ୍ତି ସ୍ଥାପନ କରାଯିବା ଉପରେ ମଞ୍ଚାସୀନ ଅତିଥି ମାନେ ବିଶେଷ ଗୁରୁତ୍ବାରୋପ କରିଥିଲେ ।
ଏଥି ସହିତ ମହେନ୍ଦ୍ରଗିରିର ସୁରକ୍ଷା ସମେତ ପରିବେଶ , ଜୈବମଣ୍ଡଳ ଓ ଅଞ୍ଚଳବାସୀଙ୍କ ସାଂସ୍କୃତିକ ପରମ୍ପରାର ସୁରକ୍ଷା ଏବଂ ସର୍ବୋପରି ମହେନ୍ଦ୍ରଗିରିର ସର୍ବାଙ୍ଗୀନ ବିକାଶ ଉପରେ ଆଲୋଚନା କରା ଯାଇଥିଲା ।
ମହେନ୍ଦ୍ରଗିରି ଅଞ୍ଚଳରେ ବସବାସ କରି ଆସୁଥିବା ପ୍ରାୟ ୨୨ଟି ଗ୍ରାମକୁ ଫୋରମ ପକ୍ଷରୁ ଯାଇ ଅଞ୍ଚଳବାସୀଙ୍କ ସମସ୍ତ ସୁବିଧା-ଅସୁବିଧା ଉପରେ ସମ୍ପୂର୍ଣ୍ଣ ଅବଗତ ହୋଇ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ କରାଯିବ ।
ଏଥିପାଇଁ ବନବାସୀ ଅଞ୍ଚଳବାସୀଙ୍କ ଜୀବନଜୀବୀକା ଉପରେ ଯେଭଳି କୋଣସି ପ୍ରଭାବ ନ ପଡିବ ଏବଂ ସେମାନଙ୍କ ରୋଜଗାର ପାଇଁ କଣ କଣ ସବୁ ବିକାଶମୂଳକ କାର୍ଯ୍ୟକ୍ରମ ହୋଇପାରିବ , ସେ ଦିଗରେ ସ୍ୱତନ୍ତ୍ର ଭାବେ ଦୃଷ୍ଟି ଦିଆଯିବ ବୋଲି ବୈଠକ କାର୍ଯ୍ୟକ୍ରମରେ ମତ ପ୍ରକାଶ ପାଇଥିଲା ।
ସଭା କାର୍ଯ୍ୟକ୍ରମ ପରେ କୁନ୍ତୀ ମନ୍ଦିରକୁ ଆସିଥିବା ରାସ୍ତାର ଉଭୟ ପାର୍ଶ୍ୱରେ ଅତିଥି ମାନେ ବୃକ୍ଷ ରୋପଣ କରିଥିଲେ କ୍ଷ
ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲା ଏସପି: ଶ୍ରୀ ଜୟରାମ ଶତପଥୀ ମୁଖ୍ୟଅତିଥି ଭାବେ ଯୋଗଦେଇ ବୃକ୍ଷ ରୋପଣ କରିଥିଲେ ।
ଏହି ସମସ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ଉନ୍ନୟନ ବିକାଶ ପରିଷଦ\’ର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ଆନ୍ତର୍ଯ୍ୟାମୀ ଗମାଙ୍ଗ , ଇମ୍ଫା କମ୍ପାନୀର ବରିଷ୍ଠ ପରାମର୍ଶଦାତା ଶ୍ରୀ ପ୍ରିଜିବ ଚନ୍ଦ୍ର ହୋତା , ମହେନ୍ଦ୍ରଗିରି ସୁରକ୍ଷାମଞ୍ଚର ସଭାପତି ଶ୍ରୀ ବିନୋଦ ଚନ୍ଦ୍ର ଜେନା ଓ ଯୁଗ୍ମ ସମ୍ପାଦକ ଶ୍ରୀ ତ୍ରିପତି ପଣ୍ଡା , ଶ୍ରୀ ବିଭୁତି ଜେନା (ବ୍ରହ୍ମପୁର), ବେଡାଣ୍ଟ କମ୍ପାନୀର ଅଧିକାରୀ ଏବଂ ଗଙ୍ଗାବାଡ଼ , ଲକ୍ଷ୍ମୀପୁର ଓ କଇଁପୁର ପଞ୍ଚାୟତର ସରପଞ୍ଚ-ସମିତିସଭ୍ୟ ସମେତ ଅଞ୍ଚଳବାସୀ ଯୋଗ ଦେଇଥିଲେ ।
ସମସ୍ତ କାର୍ଯ୍ୟକ୍ରମକୁ ବନ ବିଭାଗର ଅଧିକାରୀ, କର୍ମଚାରି ଓ ମହେନ୍ଦ୍ରଗିରି ବିକାଶ ମଞ୍ଚର କର୍ମକର୍ତ୍ତା ମାନେ ଉପସ୍ଥିତ ରହି ପରିଚାଲନା ଓ ସହଯୋଗ କରିଥିଲେ ।

Related Posts