ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ କର୍ମଚାରୀଙ୍କ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଦାନ
By Swagatika Bhutia
ଭୁବନେଶ୍ୱର, ତା.୧୭/୦୭: ଆଜି ଅପରାହ୍ନରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ କର୍ମଚାରୀଙ୍କ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠି ଉଦ୍ଦେଶ୍ୟରେ ୫ ଲ କ୍ଷ ୧୭ ହ ଜାର ୭୧୭ ଟଙ୍କ ।
ଚେକ୍ ଆକାର ରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ମନୋରଞ୍ଜନ ପାଣିଗ୍ରାହୀ ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ ତି୍ରପାଠୀଙ୍କୁ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ପ୍ରଦାନ କରିଛନ୍ତି ।
ଏହି ଦାନ ଅର୍ଥ ବିଭାଗର ଅଧିକାରୀ, କର୍ମଚାରୀ, ଜିଲ୍ଲାରେ କାର୍ଯ୍ୟରତ କର୍ମଚାରୀ ତଥା ବିଭାଗ ଅଧୀନରେ ଥିବା ସମସ୍ତ ଏକାଡେମୀ ଓ ସଂଯୁକ୍ତ ସଂସ୍ଥାର କର୍ମଚାରୀମାନଙ୍କ ଏକ ଦିନର ଦରମା ଅଟେ । କୋଭିଡ୍ ଭଳି ସଂକଟ ସମୟରେ କର୍ମଚାରୀମାନଙ୍କ ତରଫରୁ ରାଜ୍ୟ ସରକାରଙ୍କୁ ସହଯୋଗ ଭାବେ ଏହାକୁ ପ୍ରଦାନ କରାଯାଇଛି ।
ଚେକ୍ ଗ୍ରହଣ କଲା ସମୟରେ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରୀପାଠୀ କୋଭିଡ୍ ପରିପ୍ରେକ୍ଷୀରେ ସର୍ବଦା ସାମାଜିକ ଦୂରତା ବଜାୟ ରଖିବା ଏବଂ ନିଜ ସ୍ତରରେ ସ୍ୱଚ୍ଛତା ପ୍ରତି ଦୃଷ୍ଟି ଦେବାକୁ ଅନୁରୋଧ କରିଥିଲେ ।
ଏହି ଚେକ୍ ପ୍ରଦାନ ଅବସରରେ ବିଭାଗୀୟ ଅତିରିକ୍ତ ସଚିବ ଶ୍ରୀ ରାମକୃଷ୍ଣ ସାହୁ, ସଂସ୍କୃତି ନିର୍ଦ୍ଦେଶକ ଶ୍ରୀ ବିଜୟ କୁମାର ନାୟକ, ଉପସଚିବ ଶ୍ରୀ ବିପିନ୍ ବିହାରୀ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।