ଗଜପତି : ଓମସା- ଡାକ୍ତର ମାନଙ୍କ ୧୮ ଦଫା ଦାବି ପୁରଣ ନ ହେବା ପ୍ରତିବାଦରେ ଚିକିତ୍ସାଳୟରେ ୧ ଘଣ୍ଟା ପାଇଁ ଓପିଡି: ସେବା ଠପ୍
ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୨୬/୧୨ : ମାସ ମାସ ଧରି ଓଡ଼ିଶା ମେଡିକାଲ ସେବା ସଂଘ(ଓମସା)ର ରହିଥିବା ୧୮ ଦଫା ନ୍ୟାର୍ଯ୍ୟ ଦାବିକୁ ସରକାର ପୂରଣ କରିବା ଦିଗରେ ବୈମାତୃକ ମନୋଭାବ ପ୍ରଦର୍ଶନ କରି ଆସୁଥିବା ପ୍ରତିବାଦରେ ଏବଂ ସଂଘର ନିର୍ଦ୍ଦେଶ କ୍ରମେ ଆଜି ୨୬/୧୨/୨୦୨୫ ତାରିଖ ଦିନଠାରୁ ଗଜପତି ଜିଲ୍ଲା ସଦର ମହକୁମା ସ୍ଥିତ ଜିଲ୍ଲାମୁଖ୍ୟ ଚିକିତ୍ସାଳୟ ସମେତ ଜିଲ୍ଲାର ବିଭିନ୍ନ ଚିକିତ୍ସାଳୟରେ ଓମସା -ଡାକ୍ତର ମାନଙ୍କ ପକ୍ଷରୁ ଏକ ଘଣ୍ଟା ପାଇଁ ଓପିଡି: ସେବା ସମ୍ପୂର୍ଣ ବନ୍ଦ କରା ଯାଇଥିଲା । ଫଳରେ ରୋଗୀ ସେବାରେ ବ୍ୟାଘାତ ଦେଖା ଦେଇଥିଲା ।
(ଓମସା” ତରଫରୁ ସାରା ଓଡିଶାର ଡାକ୍ତର ମାନେ ବହୁ-ଦିନରୁ ରାଜ୍ୟ ସରକାରଙ୍କ ପାଖରେ ନିଜର ବିଭିନ୍ନ ନ୍ୟାର୍ଯ୍ୟ ଦାବି ଗୁଡ଼ିକ ହାସଲ ପାଇଁ ଜଣାଇ ଆସୁଥିଲେ , କିନ୍ତୁ ସରକାର ଏଥିନେଇ ସମୟ ସୀମା ମଧ୍ୟରେ କିଛି ଠୋସ଼୍ ପଦକ୍ଷେପ ଗ୍ରହଣ କରିଲେ ନାହିଁ ।
ଏହି ପରିପ୍ରେକ୍ଷୀରେ ଓମସା ଡାକ୍ତର ସମୂହ ବିଗତ ଦିନ ମାନଙ୍କରେ ସରକାରଙ୍କ ନିକଟରେ ସେମାନଙ୍କ ୧୮ ଦଫା ଦାବୀ ଉପସ୍ଥାପନ କରିଥିଲେ ,
ବିଭିନ୍ନ ସମୟରେ ଓମସା ଓ ସରକାରଙ୍କ ମଧ୍ୟରେ ଏ ବିଷୟରେ ବହୁଥର ବିଚାର ବିମର୍ଷ କରା ଯାଇଥିଲା ଓ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ସରକାର ନିଦ୍ଧିଷ୍ଟ ସମୟ ମଧ୍ୟ ଧାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ ।
ସମୟ ସହିତ ବହୁ ପ୍ରତୀକ୍ଷିତ ସରକାରୀ ଡାକ୍ତର ମାନେ ଧୈର୍ଯ୍ୟର ସହ ଅପେକ୍ଷା କରି ସରକାରଙ୍କ ଭରସାରେ ରହିଲେ ।
କିନ୍ତୁ ଏ ସମସ୍ୟାର କୌଣସି ଆଖିଦୃଶିଆ ପଦକ୍ଷେପ ସରକାରୀ ସ୍ତରରେ ଗ୍ରହଣ କରା ହେଲା ନାହିଁ ।
ଏଥିପାଇଁ ଓମସା ତରଫରୁ ଓପିଡି ସେବା ଏକ ଘଣ୍ଟା ପାଇଁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି ଏବଂ ଏହା ଆଜି ଠାରୁ ଆରମ୍ଭ କରାଯାଇଛି ।
ରୋଗୀ ମାନଙ୍କୁ ସରକାରୀ ସ୍ତରର ଊଦାସୀନତା ବିଷୟରେ ବୁଝାଇ ଦିଆଯିବ ଏବଂ ୧୮ ଦଫା ଦାବୀ ନେଇ ଡାକ୍ତର ମାନଙ୍କ ଏହି ଆନ୍ଦୋଳନ ଅନିର୍ଦ୍ଦିଷ୍ଟ ସମୟ ପାଇଁ ବଳବତ୍ତର ରହିବ ବୋଲି। ଓମସାଜିଲ୍ଲା ସଂଘ ପକ୍ଷରୁ ସୂଚନା ଦିଆଯାଇଛି ।




