Odisha News

କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର ଅନିଲି କୁମାର ସାମଲଙ୍କ ନୟାଗଡ଼ ଜିଲ୍ଲା ଗସ୍ତ

କିଶୋର ମହାପାତ୍ର ଙ୍କ ରିପୋର୍ଟ
ନୟାଗଡ଼,୧୭/୭: କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର ଜେନା ଅନିଲି କୁମାର ସାମଲ ନୟାଗଡ଼ ଜିଲ୍ଲା ଗସ୍ତରେ ଆସି ବିଭିନ୍ନ କାର‌୍ୟ୍ୟର ସମୀକ୍ଷା କରିଛନ୍ତି। ଜିଲ୍ଲା ର ବିଭିନ୍ନ ଗ୍ରାମକୁ ଯାଇ ସ୍ଥିତି ପରଖିଛନ୍ତି । ପ୍ରଥମେ ଆର ଡି ସି ଏକ ସମୀକ୍ଷା ବୈଠକରେ ଯୋଗଦେଇଥିଲେ । ଏହି ବୈଠକରେ ଜିଲ୍ଲାପାଳ ଡ. ପୋମା ଟୁଡୁ , ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ, ବନଖଣ୍ଡ ଅଧିକାରୀ ଧନରାଜ୍ ଏଚ ଡି , ପ୍ରକଳ୍ପ ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ରାୟ , ଉପଜିଲ୍ଲାପାଳ ଲଗ୍ନଜିତ୍ ରାଉତ , ଜିଲ୍ଲା ମୂଖ୍ୟ ଚିକିତ୍ସାଧିକାରୀ ଡା . ରଞ୍ଜିତା ବିଶ୍ବାଳ , ପୈାର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନା , ବିଡ଼ିଓ ମନୋଜ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।
ଚାନ୍ଦପୁର କୋଭିଡ ହେଲଥ ସେଣ୍ଟର ଠାରେ ରୋଗୀଙ୍କ ପାଇଁ କରାଯାଇଥିବା ଚିକିତ୍ସା ସୁବିଧା ସମ୍ପର୍କରେ ଜିଲ୍ଲାପାଳ ଆର୍ ଡି ସି ଙ୍କୁ ଅବଗତ କରାଇଥିଲେ। ଜିଲ୍ଲାରେ କୋଭିଡ ନିୟମ ଏବଂ କଟକଣା ସମ୍ପର୍କରେ ଆର୍ ଡି ସି ବୁଝିବା ସହ ସଧାରଣ ରୋଗୀଙ୍କ ପାଇଁ କିଭଳି ସ୍ବାସ୍ଥ୍ୟ ସେବା ରହିଛି ସେ ସମ୍ପର୍କରେ ବୁଝିଥିଲେ । ଜିଲ୍ଲା ର ବିଭିନ୍ନ କୋଭିଡି କେୟାର ହୋମ ବୁଲି ଦେଖିବା ସହ ଆଶାକର୍ମୀ, ଅଙ୍ଗନୱାଡ଼ି, ପଞ୍ଚାୟତ ନିର୍ବାହୀ ଅଧିକାରୀ ଏବଂ ସରପଞ୍ଚ ମାନଙ୍କ ସହ ଆଲୋଚନା କରିଥିଲେ।

Related Posts

Seo wordpress plugin by www.seowizard.org.