Odisha News

ଗଜପତି : ଆଦର୍ଶ ଥାନା ପକ୍ଷରୁ କୁଭେଣ୍ଟିକା- ଶିଶୁ କଲ୍ୟାଣ ପୋଲିସ ଓ କିଶୋରୀ ମାନଙ୍କ ସହିତ ଯୋଗାଯୋଗ ସମ୍ପର୍କିତ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୮/୫ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଆଦର୍ଶ ଟାଉନ୍ ଥାନାରେ ଥାନାର ସମ୍ମିଳନୀ କକ୍ଷ ଠାରେ ଆଜି ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଓଡ଼ିଶା ପୋଲିସ ଓ ୟୁନିସେଫ ସହଯୋଗରେ ମହିଳା ଏବଂ ଶିଶୁ ବିରୋଧୀ ଅପରାଧ ଶାଖା (ସି:ଆଇ:ଡି: – ସି:ବି:)ଆନୁକୁଲ୍ୟରେ “ଜୁଭେଣ୍ଟିକା- ଶିଶୁ କଲ୍ୟାଣ ପୋଲିସ ଓ କିଶୋର ମାନଙ୍କ ସହିତ ଯୋଗାଯୋଗ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମକୁ ଓଡ଼ିଶାର ମାନ୍ୟବର ପୋଲିସ ମହା ନିର୍ଦ୍ଦେଶକ , ଭୁବନେଶ୍ୱର ସ୍ଥିତ ମହିଳା ଓ ଶିଶୁ ବିରୋଧୀ ଅପରାଧ ଶାଖା (ସି:ଆଇ:ଡି:-ସି:ବି:) କାର୍ଯ୍ୟାଳୟରୁ ଅନଲାଇନ ମାଧ୍ୟମରେ ଶୁଭାରମ୍ଭ କରିଥିଲେ । ଏହି ଶୁଭାରମ୍ଭ କାର୍ଯ୍ୟକ୍ରମକୁ ରାଜ୍ୟର ବିଭିନ୍ନ ଅଂଶଗ୍ରହଣକାରୀ ପୋଲିସ ଷ୍ଟେସନ୍ ମାନଙ୍କ ସହିତ ପାରଳାଖେମୁଣ୍ଡି ଆଦର୍ଶ ପୋଲିସ ଷ୍ଟେସନରେ ମଧ୍ୟ ପ୍ରସାରିତ କରା ଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ଆଦର୍ଶ ଥାନା ର ଥାନାଧିକାରୀ ଶ୍ରୀ ପ୍ରଶାନ୍ତ କୁମାର ଭୂପତି କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସମ୍ୟକ୍ ସୂଚନା ପ୍ରଦାନ କରିଥିଲେ ।
କାର‌୍ୟ୍ୟକ୍ରମରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ସୁନିଲ କାନ୍ତ ମହାନ୍ତି ମୁଖ୍ୟଅତିଥି ଭାବେ ଯୋଗ ଦେଇ ସମାଜରେ କିଶୋର ମାନଙ୍କ ପ୍ରତି ଦେଖା ଦେଉଥିବା ବିଭିନ୍ନ ଅପରାଧ ସମ୍ପର୍କରେ ସୂଚନା ଦେଇ କିଶୋର କିଶୋରୀ ମାନଙ୍କ ପାଇଁ ଡିଜିଟାଲ ଅଧିକାର , ଅନଲାଇନ୍ ସୁରକ୍ଷା ଏବଂ ସାଇବର ବୁଲିଂ ଉପରେ କହି ଉପସ୍ଥିତ କିଶୋର କିଶୋରୀ ମାନଙ୍କୁ ସଚେତନ କରାଇଥିଲେ ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଅରୁଣ କୁମାର ତ୍ରିପାଠୀ , ଏସ:ଡି:ପି:ଓ: ଶ୍ରୀ ମାଧବ ନନ୍ଦ ନାୟକ , ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଶ୍ରୀମତୀ ମନୋରମା ଦେବୀ ଏବଂ ଜିଲ୍ଲା ଶିଶୁ କଲ୍ୟାଣ ପୋଲିସ ଅଧିକାରୀ ପୋଲିସ ଏସ:ଆଇ:-କୌତୁକ ସେଠୀ ପ୍ରମୁଖ ଯୋଗ ଦେଇ ନିଜ ନିଜର ଅଭିଭାଷଣ ପ୍ରଦାନ କରିଥିଲେ ।
ଜୁଭେଣ୍ଟିକା ବିଷୟରେ ମୁଖ୍ୟତଃ ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ବର୍ଗ ହେଉଛନ୍ତି ୧୪ ରୁ ୧୮ ବର୍ଷ ବୟସର କିଶୋର-କିଶୋରୀ , କାରଣ ପୋଲିସ ଷ୍ଟେସନମାନଙ୍କରେ ରିପୋର୍ଟ ହେଉଥିବା ଶିଶୁ ସମ୍ବନ୍ଧୀୟ ଅପରାଧର ଏକ ବଡ଼ ଅଂଶ ଏହି ବୟସ ବର୍ଗରେ ଘଟୁଅଛି ।
ଅନେକ ସମୟରେ ସାମାଜିକ ଅପମାନ ଓ ପାରିବାରିକ ଭୟ କାରଣରୁ ଏହିପରି ଘଟଣା ରିପୋର୍ଟ କରାଯାଉନାହିଁ । ଏହି ସମସ୍ୟାକୁ ଦୂର କରିବା ପାଇଁ ଲଗାତାର ସଚେତନତା ଓ ସମୁଦାୟ ସମ୍ପୃକ୍ତି ଜରିଆରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି ।
ଏମିତିକି ପ୍ରତ୍ୟେକ ପୋଲିସ ଷ୍ଟେସନକୁ ଏକ ଶିଶୁ-ଅନୁକୂଳ ଓ ସୁରକ୍ଷିତ ସ୍ଥାନ ଭାବରେ ଗଢି ତୋଳିବା ସହ ଯେଉଁଠାରେ କି ଶିଶୁ ଓ କିଶୋର-କିଶୋରୀମାନେ ବିନା ଭୟରେ ପୋଲିସ ନିକଟକୁ ଆସିପାରିବେ ।
ଆଜିର ଶିଶୁମାନେ ଇଣ୍ଟରନେଟରେ ଅଧିକ ସମୟ ବିତାଉଥିବାରୁ ସେମାନଙ୍କୁ ଡିଜିଟାଲ ଅଧିକାର ଓ ଅନଲାଇନ୍ ସୁରକ୍ଷା ସମ୍ବନ୍ଧରେ ସଚେତନ କରାଇବା
ସମେତ ସାଇବର ବୁଲିଂ , ଅନଲାଇନ୍ ଶୋଷଣ ଓ ମାନସିକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିପଦରୁ ସେମାନଙ୍କୁ ସୁରକ୍ଷା ଦେବା ।
ସେହିଭଳି ଶିଶୁମାନଙ୍କ ସହିତ ବିଶ୍ୱାସର ଏକ ସମ୍ପର୍କ ଗଢିବା ସହ ଯେପରି କି ସେମାନେ ପୋଲିସକୁ ଭୟର ବସ୍ତୁ ନ ଭାବି ଜଣେ ବନ୍ଧୁ , ମାର୍ଗଦର୍ଶକ ଓ ରକ୍ଷକ ଭାବରେ ଦେଖିବେ ।
ତେଣୁ ଜନସାଧାରଣଙ୍କୁ ଅନୁରୋଧ କରାଯାଉଛି ଯେ , ପାରଳାଖେମୁଣ୍ଡି ପୋଲିସ ସମସ୍ତ ନାଗରିକ , ସରକାରୀ ବିଭାଗ ଓ ସଂସ୍ଥା , ବେସରକାରୀ ସଂଗଠନ , ଶିଶୁ ଯତ୍ନ ସଂସ୍ଥା (ସି:ସି:ଆଇ:), ବିଦ୍ୟାଳୟ , ମହାବିଦ୍ୟାଳୟ ଓ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ମାନଙ୍କୁ ଏହି କାର୍ଯ୍ୟକ୍ରମର ସଫଳତା ପାଇଁ ସହଯୋଗ କରିବାକୁ ଆନ୍ତରିକ ଅନୁରୋଧ କରାଯାଉଛି ।
ଏହି ସନ୍ଦେଶକୁ ବ୍ୟାପକ ଭାବରେ ପ୍ରଚାର କରିବା ପାଇଁ ଇଲେକ୍ଟ୍ରୋନିକ୍ ଓ ପ୍ରିଣ୍ଟ ଗଣମାଧ୍ୟମର ସମସ୍ତ ସାଥୀଙ୍କୁ ବିଶେଷ ନିବେଦନ ଜଣାଯାଉଛି ଯେ , ଯେପରି କି , ଜୁଭେଣ୍ଟିକା କାର୍ଯ୍ୟକ୍ରମ ଆମ ଶିଶୁମାନଙ୍କ କଲ୍ୟାଣ ପାଇଁ ଏକ ସାର୍ଥକ ଓ ସଫଳ ପ୍ରୟାସ ହୋଇପାରିବ

Related Posts