ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ; ରଥଯାତ୍ରାରେ ଯୋଗ ଦେବେ!

ନୂଆଦିଲ୍ଲୀ, ୨୬/୬: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଗାମୀ ଜୁଲାଇ ୬ ତାରିଖରେ ଓଡ଼ିଶା ଆସିବେ ବୋଲି ଜଣାଯାଇଛି। ସେ ୭ ତାରିଖରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ଯୋଗ ଦେବେ।
ଏହାପରେ ସେ ଜୁଲାଇ ୬ରୁ ୯ ତାରିଖ ମଧ୍ୟରେ ପୁରୀ ଓ ଭୁବନେଶ୍ୱରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ। ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ପାଇଁ ଏବେଠାରୁ ଆରମ୍ଭ ପ୍ରସ୍ତୁତି ହୋଇଛି।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜୁଲାଇ ୯ ତାରିଖରେ ନାଇଜରର ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ ବୋଲି ଜଣାଯାଇଛି।