Odisha News

ଆଜିଠୁ ରାଜ୍ୟରେ କମିବ ବର୍ଷା, ୧୮ ପରେ ପୁଣି ବଢିବ ବର୍ଷାର ପରିମାଣ

ଭୁବନେଶ୍ୱର,୧୪/୯: ଆସନ୍ତା ୧୮ ତାରିଖରେ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହେବ ଘୁର୍ଣ୍ଣିବଳୟ । ୧୯ରେ ଏହା ଲଘୁଚାପର ରୂପ ନେଇପାରେ । ଏହା ଘନୀଭୂତ ହୋଇ ଅବପାତ ରୂପ ନେବା ସମ୍ଭାବନା ବି ଅଛି ।
ଏହାର ପ୍ରଭାବରେ ୨୨ ତାରିଖ ଯାଏଁ ତମାମ ରାଜ୍ୟରେ ବର୍ଷିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଏହି ଲଘୁଚାପ ଓଡ଼ିଶା ଉପକୂଳ ସଂଲଗ୍ନ ଅଞ୍ଚଳରେ ୩ ରୁ ୪ ଦିନ ରହିବ । ଫଳରେ ସାରା ରାଜ୍ୟରେ ବର୍ଷା ହେବ । ୧୮ ତାରିଖରୁ ଉପକୂଳରେ ପାଗ ବଦଳିବ । ୧୯,୨୦,୨୧ ଓ ୨୨ରେ ଭାରୀ ବର୍ଷା ହେବ ।
ଆଭ୍ୟନ୍ତରୀଣ ଦକ୍ଷିଣରେ ୧୯ରୁ ପାଗ ବଦଳିବ । ୨୦,୨୧ ଓ ୨୨ରେ ବର୍ଷା ସମ୍ଭାନା ଅଛି । ସକ୍ରିୟ ମୌସୁମୀ ଓ ଆଗକୁ ଆସୁଥିବା ଲଘୁଚାପ ଯୋଗୁଁ ବର୍ଷା ଲାଗି ରହିବ । ଆସନ୍ତା ୧୦ ଦିନରେ ୧୨୦ ରୁ ୧୫୦ ମିଲିମିଟର ବର୍ଷା ସମ୍ଭାବନା ଅଛି ବୋଲି ସେ କହିଛନ୍ତି ।

Related Posts

Seo wordpress plugin by www.seowizard.org.