Odisha News

ଗଜପତି: ପାରଳାଖେମୁଣ୍ଡି ଜିଲ୍ଲା କୋର୍ଟ ପରିସରରେ ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତିଙ୍କ ଦ୍ଵାରା ଭର୍ଚୁଆଲ ମୋଡରେ ପେପର ଲେସ କୋର୍ଟ ଉଦଘାଟିତ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୭/୯: ପାରଳାଖେମୁଣ୍ଡି ସ୍ଥିତ ଗଜପତି ଜିଲ୍ଲା ଓ ଦୌରା ଜଜଙ୍କ କୋର୍ଟ ପରିସରରେ ଶନିବାର ପେପର ଲେସ କୋର୍ଟ ତଥା କାଗଜ ବିହୀନ ଅଦାଲତ , ସୁପ୍ରିମକୋର୍ଟର ମାନ୍ୟବର ମୁଖ୍ୟ ବିଚାରପତି ଜଷ୍ଟିସ ଉଦୟ ଉମେଶ ଲଳିତଙ୍କ ଦ୍ଵାରା ଭର୍ଚୁଆଲ ମୋଡରେ ଉଦଘାଟିତ ହୋଇଯାଇଛି ।
ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ସୁପ୍ରିମକୋର୍ଟର ଜଷ୍ଟିସ ଡି:ୱାଈ: ଚନ୍ଦ୍ରଚୁଡ଼ ଏବଂ ଜଷ୍ଟିସ ଏମ:ଆର: ସାହାଙ୍କ ସମେତ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଡଃ ଜଷ୍ଟିସ ଏସ: ମୁରଲୀ ଧର ଏବଂ ଏଡମିନ ଜଜ୍ ଡଃ ଜଷ୍ଟିସ ବିଦ୍ୟୁତ୍ ରଞ୍ଜନ ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ ।
ଏହି ପେପର-ଲେସ କୋର୍ଟ ତଥା କାଗଜ ବିହୀନ ଅଦାଲତ କାର୍ଯ୍ୟକ୍ରମ ଉଦଘାଟନ ହେବା ଫଳରେ କୋର୍ଟ ମାନଙ୍କରେ ଏଣିକି ଆଉ କାଗଜରେ ଲେଖିବା କି କୌଣସି ବ୍ୟବହାର ହେବନି ।
କାଗଜ ବ୍ୟବହାର ପରିବର୍ତ୍ତେ କମ୍ପ୍ୟୁଟରରେ ସଫ୍ଟ କପି ଭାବେ ବ୍ୟବହାର କରିହେବ । ଗୋଟିଏ ମାତ୍ର ମାଉସ କ୍ଲିକ୍ ମାଧ୍ୟମରେ ମକଦ୍ଦମା କି କୋର୍ଟ ସମ୍ବନ୍ଧୀୟ ଆବଶ୍ୟକ ପଡ଼ୁଥିବା ରେକର୍ଡ ତଥ୍ୟ ସବୁ ମିଳିପାରିବ ।
ଅନ୍ୟପକ୍ଷରେ କାଗଜ ପ୍ରସ୍ତୁତି ନିମନ୍ତେ ଆବଶ୍ୟକ ପଡ଼ୁଥିବା କଞ୍ଚାମାଲ ପାଇଁ ବିଭିନ୍ନ ଗଛ କଟା ଯାଇଥାଏ , ଏହା ଆଉ ହେବନି ଯାହାଦ୍ଵାରା ପରିବେଶ ସନ୍ତୁଳନ ରହିବାରେ କିଛିଟା ସହାୟକ ହୋଇପାରିବ ।
ଲୋକମାନଙ୍କ ବିଶେଷ ସୁବିଧା ନିମନ୍ତେ ଜିଲ୍ଲାସ୍ତରୀୟ କୋର୍ଟ ମାନଙ୍କରେ ସରକାରଙ୍କ ପକ୍ଷରୁ ଏଭଳି ପେପର ଲେସ କୋର୍ଟ କାର୍ଯ୍ୟକ୍ରମର ସୁବିଧା କରାହୋଇଛି।
ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କୋର୍ଟ ପରିସରରେ ଭର୍ଚୁଆଲ ମୋଡରେ ଅନୁଷ୍ଠିତ ଏହି ଉଦଘାଟନୀ ଉତ୍ସବ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲା ଦୌରା ଜଜ୍ ଶ୍ରୀ ପ୍ରଣବ କୁମାର ରାଉତରାୟଙ୍କ ସମେତ ଫେମିଲି କୋର୍ଟ ବିଚାରପତି ଶ୍ରୀ ସୁବ୍ରତ ମହାନ୍ତି , ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀ ମାନସ କୁମାର ପଣ୍ଡା , ସିଭିଲ କୋର୍ଟ ରେଜିଷ୍ଟ୍ରାର ଶ୍ରୀ ସତ୍ୟବ୍ରତ ରାଣା , ବରିଷ୍ଠ ସିଭିଲ ଜଜ୍ ଶ୍ରୀ ସନ୍ତୋଷ କୁମାର ଅଗ୍ରୱାଲ , ଜିଲ୍ଲା ଆଇନସେବା ପ୍ରାଧିକରଣ ସେକ୍ରେଟାରୀ ଶ୍ରୀ ରବି ନାରାୟଣ ବେହେରା , ଏସଡିଜେଏମ:- ଶ୍ରୀମତୀ ବର୍ଷା ଶର୍ମା , ଜେଏମଏଫସି: ଶ୍ରୀ ଶୁଭଜିତ ବେହେରା ଏବଂ ବାର ସଂଘର ସେକ୍ରେଟାରୀ ଶ୍ରୀ କୃଷ୍ଣ ମୋହନ ପଟ୍ଟନାୟକ ଓ ସଂଘର ଅନ୍ୟାନ୍ୟ ଓକିଲଗଣ ସମେତ କୋର୍ଟର କର୍ମଚାରୀ ମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

Related Posts

Seo wordpress plugin by www.seowizard.org.