Odisha News

ଗଜପତି: “ଅମୃତ ମହୋତ୍ସବ” ଓ “ହର ଘର ତ୍ରିରଙ୍ଗା” କାର୍ଯ୍ୟକ୍ରମ ଅବସରରେ ବିରାଟ ବାଇକ୍ ରାଲୀ ଓ ବୁଦ୍ଧିଜୀବୀ ସଚେତନତା ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୫/୮: ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅଂଶ ବିଶେଷ , ଆଜାଦିକା ଅମୃତ ମହୋତ୍ସବ ପାଳନ ଅବସରରେ ପାରଳାଖେମୁଣ୍ଡି ଠାରେ ବିଶ୍ଵ ହିନ୍ଦୁ ପରିଷଦ , ବଜରଙ୍ଗ ଦଳ ଓ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ହର ଘର ତ୍ରିରଙ୍ଗା ଅଭିଯାନ ପାଇଁ ବାଇକ୍ ରାଲି ଓ ବୁଦ୍ଧିଜୀବୀ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ସ୍ଥାନୀୟ ମହାରାଜାଙ୍କ ପ୍ୟାଲେସ ଠାରୁ ଏକ ବିରାଟ ବାଇକ୍ ରାଲି ବାହାରି ବାଇକରେ ତ୍ରିରଙ୍ଗା ପତାକା ବାନ୍ଧି ଏବଂ ହାତରେ ତ୍ରିରଙ୍ଗା ପତାକା ଧରି ହର ଘର ତ୍ରିରଙ୍ଗା ଉପରେ ବିଭିନ୍ନ ସ୍ଲୋଗାନ ଦେଇ ସମଗ୍ର ସହର ପରିକ୍ରମା କରି ଜନସଚେତନ କରାଇଥିଲେ ।
ମୁଖ୍ୟତଃ ରାଲିର ନେତୃତ୍ୱ ନେଇଥିବା ଜିଲ୍ଲା ପ୍ରଭାରୀ ଶ୍ରୀ ଲୋକନାଥ ମିଶ୍ର କହିଛନ୍ତି ଯେ , ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ହର ଘର ତ୍ରିରଙ୍ଗା ଆହ୍ବାନ ଯେ , ସମସ୍ତେ ଘରେ ଘରେ ତ୍ରିରଙ୍ଗା ପତାକା ଲଗାଇ ଦେଶ ପାଇଁ ଯେଉଁ ଦେଶଭକ୍ତ ମାନେ ନିଜ ଜୀବନ ଉତ୍ସର୍ଗ କରି ଯାଇଛନ୍ତି ସେମାନଙ୍କୁ ମନେ ପକାଇବା ଏହି ସବୁ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ।
ଜାତି , ଧର୍ମ , ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ମିଳିମିଶି ଏକଜୁଟ ହୋଇ ପଡୋଶୀ ରାଷ୍ଟ୍ରକୁ ଆମେ ସୂଚାଇ ଦେବାକୁ ଚାହୁଁ ଯେ , ଆମେ ସମସ୍ତେ ଏକ , ଆମେ ସମସ୍ତ ଭାରତୀୟ ଏକ । ଆମକୁ କୌଣସି ପ୍ରକାର କେହି ଅବହେଳିତ ଓ ଆଲଗା କରିପାରିବେ ନାହିଁ , ଏହି ଉଦ୍ଦେଶ୍ୟର ବାର୍ତ୍ତାକୁ ନେଇ ଏହି କାର୍ଯ୍ୟକ୍ରମ ଉଦ୍ଧିଷ୍ଟ ହୋଇଥିଲା ବୋଲି ଶ୍ରୀ ମିଶ୍ର କହିଥିଲେ ।
ପରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପ୍ରାର୍ଥନା ହଲ ଠାରେ ସ୍ୱାଧୀନତାର ଅମୃତ ମହୋତ୍ସବ ସମିତି ପକ୍ଷରୁ “ଆଜାଦିକା ଅମୃତ ମହୋତ୍ସବ” ଓ “ହର ଘର ତ୍ରିରଙ୍ଗା” ଉପରେ ଏକ ବୁଦ୍ଧିଜୀବୀ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଡଃ ଶଙ୍କର ପ୍ରସାଦ ବକ୍ସିଙ୍କ ସଭାପତିତ୍ବରେ ଗବେଷକ ତଥା ସାହିତ୍ୟିକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର , ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ତଥା ସ୍ୱାଧୀନତାର ଅମୃତ ମହୋତ୍ସବ ସମିତିର ଶ୍ରୀ ସରୋଜ କୁମାର ପଣ୍ଡା ଏବଂ ବିଶ୍ବହିନ୍ଦୁ ପରିଷଦର ଶ୍ରୀ ଅମ୍ରିତ ପାଣିଗ୍ରାହୀ ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗଦେଇ ଅମୃତ ମହୋତ୍ସବ ଓ ହର ଘର ତ୍ରିରଙ୍ଗାର ତାତ୍ପର‌୍ୟ୍ୟ , ବିଶେଷତ୍ଵ ,ମହତ୍ତ୍ଵ ଓ ତାର ବିମର୍ଶର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ ।
ଏ ସଂପର୍କରେ ଅଧିକ ସୂଚନା ଦେଇ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ସରୋଜ କୁମାର ପଣ୍ଡା କହିଥିଲେ ଯେ , ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ହେଉଛି , ଏହି ପରିପ୍ରେକ୍ଷୀରେ ଆଜି ଅଖଣ୍ଡ ଭାରତ ଦିବସ ପାଳନ ଓ ହର ଘର ତ୍ରିରଙ୍ଗା ଅଭିଯାନ କାର୍ଯ୍ୟକ୍ରମ ଅବସରରେ ବିଶ୍ବହିନ୍ଦୁ ପରିଷଦ , ବଜରଙ୍ଗ ଦଳ ଓ ସରସ୍ଵତୀ ଶିଶୁ ମନ୍ଦିର ସମେତ ଅନ୍ୟାନ୍ୟ କ୍ଷେତ୍ରର ମିଳିତରେ ଏକ ବାଇକ୍ ରାଲି ବାହାରି ବିଭିନ୍ନ ସ୍ଲୋଗାନ ଦେଇ ସହର ପରିକ୍ରମା କରିଥିଲା ।
ଅନ୍ୟପକ୍ଷରେ ଶିଶୁ ବିଦ୍ୟା ମନ୍ଦିର ପରିସରରେ ସ୍ଵାଧୀନତା ଅମୃତ ମହୋତ୍ସବ ସମିତି ପକ୍ଷରୁ ଏକ ବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ ହୋଇ ସମାଜର ବୌଦ୍ଧିକ ବର୍ଗର ବ୍ୟକ୍ତି ମାନଙ୍କୁ ସମବେତ କରାଯାଇ ଆଜାଦିକା ଅମୃତ ମହୋତ୍ସବ ଏବଂ ହର ଘର ତ୍ରିରଙ୍ଗାର ତାତ୍ପର୍ଯ୍ୟ , ବିଶେଷତ୍ଵ ଓ ବିମର୍ଷ ଉପରେ ସଚେତନ କରା ଯାଇଥିଲା ବୋଲି କହିଥିଲେ ଶ୍ରୀ ପଣ୍ଡା ।

Related Posts

Seo wordpress plugin by www.seowizard.org.