ଖୋରଧା ରେ ୮୦ ତମ ସ୍ୱାଧୀନତା ଦିବସ ମହା ସମାରୋହରେ ପାଳିତ, ସମସ୍ତ ଭାରତୀୟ ଗୋଟିଏ ପେନ୍ଥାର ଫୁଲ : ଜିଲ୍ଲାପାଳ
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା, ୧୫/୮: ଖୋରଧା ସଦର ମହକୁମା ବି ଜେ ବି ଉଚ୍ଚ ବିଦ୍ୟାଳୟ ପଡିଆରେ ଖୋରଧା ଜିଲ୍ଲା ପ୍ରଶାସନ ଓ ସୂଚନା ଓ ଲୋକସଂପର୍କ ବିଭାଗ ମିଳିତ ଆନୁକୁଲ୍ୟରେ ୮୦ ତମ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଅଛି ।
ଜିଲ୍ଲାପାଳ ଶ୍ରୀ ଅମ୍ରିତ୍ ଋତୁରାଜ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବନ୍ଦେମାତରମ୍ ଓ ଜନ ଗଣମନ ଗାନ ପୂର୍ବକ ଜାତୀୟ ପତାକାକୁ ଉତ୍ତୋଳନ କରି ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ ।
ନିଜ ଅଭିଭାଷଣରେ ମୁଖ୍ୟ ଅତିଥି ସ୍ଵାଧୀନତା ଆନ୍ଦୋଳନର ଯେଉଁ ପ୍ରମୁଖ ମହାପୁରୁଷ ମାନେ ଆତ୍ମ ବିସର୍ଜନ କରିଛନ୍ତି ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।
ସ୍ଵାଧୀନତା ଦିବସ ର ମହାନୁଭୂତି ୮୦ ବର୍ଷ ପୂର୍ତ୍ତି କୁ ମୁଖ୍ୟ ଅତିଥି ସ୍ୱାଗତ କରି ଭାରତର ମାଟି, ସମାଜ,ଓ ଦେଶ ଗରିମା ମୟ ସ୍ଵାଧୀନତା ଦିବସ ୮୦ ବର୍ଷ ପୂର୍ତ୍ତି ପାଳନ କରି ରୁଦ୍ଧିମନ୍ତ ହୋଇଛି ।
ଭୂଖଣ୍ଡ ଆରବ ସାଗର ରୁ ଭାରତର ଆତ୍ମା, ଅହିଂସା ରୁ ବଶୁଧେବକୁଟୁମ୍ବକମ ମନ୍ତ୍ରରେ ଭାରତ ବାସି ଜାତି ପ୍ରଜାତିର ଫୁଲରେ ଗୋଟିଏ ପେନ୍ଥାରେ ବାନ୍ଧିହୋଇ ବିଶ୍ୱକୁ ବିଶାଳ ସ୍ଵାଧୀନ ଭାରତର ଅପୂର୍ବ ଗାଥାର ଅହିଂସା ମନ୍ତ୍ରରେ ଦୀକ୍ଷିତ ହେବା ପାଇଁ ପ୍ରେରଣା ଦେଉଛି ବୋଲି ପ୍ରକାଶ କରିଥିଲେ । ଏହି ଅବସରରେ ଖୋରଧା ଗଡର ଲାଲ ମାଟି ର ପାଇକ ବିଦ୍ରୋହ କୁ ଦେଶ ଭୁଲି ପାରିବ ନାହିଁ ବୋଲି ପ୍ରକାଶ କରି ବକ୍ସି ଜଗବନ୍ଧୁ, ଜୟୀ ରାଜଗୁରୁ, ଦଳ ବେହେରା ପ୍ରମୁଖ ମହାନ୍ ଯୋଦ୍ଧା ଦେଶ ପ୍ରେମୀ ବ୍ରିଟିଶ ଶାସନ ଆଗରେ ମୁଣ୍ଡ ନୁଆଇଁ ନଥିଲେ ବୋଲି ଉଦବୋଧନରେ ପ୍ରକାଶ କରିଥିଲେ ।
ଏବେ ଆମେ ସ୍ୱାଧୀନ ଭାରତ ବର୍ଷରେ ଆମ ଅଧିକାର ଓ କର୍ତ୍ତବ୍ୟ ବଳରେ ଆମେ ସମସ୍ତ କ୍ଷେତ୍ରରେ ଆଗେଇ ଚାଲିଛେ । ଆମ ଭାରତ ବର୍ଷର ପାଞ୍ଚ ହଜାର ବର୍ଷର ମହାନ୍ ସଭ୍ୟତାରେ ବ୍ରତୀ ହୋଇ ଦୃଢ ସଂକଳ୍ପ, ନିଜ କର୍ତ୍ତବ୍ୟ ସମ୍ପାଦନ କରି ରାଷ୍ଟ୍ରକୁ, ରାଜ୍ୟକୁ, ଜିଲ୍ଲାକୁ ଓ ସମାଜକୁ ରୁଧିମନ୍ତ କରିବା ପାଇଁ ନୂତନ ଯୁବ ପିଢ଼ି ଅଧିକରୁ ଅଧିକ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ।
ପରେ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା, ମାର୍ଚ୍ଚ ପାଷ୍ଟ,ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ, ପ୍ରଜ୍ଞାପନ ମେଢ଼ ପ୍ରଦର୍ଶନ ହୋଇଥିଲା ।
ପ୍ରଜ୍ଞାପନ ମେଢ ପ୍ରତି ଯୋଗିତାରେ ଜିଲ୍ଲାପରିଷଦ, ଖୋରଧା, ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଦ୍ୱିତୀୟ ଏବଂ ନିର୍ବାହୀ ଅଧିକାରୀ, ପୌର ପରିଷଦଙ୍କ ମେଢ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ ।
ଦେଶାତ୍ମବୋଧକ ସଙ୍ଗୀତ ପ୍ରତିଯୋଗିତାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଶିଆଳିଆ, ପ୍ରଥମ, ସରସ୍ଵତୀ ଶିଶୁ ମନ୍ଦିର, ଗୁରୁଜଙ୍ଗ ଦ୍ୱିତୀୟ ଓ ବି ଜେ ବି ସରକାରୀ ଉଚ୍ଚ ବିଦ୍ୟାଳୟ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ । ମୁଖ୍ୟ ଅତିଥି ସ୍ୱାଧୀନତା ଦିବସ ଉପଲକ୍ଷେ ପ୍ରାଥମିକ ବିଦ୍ୟାଳୟ ଠାରୁ ବିଶ୍ଵ ବିଦ୍ୟାଳୟ ପର୍ଯ୍ୟନ୍ତ ହୋଇଥିବା ଚିତ୍ରାଙ୍କନ, ଫ୍ୟାନ୍ସି ଡ୍ରେସ୍, ଓଡ଼ିଆ ଦେଶାତ୍ମବୋଧ ସଙ୍ଗୀତ, ପ୍ରବନ୍ଧ ଓ ବକ୍ତୃତା ପ୍ରତି ଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ସାର୍ଟିଫିକେଟ ଓ ଟ୍ରଫି ପ୍ରଦାନ କରି ପୁରସ୍କୃତ କରିଥିଲେ ।
ପରେ ଜେଲରେ ଅନ୍ତେବାସୀ ମାନଙ୍କୁ ମିଷ୍ଟାନ୍ନ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ମାନଙ୍କୁ ଫଳ ବଣ୍ଟନ କରିଥିଲେ କ୍ଷ ଦିବସ ଉପଲକ୍ଷେ ପ୍ରାତଃ ସମୟରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଡ଼ାକବାଜି ଯନ୍ତ୍ର ଯୋଗେ ରମଧୁନ ପ୍ରଚାର କରାଯାଇଥିଲା ।
ପ୍ୟାରେଡ ପ୍ରତି ଯୋଗଗିତାରେ ସିନିୟର୍ ଏନ ସି ସି ରେ ପି ଏନ କଲେଜ, ଜୁନିୟର ରେ ଆର୍ୟ୍ୟଭଟ୍ଟ ଆନ୍ସିଏଣ୍ଟ ଏକାଡେମି, ସ୍ଵତନ୍ତ୍ର ଛାତ୍ର ପୋଲିସରେ ବାଳିକା ବିଦ୍ୟାଳୟ, ଗାଇଡ ବିଭାଗରେ ସରସ୍ଵତୀ ଶିଶୁ ମନ୍ଦିର, ପଲାହାଟ,ଗାଇଡ ଦଳରେ ସରକାରୀ ଉଚ୍ଚ ବିଦ୍ୟାଳୟ, ଅନ୍ୟାନ୍ୟ ବେସାମରିକ ଦଳରେ ପି ଏନ କଲେଜ, ବେସାମରିକ ହାଇସ୍କୁଲ ସ୍ତରରେ ଏସ ଡି ଏ ହାଇସ୍କୁଲ, ବେସାମରିକ ଉଚ୍ଚ ପ୍ରାଥମିକ ରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ମଧ୍ୟ ଇଂରାଜୀ, ଗୁରୁଜଙ୍ଗ, ବେସାମରିକ ପ୍ରାଥମିକ ସ୍ତରରେ ଶିଶୁ ବିହାର ଗୁରୁଜଙ୍ଗ ଏବଂ ଶୃଙ୍ଖଳାରେ ଗୁରୁଜଙ୍ଗ ଉଚ୍ଚ ବିଦ୍ୟାଳୟ, ଯଥାକ୍ରମେ ପ୍ରଥମ ସ୍ଥାନ ଅଧିକାର କରି ଟ୍ରଫି ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିଲେ । ପ୍ୟାରେଡରେ ଆଇ ଟି ବି ପି, ତରତୁଆ, ଷଷ୍ଠ ଆଇ ଆର ବି ବାଟାଲିୟନ,ଏ ପି ଆର , ହୋମଗାର୍ଡ, ପୋଲିସ ବ୍ୟାଣ୍ଡ ପାର୍ଟି ଏବଂ ମହା ବିଦ୍ୟାଳୟ ଓ ବିଦ୍ୟାଳୟ ଛାତ୍ର ଛାତ୍ରୀ ଙ୍କୁ ନେଇ ମୋଟ ୫୬ ଗୋଟି ପ୍ୟାରେଡ ଦଳ ଅଂଶ ଗ୍ରହଣ କରିଥିଲେ ।
ପ୍ୟାରେଡ କମାଣ୍ଡର ବିଜୟ କୁମାର ସାହୁ ଙ୍କ ନେତୃତ୍ୱରେ ପ୍ୟାରେଡ ପରିଚାଳନା କରାଯାଇଥିଲା । କାର୍ଯ୍ୟକ୍ରମରେ ଆରକ୍ଷୀ ଅଧିକ୍ଷକ ପାରମାର ସ୍ମୀଥ ପାଋଷୋତ୍ତମ୍ ଦାସ, ଅତିରିକ୍ତ ଜିଲ୍ଲାପାଳ, ସାଧାରଣ, ପ୍ରତାପ ଚନ୍ଦ୍ର ବେଉରା, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଶ୍ରୀ ଜ୍ୟୋତି ଶଙ୍କର ସାହୁ, ଉପଜିଲ୍ଲାପାଳ, ସଂକଳ୍ପ ସ୍ଵସ୍ତିକ ସାହୁ, ଜିଲ୍ଲା ପରିଷଦ ସଭାପତି ଶ୍ରୀ ରୁପଶ୍ରୀ ରାଣୀ ଗୁମାନ ସିଂହ, ଉପସଭାପତି ଶ୍ରୀ ଗୋପୀନାଥ ମହାରଣା, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅନାଦି ଚରଣ ସେଠୀ, ଶ୍ରୀନିବାସ ମହାନ୍ତି, ଡେପୁଟୀ କଲେକ୍ଟର ଅନନ୍ୟା ସୃଷ୍ଟି ଶତପଥୀ, ନିବେଦିତା ପରିଡ଼ା, ସାରା ମଲ୍ଲିକ, ସ୍ବିଟି ସୋରେନ, ଶ୍ରୀତପା ମିଶ୍ର, ସଂଗ୍ରାମ ଜେନା, ସୌମ୍ୟା ସାଗରିକା ସ୍ୱାଇଁ,ନିଜାରତ ଅଧିକାରୀ ରିଶବ୍ ତ୍ରିପାଠୀ, ଡି ଇ ଜି ଏମ ମାନସ କୁମାର ବ୍ରହ୍ମା, ସହକାରୀ ନିର୍ଦେଶକା,ଉଦ୍ୟାନ ଶ୍ରେୟା ଶତପଥୀ, ଉପନିର୍ଦେଶକ, କୃଷି, ମନୋରଞ୍ଜନ ମିଶ୍ର,ଡେପୁଟୀ କଲେକ୍ଟର ରଶ୍ମିତା ସାମଲ, ଜିଲ୍ଲା ସଂସ୍କୃତି ଅଧିକାରୀ, ଚୌଧୁରୀ ଅରବିନ୍ଦ ଦାସ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଗୀତାଞ୍ଜଳି ପଣ୍ଡା, ଆସିଷ୍ଟାଣ୍ଟ କଲେକ୍ଟର ଅଭିଷେକ ମହାନ୍ତି ଓ ଅନ୍ୟ ଟି ଆର ଓ ମାନେ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାର୍ୟ୍ୟାଳୟ କର୍ମଚାରୀ, ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ, ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ, ମାନ୍ୟଗଣ୍ୟ ବ୍ୟକ୍ତି, ବୁଦ୍ଧିଜୀବୀ,ଗଣମାଧ୍ୟମ ପ୍ରତିନିଧି ବୃନ୍ଦ ଯୋଗଦେଇଥିଲେ। ଅତିରିକ୍ତ ଜିଲ୍ଲାପାଳ, ସାଧାରଣ ଶ୍ରୀ ପ୍ରତାପ ଚନ୍ଦ୍ର ବେଉରା ଙ୍କ ପ୍ରତ୍ୟକ୍ଷତାତ୍ୱାବଧାନରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା ସମସ୍ତ କାର୍ୟ୍ୟକ୍ରମ ଶାନ୍ତି ଶୃଙ୍ଖଳାର ସହ ସମାପନ କରିଥିଲେ କ୍ଷ ସେହିପରି ବରିଷ୍ଠ ନାଗରିକ ମଞ୍ଚ, ଜିଲ୍ଲା ପ୍ରେସ କ୍ଳବ, ଖୋରଧା କ୍ଳବ, ଖୋରଧା କୋର୍ଟ ସମେତ ସ୍ଥାନୀୟ ବିଭିନ୍ନ ବିଦ୍ୟାଳୟ ମହାବିଦ୍ୟାଳୟ ରେ ୮୦ ତମ ସ୍ୱାଧୀନତା ଦିବସ ଆନନ୍ଦ ଉଲ୍ଲାସର ସହିତ ପାଳନ କରାଯାଇଛି।




