Odisha News

ମୁନିଗୁଡା: ପାରମ୍ପରିକ ବୈଦ୍ୟଙ୍କ ଦକ୍ଷତା ପରୀକ୍ଷା ଶିବିର ଅନୁଷ୍ଠିତ

Traditional Vaidya skill camp organised at Muniguda

By Pramod Sahukar

ମୁନିଗୁଡା, 29/02/2024: କଲ୍ୟାଣସିଂଗପୁର ଠାରେ ପିରାମଲ ଫାଉଣ୍ଡେସନ ଦ୍ବାରା  ରାୟଗଡ଼ା ଜିଲ୍ଲାରେ କାର୍ଯ୍ୟ କରୁଥିବା ପାରମ୍ପରିକ ବୈଦ ମାନଙ୍କ ପାଇଁ ଦକ୍ଷତା ପ୍ରମାଣପତ୍ର ପ୍ରଦାନ ନିମନ୍ତେ ଏକ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଥିଲା। ଏହି କାର୍ଯ୍ୟ ଭାରତ ସରକାରଙ୍କର ସଂସ୍ଥା କ୍ବାଲିଟି କାଉନସିଲ ଅଫ ଇଣ୍ଡିଆ ଦ୍ବାରା ନିୟୋଜିତ ବେଙ୍ଗାଲୁରୁ ସ୍ଥିତ ଟ୍ରାନ୍ସ-ଡିସିପ୍ଲିନାରୀ ୟୁନିଭରସିଟିର ଡାକ୍ତର ମାନଙ୍କ ଦ୍ବାରା ପରିଚାଳିତ ହୋଇଥିଲା। କାର୍ଯ୍ୟକ୍ରମରେ ରାୟଗଡ଼ା ଜିଲ୍ଲାର ଉପାନ୍ତ ଅଞ୍ଚଳରୁ  ୨୧ ଜଣ ବୈଦ୍ୟ ନିଜ ନିଜର ଦକ୍ଷତାର

ପ୍ରମାଣ ଦେଇଥିଲେ। ଯେଉଁଥିରେ ମୌକ୍ଷିକ ଏବଂ ବୈଦ୍ଧିକ ପଦ୍ଧତିରେ କ୍ଷେତ୍ର ମୂଲ୍ୟାଙ୍କନ କରାଯାଇଥିଲା | ଯାହା ଆଗାମି ଦିନରେ ରାୟଗଡ଼ା ଜିଲ୍ଲାପାଇଁ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ସହାୟକ ହେବ। ଏହି କାର୍ଯ୍ୟକ୍ରମକୁ ପିରାମଲ ଫାଉଣ୍ଡେସନର କର୍ମଚାରି ରାଜେନ୍ଦ୍ର ନାରାୟଣ ମହାପାତ୍ର, ସ୍ମିତାରାଣୀ ସାମନ୍ତରାୟ, ସ୍ଵର୍ଣ୍ଣଲତା ତ୍ରୁଲପତି,  ନାରାୟଣ ମହାରଣା ଓ ଗାନ୍ଧୀ ଫେଲୋ ବ୍ୟାଚ-୧୬ ର ସଦସ୍ୟମାନେ ସହାୟତା କରିଥିଲେ ।

ଏଥି ସହିତ କନ୍ଧମାଳ, ମୟୂରଭଞ୍ଜ ଓ ନୂଆପଡ଼ା ଆସିଥିବା ପୁରୁଖା ବୈଦ୍ୟଙ୍କ ସହଯୋଗ ଦ୍ବାରା ଏହି କାର୍ଯ୍ୟକ୍ରମ ସମ୍ପାଦିତ ହୋଇଥିଲା । ମୁନିଗୁଡା ଅଞ୍ଚଳର ବୈଦ୍ୟ ମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଉକ୍ତ ସଂସ୍ଥାର ସଦସ୍ୟ ମାନେ ମୁନିଗୁଡା ଅଞ୍ଚଳର ବୈଦ୍ୟମାନଙ୍କ କ୍ଷେତ୍ର ପରିଦର୍ଶନ ନିମନ୍ତେ ମୁନିଗୁଡା ଗ୍ରସ୍ତ କରି ବୈଦ୍ୟ ମାନଙ୍କ କାର୍ଯ୍ୟଧାରା ସମ୍ପର୍କରେ ପଚରି ବୁଝିଥିଲେ ।

Related Posts

Seo wordpress plugin by www.seowizard.org.