Odisha News

କମ୍ପାନୀ ଗଠନ ପାଇଁ ନିଜ ଜମି ଦେଇ ପାଇଲେ ଶ୍ରମିକ ଚାକିରି : ୬ ବର୍ଷ ପରେ ଶ୍ରମିକଙ୍କ କମ୍ପାନୀର ଜୁଲୁମ୍; ଜୁଲମ ସହିନପାରିଲେ ଚାକିରିରୁ କାଢି ଦେବାକୁ ଧମକ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୨/୯ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ରମ୍ଭିକଟା ଠାରେ ଈଊଚଖ ନାମରେ ଏକ ସ୍ପିରିଟ କମ୍ପାନୀ କାର୍ଯ୍ୟ କରି ଆସୁଛି । କମ୍ପାନୀ ଗଠନ ପାଇଁ ଗ୍ରାମ ବାସୀ ଶହ ଶହ ଏକର ଚାଷ ଜମି କମ୍ ଦାମ ରେ କିଣି କେତକ ସରକାରୀ ଜାଗା ମାଡ଼ିବସିଥିବାର ଅଭିଯୋଗ ହେଉଛି!
ଜନସୁଣାଣି ସମୟ ରେ ଜମି ହରାଇ ଥିବା ପରିବାର ଙ୍କୁ ଚାକିରୀ, ଅଞ୍ଚଳ ର ବେକାର ଯୁବକ ଯୁବତୀ ମାନଙ୍କୁ ଚାକେରି ଓ ବିଭିନ୍ନ ପ୍ରକାର ଉନ୍ନୟନ କାର୍ଯ୍ୟ କରିବାର ପ୍ରତିଶୃତି ଦେଇ ପ୍ରଲୋଭନ ଦେଖାଇ ଜମି ସବୁ ଲୋକଙ୍କ ପାଖରୁ କିଣିନେଇ ଥିଲା ।
କମ୍ପାନୀ ଆରମ୍ଭ ହେବା ପୂର୍ବରୁ ଅଣଓଡ଼ିଆ ଓ ବାହାର ଜିଲ୍ଲାର ଲୋକଙ୍କୁ ଅଧିକାଂଶ ଚାକିରି ଦେଲା ସ୍ଥାନୀୟ ଲୋକଙ୍କୁ ଲେବର ହିସାବରେ ରଖାଯାଇଥିବାର ଶ୍ରମିକ ମାନଙ୍କ ଠାରୁ ଶୁଣିବାକୁ ମିଳିଥିଲା! କମ୍ପାନୀ ଆରମ୍ଭ ପରେ କରି ଶ୍ରମିକ ଙ୍କୁ ରୋଜଗାର ମଧ୍ୟ ଦେଲା ହେଲେ ଆଜି ୬ ବର୍ଷ ପରେ ସେହି ଶ୍ରମିକ ମାନଙ୍କ ଉପରେ ଜୁଲମ କରୁଛନ୍ତି କମ୍ପାନୀ କର୍ମଚାରୀ ।
ଅଭିଯୋଗ ଅନୁଯାୟୀ ଶ୍ରମିକ ମାନେ ୬ ବର୍ଷ ଧରି କମ ଦରମାରେ ଭଲଭାବେ କାମ କରି ଆସୁଥିଲେ ଏବଂ କମ୍ପାନୀ ପକ୍ଷରୁ ମଧ୍ୟ କେବେ ହେଲେ କୌଣସି ଅସୁବିଧା ହୋଇ ନଥିଲା। କିନ୍ତୁ ଏହି ତିନି ମାସ ହେବ କମ୍ପାନୀ ଜଣେ ନୂଆ ସି ଇ ଓ ଆସିଥିବା ବେଳେ ସେହି ଅଧିକାରୀ ଜଣକ ସମସ୍ତ ଶ୍ରମିକ ଙ୍କ ଉପରେ ଜୁଲମ କରିଥିବା ଅଭିଯୋଗ କରିଛନ୍ତି ।
ଅଧିକ ସମୟ ପରିଶ୍ରମ କରାଉଥିବା ବେଳେ ପାରିଶ୍ରମିକ ମଧ୍ୟ କାମ ଦେଉଛନ୍ତି, ପୂର୍ବରୁ ୪୫ କେଜି ର ବସ୍ତା କୁ ଗାଡ଼ି ରେ ଲୋଡ କରୁଥିବା ବେଳେ ଏବେ ତାହା ୫୫ କେଜି ରେ ଯାଇ ପହଞ୍ଚିଲାଣି ହେଲେ ପାରିଶ୍ରମିକ ବଡ଼ୁନି !
ସେହିପରି ଶ୍ରମିକ ମାନେ ନିଜ କ୍ଷେତ୍ରର କାମ ସାରିବା ପରେ ଛୁଟି କରିବା ବଦଳରେ ସେହି ଶ୍ରମିକ ମାନଙ୍କୁ ନିଜ ବ୍ୟକ୍ତିଗତ କାମ ରେ ଲଗାଇଥିବା ଅଭିଯୋଗ କରିଛନ୍ତି।
ଏଥି ସହିତ ପୁରୁଣା ଶ୍ରମିକ ମାନଙ୍କୁ ଦୁର୍ବ୍ୟବହାର କରିବା ସହିତ ଯଦି ମୋ ହିସାବରେ କାମ କରିବ ନାହିଁ ତେବେ ସମସ୍ତ ଙ୍କୁ ବାହାର କରିଦେବି ଏବଂ ବାହାରୁ ଶ୍ରମିକ ଆଣି ମୋ କମ୍ପାନୀ ଚଳାଇବି ବୋଲି ଧମକ ଦେଉଥିବା ଶ୍ରମିକ ମାନେ ଅଭିଯୋଗ କରିଛନ୍ତି ।
ତେବେ ଯେ ପର୍ଯ୍ୟନ୍ତ ସି ଇ ଓ ଆସି ଦାବି ଗୁଡ଼ିକ ପୂରଣ ନ କରିବେ ସେ ପର‌୍ୟ୍ୟନ୍ତ ଶ୍ରମିକ ମାନେ ଏହିପରି ଭାବେ ଆନ୍ଦୋଳନ ଜାରି ରଖିବେ ବୋଲି ଚେତାବନୀ ଦେଇଛନ୍ତି ।
ତେବେ ଏହି ଘଟଣାରେ କମ୍ପାନୀ ସି ଇ ଓ ସାମ୍ନା କୁ ନ ଆସିବାରୁ ତାଙ୍କର କିଛି ପ୍ରତିକ୍ରିୟା ମିଳି ପାରିଲାନାହିଁ।

Related Posts

Seo wordpress plugin by www.seowizard.org.