Odisha News

ଅଭିଯୋଗ ଶୁଣୁନଥିବାରୁ ପ୍ରତିବାଦ କରି ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ଘେରିଲେ ଉଦୁଡା ଗ୍ରାମବାସୀ

By Biswa Bhusan Mahapatra/ Mamata Mahapatra

ନୂଆଗାଁ,୩/୧୧: ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକରେ ଥିବା ବିଦ୍ୟୁତ ବିଭାଗର ମନମୁଖୀ କାର୍ଯ୍ୟକଳାପକୁ ନେଇ ଦଶପଲ୍ଲା ବ୍ଲକ ପୋଖରୀଗୋଛା ପଂଚାୟତ ଅନ୍ତର୍ଗତ ଉଦୁଡା ଗ୍ରାମବାସୀମାନେ ବିଦ୍ୟୁତ କାର୍ଯ୍ୟାଳୟ ଘେରିଥିବା ଦେଖିବାକୁ ମିଳିଥିଲା। ଗ୍ରାମବାସୀଙ୍କ ଅଭିଯୋଗ ମୁତାବକ, ଗତ ଦୁଇମାସ ତଳୁ ଉଦୁଡା ଅଂଚଳରେ ଥିବା ଟ୍ରାନ୍ସଫର୍ମର ପୋଡି ଯାଇଥିବା ନେଇ ଗ୍ରାମବାସୀମାନେ ବିଦ୍ୟୁତ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ। ଏହାପରେ ସେଠାରେ ଏକ ଟ୍ରାନ୍ସଫର୍ମର ଲଗାଯାଇଥିଲା। ହେଲେ ତାହା ମଧ୍ୟ ପରବର୍ତୀ ସମୟରେ ଅଚଳ ହୋଇଯାଇଥିଲା।

ତେବେ ଏନେଇ ଉଦୁଡା ଗ୍ରାମବାସୀମାନେ ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କରିଆସୁଥିଲେ ସୁଦ୍ଧା ବିଭାଗୀୟ ଅଧିକାରୀ କୌଣସି କଥା ନଶୁଣିବା ହେତୁ ଗ୍ରାମବାସୀମାନେ ଅନ୍ଧାରରେ ଦିନ କାଟୁଥିବା ଜଣାପଡିଛି। ତେବେ ଘଟଣା ବିଷୟରେ ଖବର ପାଇ ପୋଖରୀଗୋଛା ସମିତିସଭ୍ୟ ବାପୁଜୀ ସାହୁ ଘଟଣାସ୍ଥଳରେ ପହଂଚି ଲୋକମାନଙ୍କୁ ବୁଝାସୁଝା କରିବା ସହ ଯନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ। ବିଭାଗୀୟ ଯନ୍ତ୍ରୀ ୩ ଦିନ ମଧ୍ୟରେ ଟ୍ରାନ୍ସଫର୍ମର ଲଗାଇବା ପାଇଁ ପ୍ରତିଶ୍ରୃତି ଦେବା ପରେ ଗ୍ରାମବାସୀମାନେ ସେଠାରୁ ଉଠିଥିଲେ। ଯଦି ୩ ଦିନ ମଧ୍ୟରେ ଟ୍ରାନ୍ସଫର୍ମର ନଲାଗେ ତାହାଲେ ପୁଣିଥରେ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାକୁ ଚେତାବନୀ ଦେଇଛନ୍ତି ଉଦୁଡା ଗ୍ରାମବାସୀ। ତେବେ ଏନେଇ ବିଭାଗୀୟ ଯନ୍ତ୍ରୀଙ୍କୁ ଯୋଗାଯୋଗ କରିଥିଲେ ସୁଦ୍ଧା ସେ ଫୋନ ଉଠାଇ ନଥିଲେ।
ଉପଜିଲ୍ଲାପାଳଙ୍କ କାଯ୍ୟଳୟ ଆଗରେ ଧାରଣା
ନୂଆଗାଁ,୩/୧୧: ବିଶ୍ବ ପ୍ରସିଦ୍ଧ ଶ୍ରୀ ଶ୍ରୀ ଶ୍ରୀ ରଘୁନାଥଜୀଉଙ୍କ ନାମେ ରେକର୍ଡ ଭୁକ୍ତ ଦେବୋତ୍ତର ଜାଗାରୁ ଜବରଦଖଲ ଉଚ୍ଛେଦଦାବିରେ ଆଞ୍ଚଳିକ ବିକାଶ ପରିଷଦ ତରଫରୁ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି । ଆଞ୍ଚଳିକ ବିକାଶପରିଷଦ ସୁଶାନ୍ତ କୁମାର ସାହୁଙ୍କ ନେତୃତ୍ୱରେ ଧାରଣାରେ ଦିଆଯାଇଥିଲା ।
ଓଡ଼ଗାଁ ଶ୍ରୀ ରଘୁନାଥ କ୍ଷେତ୍ରଙ୍କ ନାମରେ ଖାତାନମ୍ବର ୮୫, ପ୍ଲଟ ନମ୍ବର ୧୪୧୬ରେ ୪ଡିସିମି ଦେବୋତ୍ତର ଜମି ରେକର୍ଡ ଭୁକ୍ତ ରହିଛି । ଉକ୍ତ ଯାଗାକୁ ଖଲି ଗୌଡ ଦୀର୍ଘ ଦିନ ଧରି ଜବରଦଖଲ କରିଛନ୍ତି । ଉକ୍ତ ଜମି ଉପରେ ଦୁଇ ମହଲା ଛାତ ଘରକରି ରହିବା ସହିତ ଭଡ଼ା ସୁତ୍ରେ ଲଗାଇଛନ୍ତି ।
ଆଞ୍ଚଳିକ ବିକାଶପରିଷଦ ତରଫରୁ ଏ ସମ୍ପର୍କରେ ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯିବାରୁ ନୟାଗଡ଼ ଦେବୋତ୍ତର ପ୍ରଶାସନଙ୍କ କାର୍ଯ୍ୟାଳୟ ସରଜମିନ ତଦନ୍ତ କରି ୨୦୨୧ ମସିହା ସେପ୍ଟେମ୍ବର ୨୯ତାରିଖ ନୋଟିସ ସଂଖ୍ୟା ୧୧୨୬ ଓ ୨୦୨୧ ମସିହା ଅକ୍ଟୋମ୍ବର ୨୫ତାରିଖ ନୋଟିସ ସଂଖ୍ୟା ୧୨୧୪ରେ ଖଲି ଗୌଡ଼ଙ୍କୁ ତୁରନ୍ତ ଜବରଦଖଲ ମୁକ୍ତ କରିବା ପାଇଁ ଆଦେଶ ଦିଆ ଯାଇଥିଲା ଜିଲ୍ଲାପ୍ରଶାସନ ଏବଂ କିଛି ନ୍ୟସ୍ତ ସ୍ବାର୍ଥ ବ୍ୟକ୍ତି ପୃଷ୍ଠ ପୋଷକତାରେ ଉକ୍ତଜାରୁ ଜବରଦଖଲ ମୁକ୍ତ ହୋଇପାରିନଥିବା ଅଭିଯୋଗ ହୋଇଛି ।
ଉପଜିଲ୍ଲାପାଳ ଶକ୍ତିକାନ୍ତ ରାୟ ଘଟଣାସ୍ଥଳରେ ପହଞ୍ଚି ଧାରାଣା ରତଆଞ୍ଚଳିକ ବିକାଶ ପରିଷଦ କର୍ମକର୍ତ୍ତାଙ୍କ ସହ ସମସ୍ୟା ସମ୍ପର୍କରେଆଲୋଚନା କରିଥିଲେ । ଉପଜିଲ୍ଲାପାଳ କାର‌୍ୟ୍ୟାନୁଷ୍ଠାନ ଗ୍ରହଣକରିବେ ବୋଲି ପ୍ରତିଶୃତି ଦେଇଥିବା ସୂଚନା ମିଳିଛି ।
ବିରାଟ ସାଳ ଗଣ୍ଡି ସହ ଗାଡ଼ି ଜବତ
ନୂଆଗାଁ,୩/୧୧: ବନ ବିଭାଗର ଜାଲରେ ଫସିଲା ବିରାଟ ସାଳ ଗଣ୍ଡି ସହ ଟାଟା ଏସୀ ଗାଡ଼ି କାଠ ମାଫିଆଙ୍କୁ ଖୋଜୁଛି ବନବିଭାଗ । ଖବରରୁ ପ୍ରକାଶ ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ମହିପୁରୁ ବନାଚଳ ଅଧୀନରେ ଥିବା ଗୁମୀ ଫରେଷ୍ଟର ଅଧୀନ ରଗଡ଼ି ମଡା ସରଖୀତ ଜଙ୍ଗଲ ବାଡିବାରୀ ଅଂଚଳରୁ ପେଟ୍ରୁଲିଙ୍ଗ ସମୟରେ ଏକ ଟାଟାଏସି (ଙଊ,୨୫,୩୫୯୮) ନମ୍ବର ସହିତେ ପାଚଫୁଟୁ ଗୋଲେଇ ର ଶାଳ ଜବତ୍ କରିବା ସହିତ ୧୩/୨୨ରେ କେସ କାଟି ତଦନ୍ତ ଆରମ୍ଭ କରିଥୀବା ବେଳେ ଆନୁମାନିକ ମୁଲ୍ୟ (୬୦) ହଜାରରୁ ଉର୍ଦ୍ଧ୍ଵ ହେବାପାଇଁ ସୁଚନା ଦେଇଛନ୍ତି । ଏଥିରେ ମହିପୁର ରେଂଜର ଅମ୍ରୀତ କୁମାର ସାହୁ ଙ୍କ ସହିତ ମଇତମା ଗୁମୀ ଫରେଷ୍ଟର ସହ ସମସ୍ତ ଷ୍ଟାଫ୍ ସହଯୋଗ କରିଥିଲେ । ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ରୁ ନିରଜନ ସାହୁ ।

Related Posts

Seo wordpress plugin by www.seowizard.org.