ଦିଗପହଣ୍ଡି,୨୭/୬: ପୁଣି ଭିଜିଲାନ୍ସ ଜାଲରେ ଆଉଜଣେ ସରକାରୀ ବାବୁ। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଫରେଷ୍ଟ ରେଞ୍ଜର କାହ୍ନୁ ଚରଣ ପଟ୍ଟନାୟକଙ୍କ ଦିଗପହଣ୍ଡି ସରକାରୀ କାର୍ୟ୍ୟାଳୟ, ସରକାରୀ ବାସଭବନ ଏବଂ ବ୍ରହ୍ମପୁର ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଉଛି। ବ୍ରହ୍ମପୁର ଭିଜିଲାନ୍ସର ୬ଜଣିଆ ଟିମ ଚଢ଼ଉ କରିଥିବାର ସୂଚନା ରହିଛି।ପ୍ରାପ୍ତ ସୂଚନା ଅନୁଯାୟୀ, ବିଳମ୍ବିତ ରାତିରେ ଦିଗପହଣ୍ଡି ସରକାରୀ କାର୍ଯ୍ୟାଳୟରୁ ଘରକୁ ଫେରୁଥିବା ବେଳେ ଗଣିଆନାଳ ଛକରେ Continue Reading
ଭୁବନେଶ୍ବର,୨୪/୬: ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତଙ୍କୁ ଗିରଫ କଲା ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ଆଜି ତାଙ୍କୁ କୋର୍ଟଚାଲାଣ କରାଯିବ।ତାଙ୍କ ଘରୁ ୩ କୋଟିରୁ ଅଧିକ ନଗଦ ଟଙ୍କା ଜବତ କରାଯାଇଥିଲା। ପ୍ରଶାନ୍ତ କୁମାର ରାଉତଙ୍କର ୫ କୋଟିରୁ ଅଧିକ ପରିମାଣର ହିସାବ ବହିର୍ଭୂତ ସଂପତ୍ତି ଅଛି। ନିଜ ଆୟଠାରୁ ପ୍ରଶାନ୍ତଙ୍କ ୫୦୦ ପ୍ରତିଶତ ଅଧିକ ସଂପତ୍ତି ଠାବ ହୋଇଛି। ଏନେଇ Continue Reading
ନବରଙ୍ଗପୁର/ ଭୁବନେଶ୍ୱର,୨୩/୬: ଆଜି ସକାଳୁ ସକାଳୁ ଭିଜିଲାନ୍ସ ଟିମ୍ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତଙ୍କ ରାଜଧାନୀର କାନନ ବିହାରସ୍ଥିତ ବାସଭବନରେ ଚଢ଼ଉ କରିବାକୁ ପହଞ୍ଚିଥିଲା। ସେତିକିବେଳେ ପ୍ରଶାନ୍ତ କୁମାର ରାଉତଙ୍କ ପଡ଼ୋଶୀଙ୍କ ଛାତ ଉପରୁ ଠୋଠା ଶବ୍ଦ ଶୁଭିଲା। ଭିଜିଲାନ୍ସ ଟିମ୍ କାଳ ବିଳମ୍ବ ନ କରି ପଡ଼ୋଶୀଙ୍କ କଲିଂ ବେଲ୍ ଚିପି ଡାକିଥିଲେ।ପଡ଼ୋଶୀ ମଧ୍ୟ ଗେଟ୍ ଖୋଲିଲେ। ହେଲେ ସେ କିଛି ବୁଝିପାରି ନଥିଲେ। ଭିଜିଲାନ୍ସ Continue Reading
ନବରଙ୍ଗପୁର,୨୩/୬: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁର ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ପ୍ରଶାନ୍ତଙ୍କ ନବରଙ୍ଗପୁର ସରକାରୀ ବାସଭବନ, କାର୍ଯ୍ୟାଳୟ, ଭଦ୍ରକ ସ୍ଥିତ ପୈତୃକ ଘର, ଭୁବନେଶ୍ୱର ସ୍ଥିତ କାନନ ବିହାର ଘର ସମେତ ୯ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଛି।ଏହି ଚଢ଼ାଉରେ ଭିଜିଲାନ୍ସ ବିଭାଗର ୯ଟି ଟିମ୍ ସାମିଲ ହୋଇଛନ୍ତି। ପ୍ରଶାନ୍ତ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ Continue Reading
ଭୁବନେଶ୍ୱର,୧୬/୬: ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ଅଭିଯୋଗରେ ଆଜି ନୟାଗଡ଼ର ପୂର୍ବତନ ଯୋଗାଣ ଅଧିକାରୀ (ଏବେ ନିଲମ୍ବିତ ହୋଇ ରହିଛନ୍ତି) ବ୍ରଜେନ୍ଦ୍ର କୁମାର ନାୟକଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଚଢ଼ାଉ ବେଳେ ତାଙ୍କର ସଂପତ୍ତି ଦେଖି ଭିଜିଲାନ୍ସ ଅଧିକାରୀମାନେ ମଧ୍ୟ ଆଶ୍ଚର୍ୟ୍ୟ ହୋଇଯାଇଛନ୍ତି।ଶ୍ରୀ ନାୟକ ଓ ତାଙ୍କ ପରିବାର ଲୋକଙ୍କ ନାଁରେ ଭୁବନେଶ୍ୱରରେ ୫ଟି କୋଠା ରହିଛି। ଭୀମଟାଙ୍ଗୀ ହାଉସିଂ କଲୋନୀରେ ତାଙ୍କର ଏକ ଦୁଇ ମହଲା କୋଠା Continue Reading

ଭୁବନେଶ୍ୱର,୧୬/୬: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନୟାଗଡ଼ର ପୂର୍ବତନ ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର ନାୟକଙ୍କ ଘର ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ଚଢଉ ହେଉଛି। ପୂର୍ବରୁ ରାଜ୍ୟ ସରକାର ତାଙ୍କୁ ନିଲମ୍ବିତ କରିଛନ୍ତି।ସକାଳୁ ସକାଳୁ ଓଡ଼ିଶା ଭିଜିଲାନ୍ସ ଟିମ୍ ୫ଟି ସ୍ଥାନରେ ଚଢଉ କରିଛନ୍ତି। ଭୁବନେଶ୍ୱର ଏବଂ ପୁରୀ ଜିଲ୍ଲାରେ ଏହି ଚଢଉ ଚାଲିଛି। ଭୁବନେଶ୍ୱରର ଭୀମଟାଙ୍ଗୀ, ହାଉସିଂ ବୋର୍ଡ କଲୋନିରେ ଥିବା ଘର, ରାଜାରାଣୀ କଲୋନିରେ ଥିବା ପ୍ଲଟ ନଂ ୩୮୪ ଓ Continue Reading
ସୁନ୍ଦରଗଡ଼,୬/୬: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ଯନ୍ତ୍ରୀ ସଞ୍ଜୟ କୁମାର ବେହେରାଙ୍କ ଘର ସମେତ ଏକକାଳୀନ ୭ଟି ସ୍ଥାନରେ ଭିଜିଲାନ୍ସ ଚଢଉ ଚାଲିଥିବାର ଖବର ମିଳିଛି।ସେ ବର୍ତ୍ତମାନ ହେମଗିରି ଅଞ୍ଚଳ ପାଇଁ ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ଦାୟିତ୍ଵରେ ଥିଲେ। ସୁନ୍ଦରଗଡ଼ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ଅଫିସ , ଲେଫ୍ରିପଡ଼ା ଅଫିସ ଓ ସରକାରୀ ବାସଭବନ, ସୁନ୍ଦରଗଡ଼ର କେନ୍ଦୁପଡ଼ାରେ ଥିବା ଭଡ଼ା ଘର, ଭଦ୍ରକ ବନ୍ତରେ ଥିବା Continue Reading
କେନ୍ଦୁଝର,୧/୬ : ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାବୁଡ଼ରେ ପଡ଼ିଗଲେ ଜୁନିଅର ରେଭିନ୍ୟୁ ଆସିଷ୍ଟାଣ୍ଟ। ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି କେନ୍ଦୁଝର ଜିଲ୍ଲା ଘଟଗାଁ ତହସିଲର ଜୁନିଅର ରେଭିନ୍ୟୁ ଆସିଷ୍ଟାଣ୍ଟ ଦେବାଶିଷ ପଣ୍ଡା। ଭିଜିଲାନ୍ସ ତାଙ୍କ ପାଖରୁ ଲାଞ୍ଚ ଟଙ୍କା ଜବତ କରିବା ସହ ତାଙ୍କୁ ପଚରାଉଚରା କରୁଛି।ସାଙ୍ଗରିତଳି ଗାଁର ବନମାଳି ପ୍ରଧାନ ନିଜ ଜମି ପଟ୍ଟା କରିବା ପାଇଁ କିଛି ଦିନ ହେବ ଦେବାଶିଷଙ୍କ ପାଖକୁ ଆସିଥିଲେ। Continue Reading

କରଞ୍ଜିଆ,୨୯/୫: ଭିଜିଲାନ୍ସ ଜାଲରେ କରଞ୍ଜିଆ ତହସିଲଦାର। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ କରଞ୍ଜିଆ ତହସିଲଦାର ଚାର୍ଲସ ନାୟକଙ୍କ ଘର ସମେତ ସରକାରୀ କାର୍ଯ୍ୟାଳୟ ଓ ପୈତୃକ ଘରେ ଚଢଉ କରୁଛି କଟକ ଭିଜିଲାନ୍ସ ଟିମ୍। ତାଙ୍କ ନାଆଁରେ ବେଆଇନ୍ ଖଣି ଲିଜ୍ ଦେଇ ବିପୁଳ ଅର୍ଥ ରୋଜଗାର କରୁଥିବାର ବି ଅଭିଯୋଗ ହୋଇଛି। ଏନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖା ଦେଇଥିଲା।ଚାର୍ଲସ ନାୟକ ପୂର୍ବରୁ ବାଲେଶ୍ବର ଜିଲ୍ଲା ସୋରରେ ତହସିଲଦାର ଥିବା ବେଳେ Continue Reading
ଭୁବନେଶ୍ବର,୧୨/୫: ଲାଞ୍ଚ ନେବା ମାମଲାରେ ଅନୁଗୁଳ ତହସିଲ ଅଫିସର ପୂର୍ବତନ କନିଷ୍ଠ କିରାଣି ପଙ୍କଜିନୀ ବିଶ୍ବାଳଙ୍କୁ ୩ ବର୍ଷ ପାଇଁ କାରାଦଣ୍ଡାଦେଶ ଓ ୫ ହଜାର ଟଙ୍କା ଜରିମାନା ଆଦାୟ ଲାଗି ନିର୍ଦେଶ ଦିଆଯାଇଛି।ଦୁଇଟି ଜମିପଟ୍ଟା ମ୍ୟୁଟେସନ୍ ମାମଲାରେ ଫାଇଲ ପ୍ରକ୍ରିୟାକରଣ ପାଇଁ ଅଭିଯୋଗକାରୀଙ୍କଠାରୁ ଲାଞ୍ଚ ମାଗିବା ଏବଂ ଗ୍ରହଣ କରିବା ପାଇଁ ପୂର୍ବତନ କନିଷ୍ଠ କିରାଣି ପଙ୍କଜିନୀ ବିଶ୍ବାଳ ସ୍ୱତନ୍ତ୍ର ବିଚାରପତି ଭିଜିଲାନ୍ସ ଦ୍ୱାରା ଦୋଷୀ ସାବ୍ୟସ୍ତ Continue Reading