Odisha News

ଇରାନରେ ଏକାଥରେ ୧୨ କଏଦୀଙ୍କୁ ଫାଶୀ ଦଣ୍ଡ, ନିନ୍ଦାକଲେ ମାନବାଧିକାର ସଙ୍ଗଠନ

ନୂଆଦିଲ୍ଲୀ,୯/୬: ଗୋଟିଏ ଦିନରେ ଏକାଥରକେ ୧୨ଜଣଙ୍କୁ ଫାଶି ଖୁଣ୍ଟରେ ଝୁଲାଯିବ । ଏଭଳି ଘଟଣା ଘଟିଛି ଇରାନରେ । ଫାଶି ପାଇଥିବା କଏଦୀଙ୍କ ମଧ୍ୟରୁ ୧୧ ପୁରୁଷ ଥିବା ବେଳେ ଜଣେ ମହିଳା । ଏମାନେ ସମସ୍ତେ ବେଲୁଚିସ୍ତାନରେ ରହୁଥିଲେ ଏବଂ ସୁନ୍ନି ସମ୍ପ୍ରଦାୟ ସହ ଜଡ଼ିତ । ଏହି କଏଦୀମାନେ ନିଶାଦ୍ରବ୍ୟ ଚୋରା କାରବାର ଏବଂ ହତ୍ୟା ଭଳି ଅପରାଧରେ ଅଭିଯୁକ୍ତ ଥିଲେ । ଇରାନରେ ଏକାଥରେ ଏତେଜଣଙ୍କୁ ଫାଶି ଦିଆଯାଇଥିବାରୁ ମାନବାଧିକାର ସଂଗଠନଗୁଡ଼ିକର ଚିନ୍ତା ବଢ଼ିଯାଇଛି ।
ରିପୋର୍ଟ ମୁତାବକ, ସମସ୍ତ ୧୨ କଏଦୀଙ୍କୁ ସିସ୍ତାନ-ବେଲୁଚିସ୍ତାନ ସ୍ଥିତ ମୁଖ୍ୟ ଜେଲ ଜାହେଦାନରେ ଫାଶିଖୁଣ୍ଟରେ ଝୁଲାଯାଇଛି । ଇରାନର ଏହି ଅଞ୍ଚଳ ଆଫଗାନିସ୍ତାନ ଓ ପାକିସ୍ତାନ ସୀମାକୁ ଲାଗିଛି । ନରୱେରେ ଥିବା ଇରାନ ମାନବାଧିକାର କାର‌୍ୟ୍ୟାଳୟ କହିଛି ଯେ ୬ କଏଦୀ ନିଶାଦ୍ରବ୍ୟ ଚୋରା ଚାଲାଣରେ ଲିପ୍ତ ଥିଲା ବେଳେ ଅନ୍ୟ ୬ ଜଣଙ୍କ ଉପରେ ହତ୍ୟା ଅଭିଯୋଗ ଥିଲା । ସମସ୍ତେ ଦୋଷୀ ସାବ୍ୟସ୍ତ ହେବା ପରେ କୋର୍ଟ ଫାଶିଦଣ୍ଡାଦେଶ ଶୁଣାଇଥିଲେ । ଏବେ ତାହାକୁ କାର‌୍ୟ୍ୟକାରୀ କରାଯାଇଛି । ଗୋଟିଏ ଦିନରେ ଏକାଥରେ ୧୨ ଅପରାଧୀଙ୍କୁ ଫାଶିଦଣ୍ଡ ଦେବାକୁ ନେଇ ଇରାନ ସରକାରଙ୍କୁ ତୀବ୍ର ସମାଲୋଚନାର ଶିକାର ହେବାକୁ ପଡ଼ିଛି ।

Related Posts

Seo wordpress plugin by www.seowizard.org.