Odisha News

ଗଜପତି : ଜିଲ୍ଲାସ୍ତରୀୟ ଖରିଫ ଧାନ କ୍ରୟ ପାଇଁ ଚାଷୀ ପଞ୍ଜିକରଣର ପ୍ରଚାର ରଥ ଶୁଭାରମ୍ଭ , ରଥ ବୁଲି ବୁଲି ଚାଷୀଙ୍କୁ ପ୍ରଚାର କରୁଛି

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୨/୮: ଗଜପତି ଜିଲ୍ଲାରେ ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ତରଫରୁ ଖରିଫ ଧାନ କ୍ରୟ ପାଇଁ ଚାଷୀ ପଞ୍ଜିକରଣ ପ୍ରକ୍ରିୟା ୧୫ ଜୁଲାଇ ଠାରୁ ଆରମ୍ଭ ହେଉଛି।
ଧାନ ସଂଗ୍ରହ ବର୍ଷ ୨୦୨୪-୨୫ ପାଇଁ ଜିଲ୍ଲାରେ ଖରିଫ ଧାନ କ୍ରୟ ପାଇଁ ଚାଷୀ ପଞ୍ଜିକରଣ କରିବା ଲାଗି ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଏକ ପ୍ରଚାର ରଥକୁ ଗଜପତି ଜିଲ୍ଲାପାଳ ଶ୍ରୀ ସ୍ମୃତି ରଞ୍ଜନ ପ୍ରଧାନ ଓ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ରାଜେନ୍ଦ୍ର ମିଞ୍ଜ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି।
ଏହି ପ୍ରଚାର ରଥ ଜିଲ୍ଲାର ସମସ୍ତ ବ୍ଲକରେ ପ୍ରଚାର ପ୍ରସାର କରିବ। ଜିଲ୍ଲାର ୪୩ ଗୋଟି ସମବାୟ କେନ୍ଦ୍ର ଓ ୨ ଟି ଲ୍ୟାମ୍ପରେ ମୋଟ ୪୫ ଗୋଟି କେନ୍ଦ୍ରରେ ଚାଷୀଙ୍କ ପଞ୍ଜିକରଣ କରିବା ପାଇଁ ସଚେତନତା କରାଯିବ। ଏହା ବିଭାଗର ୱେବସାଇଟ ଡବ୍ଲ୍ୟୁ:ଡବ୍ଲ୍ୟୁ:ଡବ୍ଲ୍ୟୁ: ଡ଼ଟ୍ ଫୁଡ୍ଓଡ଼ିଶାଡ଼ଟ୍ଇନରେ(www.foododisha.in) ରେ ମଧ୍ୟ ଉପଲବ୍ଧ ।
ଏଣୁ ସମସ୍ତ ଚାଷୀ ଭାଇ ମାନଙ୍କୁ ଅନୁରୋଧ ପଞ୍ଜିକରଣ ପାଇଁ ଇଛୁକ ଚାଷୀମାନେ ସେମାନଙ୍କ ପଞ୍ଜିକରଣ ଫର୍ମ ସହିତ କାଗଜ ପତ୍ର ନକଲ ଦାଖଲ କରିବା ଆବଶ୍ୟକ । ବ୍ୟାଙ୍କ ପାସ୍ ବୁକର ପ୍ରଥମ ପୃଷ୍ଠା , ଚାଷ ଜମିର ପ୍ରମାଣ ପତ୍ର , ଆଧାର କାର୍ଡ , ମୋବାଇଲ ନମ୍ବର ଓ ଯଦି ଭାଗ ଚାଷୀ ହୋଇଥାନ୍ତି ତେବେ ସମ୍ପୃକ୍ତ ଜମି ମାଲିକଙ୍କ ସହମତି ପତ୍ର ସହିତ ଆଧାର କାର୍ଡ ନକଲ ଦାଖଲ କରିବେ ।
ଯେଉଁ ଚାଷୀମାନେ ଆଗାମୀ ଖରିଫ୍ ଋତୁରେ ଧାନ ବିକ୍ରୟ ନିମନ୍ତେ ଚାଷୀ ନାମ ପଞ୍ଜିକରଣ କରିନାହାନ୍ତି ସେମାନେ ଆସନ୍ତା ଅଗଷ୍ଟ ମାସ ୩୧ ତାରିଖ ସୁଦ୍ଧା ପଞ୍ଜିକରଣ କରିନେବେ ବୋଲି ଜିଲ୍ଲାପାଳ ଶ୍ରୀ ସ୍ମୃତି ରଞ୍ଜନ ପ୍ରଧାନ ଏବଂ ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ପ୍ରଫୁଲ୍ଲ ବେହେରା କହିଛନ୍ତି।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସମବାୟ ସମିତି ଉପ ନିବନ୍ଧକ ଶ୍ରୀ ହରିହର ସେଠ ,ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ଶ୍ରୀ ପ୍ରଫୁଲ୍ଲ କୁମାର ବେହେରା , ଶ୍ରୀ ରେବତୀ ମୋହନ ରାଉତ , ଆରଏମସି ସେକ୍ରେଟାରୀ ଶ୍ରୀ ରେବତୀ ମୋହନ ରାଉତ , ଉପ- ସହକାରୀ ନିବନ୍ଧକ ଶ୍ରୀ ନାରାୟଣ ସେଠୀ,, ଡେପୁଟି କଲେକ୍ଟର ସୁଶ୍ରୀ ଲିପିନା ଦାଶ ପ୍ରମୁଖ ଉପସ୍ଥିତ ଥିବା ବେଳେ ସମବାୟ ସମିତି , ଆରଏମସି ଓ ଜିଲ୍ଲା ଯୋଗାଣ ବିଭାଗୀୟର ସମସ୍ତ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।
ପ୍ରଚାର ରଥ ବିଭିନ୍ନ ଗ୍ରାମାଞ୍ଚଳ ବୁଲି ବୁଲି ଚାଷୀ ପଞ୍ଜିକରଣ ନିମନ୍ତେ ମାଇକ ଯୋଗେ ପ୍ରଚାର୍ କରିବା ସହ ସଚେତନତା ପ୍ରଚାର ପତ୍ର ମଧ୍ୟ ବଣ୍ଟନ କରୁଛି ।

Related Posts

Seo wordpress plugin by www.seowizard.org.