Odisha News

ଆଜିଠାରୁ ଯୁକ୍ତ୨ ପରୀକ୍ଷା

ଭୁବନେଶ୍ୱର,୧୮/୨: ଆଜି ଠାରୁ ଆରମ୍ଭ ହେବାକୁ ଯାଉଛି ଯୁକ୍ତ ୨ର ଫାଇନାଲ ପରୀକ୍ଷା । ସିଏଚଏସଇ ବା ଉଚା ମାଧ୍ୟମିକ ଶିକ୍ଷା ପରିଷଦ ଏହି ପରୀକ୍ଷାକୁ ସଞ୍ଚାଳିତ କରୁଛି । ଏହି ପରୀକ୍ଷା ଆଜି ଠାରୁ ଆରମ୍ଭ ହୋଇ ମାର୍ଚ୍ଚ ୨୭ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ରାଜ୍ୟରେ ଏହି ବର୍ଷ ୩,୯୩,୬୧୮ ଜଣ ଛାତ୍ରଛାତ୍ରୀ ଏହି ପରୀକ୍ଷାରେ ଯୋଗ ଦେବେ ।
କଳା ବିଭାଗରେ ସର୍ବାଧିକ ୨,୪୭,୩୯୧ ଜଣ , ବିଜ୍ଞାନ ବିଭାଗରେ ୧,୧୪,୯୮୦, ବାଣିଜ୍ୟ ବିଭାଗରେ ୨୫,୫୨୬ ଓ ଧନ୍ଦାମୂଳକ ବିଭାଗରେ ୫,୭୨୧ଜଣ ଶିକ୍ଷାର୍ଥୀ ପରୀକ୍ଷା ଦେବେ । ତେବେ ଦିନ ୧୦ଟା ସମୟରେ ପରୀକ୍ଷା ଅରମ୍ଭ ହୋଇ ଦିବା ୧ଟା ପର୍ଯନ୍ତ ଚାଲୁ ରହିବ ।
ଆଜି ପ୍ରଥମ ଦିନରେ ବିଜ୍ଞାନ ବିଭାଗରେ ସାହିତ୍ୟ ପରୀକ୍ଷା ହେବ । ରାଜ୍ୟରେ ୧୧୬୦ଟି ପରୀକ୍ଷା କେନ୍ଦ୍ରରେ ଏହି ପରୀକ୍ଷା ହେବ । ନକଲ ରୋକିବାକୁ ସ୍ୱତନ୍ତ୍ର ପାଞ୍ଚ ସ୍ତରୀୟ ସ୍କ୍ୱାଡ଼ ବ୍ୟବସ୍ଥା କରାଯାଇଛି । ଆବଶ୍ୟକ ସିସିଟିଭି ସବୁ ପରୀକ୍ଷା କେନ୍ଦ୍ରରେ ଲଗାଯାଇଛି । ଏହା ଦ୍ୱାରା ଯାଞ୍ଚ ପ୍ରକିୟା ଆହୁରି ସୁଗମ ହେବ । ଚଳିତ ବର୍ଷ ନୂତନ ଢାଞ୍ଚାରେ +୨ ପରୀକ୍ଷା ଅନୁଷ୍ଠିତ ହେଉଅଛି ।
ସିବିଏସଇ ଢାଞ୍ଚା ଅନୁଯାୟୀ ପ୍ରଥମ ଥର ପାଇଁ ଚଳିତ ବର୍ଷ ୮୦ ମାର୍କର ଲିଖିତ ଓ ୨୦ ମାର୍କର ଇଣ୍ଟରନାଲ ଆସେସମେଣ୍ଟ ସାମିଲ ହେବ । ଏହି ବର୍ଷ ବସ୍ତୁନିଷ୍ଠ ପ୍ରଶ୍ନ ମଧ୍ୟ ସାମିଲ ହେବାକୁ ଯାଉଛି । ତେବେ ସମସ୍ତ ପରୀକ୍ଷା ସରିବାର ୪୫ ଦିନ ମଧ୍ୟରେ ଫଳାଫଳ ପ୍ରକାଶ ପାଇବ ।

Related Posts