କିଟ୍ ବିବାଦରେ ଓଡ଼ିଶା ନିନ୍ଦିତ : ବିଧାନସଭାରେ ଉଦ୍ବେଗ, ଉଚ୍ଚସ୍ତରୀୟ କମିଟି ଗଢ଼ିଲେ ସରକାର

ଭୁବନେଶ୍ୱର, ୧୮/୨ : କିଟ୍ ଛାତ୍ରୀ ମୃତ୍ୟୁ ଘଟଣାକୁ ନେଇ କଠୋର ହେଲେ ରାଜ୍ୟ ସରକାର । ଏଥିପାଇଁ ଗଠନ ହେଲା ଉଚ୍ଚସ୍ତରୀୟ କମିଟି । ଏହି ମାମାଲା ପାଇଁ ରାଜ୍ୟ ସରକାର ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ୍ ଗଠନ କରିଛନ୍ତି ।
ଏହି ଟିମ୍ ମାମଲାର ତଦନ୍ତ କରିବ । ଏଥିରେ ଉଚ୍ଚଶିକ୍ଷା ବିଭାଗର ଅଧିକାରୀମାନେ ରହିଛନ୍ତି । ଏଥିସହ ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ସଚିବ ମଧ୍ୟ ଏହି ଟିମରେ ସାମିଲ ଅଛନ୍ତି । କମିଟିରେ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ବି ରହିଛନ୍ତି ।
ଛାତ୍ରଛାତ୍ରୀଙ୍କୁ ଘରୋଇ ସୁରକ୍ଷାକର୍ମୀ ମାଡ଼ ମାରିବାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ସରକାର । ଯେଉଁମାନେ ଦୋଷୀ ସାବ୍ୟସ୍ତ ହେବେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ।
ସମସ୍ତ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ସମ୍ମାନ ନେଇ ସରକାର ପ୍ରତିଶ୍ରୁତିବଦ୍ଧ । ତେଣୁ ନ୍ୟାୟ ଦେବାପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ପଦକ୍ଷେପ ନେବେ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।